୭ ଦିନରେ ଠିକ୍ ତାଲିକା ପ୍ରସ୍ତୁତ କର ନଚେତ୍ ବ୍ଲକ ଆଗରେ ବିକ୍ଷୋଭ: କଂଗ୍ରେସ
ଭୁବନେଶ୍ବର,୨୮।୧(ବ୍ୟୁରୋ): ଅବାସ ଯୋଜନାର ହିତାଧିକାରୀ ଚୟନରେ ରାଜ୍ୟ ସରକାର ଯେଉଁଭଳି ଭାବେ ନିଜ ଦଳୀୟ ଭିତିରେ ହିତାଧିକାରୀ ଚୟନ କରୁଛନ୍ତି ସେଥିରୁ ନିବୃତ ରୁହନ୍ତୁ। ପ୍ରକୃତ ବାସହୀନଙ୍କୁ କିଭଳି ଘର ମିଳିବ ସେଥିପ୍ରତି ସରକାର ଧ୍ୟାନ ଦିଅନ୍ତୁ। ହିତାଧିକାରୀ ଚୟନ କ୍ଷେତ୍ରରେ…
୧୬୯ ସମ୍ପ୍ରଦାୟକୁ ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ ନ କଲେ ଆନ୍ଦୋଳନ: ବିଜେଡି
ଭୁବନେଶ୍ବର,୨୮।୧(ବ୍ୟୁରୋ): ରାଜ୍ୟ ସରକାର ଆଦିବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବାବେଳେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସର୍ବଦା ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟକୁ ଅବହେଳା କରିଆସୁଛି। ୧୬୯ଟି ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ଏସ୍ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ…
ଆଜି ମାଘ ସପ୍ତମୀ: ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
କୋଣାର୍କ,୨୮।୧(ଡି.ଏନ.ଏ.): ଆଜି ପବିତ୍ର ମାଘ ସପ୍ତମୀ। ଭୋର୍ରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଶୁକ୍ରବାର ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ। ଶ୍ରଦ୍ଧାଳୁମାନେ ବାଉଁଶ କଣିରେ…
ବିଆର୍ଏସ୍ରେ ଗମାଙ୍ଗ, ପାଙ୍ଗୀ
ଭୁବନେଶ୍ବର,୨୮।୧(ବ୍ୟୁରୋ): ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍)ଙ୍କ ଭାରତ ରାଷ୍ଟ୍ର ସମିତି(ବିଆର୍ଏସ୍) ଶୁକ୍ରବାର ଆନୁଷ୍ଠାନିକ ଭାବେ ଓଡ଼ିଶାରେ ନିଜର ପାଦ ଥାପିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀଙ୍କ ସମେତ ଏକାଧିକ ପୂର୍ବତନ ଏମ୍ପି, ବିଧାୟକଙ୍କ ସମେତ…
ମାଘ ସପ୍ତମୀ ପାଇଁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ସମାଗମ
କୋଣାର୍କ,୨୮।୧(ଡି.ଏନ୍.ଏ.): ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଶୁକ୍ରବାର ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁମାନେ ବାଉଁଶ କଣିରେ କୁଡ଼ିଆ ତିଆରି କରି ବିଶ୍ରାମ ନେଇଛନ୍ତି। ସେମାନେ ମାଟିହାଣ୍ଡିରେ ରୋଷେଇ ସାରି କୁଡ଼ିଆରେ…
ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା
ଭୁବନେଶ୍ୱର,୨୮।୧(ବ୍ୟୁରୋ): ଐତିହ୍ୟ ଖଣ୍ଡଗିରି ପାହାଡ଼ରେ ପ୍ରସିଦ୍ଧ ନବ ଦିନାମତ୍କ କୁମ୍ଭମେଳା ଶନିବାରଠାରୁ ଆରମ୍ଭ ହେଉଛି। ଇତିମଧ୍ୟରେ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ଭଜନକୀର୍ତ୍ତନରେ ପୂରା ଅଞ୍ଚଳ ଆଧ୍ୟାତ୍ମିକତାରେ ଗୁଞ୍ଜରିତ ହେବ। ଶୁକ୍ରବାର ସନ୍ଧ୍ୟାସୁଦ୍ଧା ପ୍ରାୟ ୧୦୦ଜଣ ସାଧୁ ପହଞ୍ଚତ୍…
ଜାନୁୟାରୀରୁ ଅସମ୍ଭାଳ ହେଲାଣି
ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଜାନୁୟାରୀ ଶେଷ ହୋଇନି। ଶୀତ ଗାଏବ। ବିନା ପଙ୍ଖାରେ ଆଉ ଶୋଇବା ସମ୍ଭବ ହେଉନାହିଁ। ଗତ ୩/୪ ଦିନ ଭିତରେ ଦିନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲ୍ସିୟସ ଉପରକୁ ଉଠିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱରରେ ସର୍ବୋଚ୍ଚ ତାପମାତ୍ରାରେ…
ରାଷ୍ଟ୍ରପତିଙ୍କ ଘର ଆଗରେ ରାସ୍ତାରୋକୋ
ରାଇରଙ୍ଗପୁର,୨୮ା୧(ଡି.ଏନ.ଏ.): ପାନୀୟ ଜଳ ସମସ୍ୟା ନେଇ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା ରାଷ୍ଟ୍ରପତି ଦ୍ରୌପଦୀ ମୁୁର୍ମୁଙ୍କ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରସ୍ଥିତ ବାସଗୃହ ସମ୍ମୁଖ ରାସ୍ତା ଅବରୋଧ କରିବା ଚର୍ଚ୍ଚାର ବିଷୟ ହୋଇଛି। ଖବରପାଇ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ୍ ଓ…
ବନ୍ଦ ପ୍ରକୋଷ୍ଠରୁ ୨ ଶିଶୁ ଉଦ୍ଧାର
ପରଜଙ୍ଗ, ୨୮।୧(ଡି.ଏନ.ଏ.): ପାଳିତ ମା’ବାପାଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ୨ କୋମଳମତି ଶିଶୁଙ୍କୁ ବନ୍ଦ ପ୍ରକୋଷ୍ଠରୁ ଉଦ୍ଧାର କରିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ପୋଲିସ। ଡମୋଳ ଗ୍ରାମରୁ ଆସିଥିବା ଏଭଳି ହୃଦୟ ବିଦାରକ ଘଟଣା…
‘ଏଚ୍ଏସଟିଡିଭି’ ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ, ୨୮ା୧: ଡିଆରଡିଓ ପକ୍ଷରୁ ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଶୁକ୍ରବାର ଏଚ୍ଏସଟିଡିଭି(ହାଇପର୍ସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେଇକିଲ) କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଶବ୍ଦର ଗତିଠାରୁ ୬ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ…
ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ଦେଶରେ ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍ ଅଫ୍ ନେଶନ(ଏମ୍ଓଟିଏନ୍) ଜନମତରେ ନବୀନ ଓଡ଼ିଶାରେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନିଜ ରାଜ୍ୟରେ ୭୩.୨ ପ୍ରତିଶତ ଲୋକ…
ଗ୍ରାମସଭା ବର୍ଜନ କଲେ ଜିଲାର ୩୧୭ ସରପଞ୍ଚ
ବଲାଙ୍ଗୀର ଅଫିସ, ୨୮ା୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବାକୁ ବଲାଙ୍ଗୀର ଜିଲାର ୩୧୭ ଗ୍ରାମ ପଞ୍ଚାୟତରେ ସର୍ଭେ କରାଯାଇଥିଲା। ଏହାର ନୂଆ ତାଲିକା ପ୍ରସ୍ତୁତ ହୋଇଛି। ଏହାକୁ ଗ୍ରାମସଭାରେ ଅନୁମୋଦନ କରାଯିବା କଥା। ତେବେ ପ୍ରସ୍ତୁତ ହୋଇଥିତ୍ବା ତାଲିକାରେ ଅନେକ…

