ପୋଲିସ ସରକାରଙ୍କ ଗୋଡ଼ାଣିଆ: ଭାଜପା

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ବି ଅସ୍ପଷ୍ଟ। ଗୋବିନ୍ଦଙ୍କ ଆତ୍ମହତ୍ୟା ଓ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଉପରେ ଭରସା ନାହିଁ। ରାଜ୍ୟରେ ଘଟୁଥିବା ହତ୍ୟାକାଣ୍ଡ ଘଟଣାର ତଦନ୍ତ ସିବିଆଇ, ଏସ୍‌ଆଇଟିକୁ ଦିଆଯାଉ ବୋଲି ଉଭୟ ଭାଜପା ଓ କଂଗ୍ରେସ ଦାବି କରିଛନ୍ତି।
ସୋମବାର ବିଧାନସଭାରେ ‘ମମିତା ମେହେର….ପୋଲିସ ବିଫଳ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ରାଜ୍ୟରେ ଆପରାଧିକ ଘଟଣାର ନିରପେକ୍ଷ ତଦନ୍ତ ହେଉନାହିଁ। ପୋଲିସ ସରକାରଙ୍କ ଗୋଡ଼ାଣିଆ ଭାବେ କାମ କରୁଛି। ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୪୫ ଦିନ ବିତିଲାଣି। ହତ୍ୟାର କାରଣ କ’ଣ ଏପର୍ଯ୍ୟନ୍ତ ଜଣାପଡ଼ିଲାନାହିଁ। ବ୍ୟବହୃତ ଗୁଳି ଏପର୍ଯ୍ୟନ୍ତ ଜବତ ହୋଇ ପାରିଲାନାହିଁ। ରାଜ୍ୟବାସୀ ସରକାରଙ୍କୁ କିପରି ବିଶ୍ୱାସକୁ ନେବେ। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା। କାଳେ ସେ କିଛି ସତକଥା କହିଦେବେ ତେଣୁ ତାଙ୍କୁ ସବୁଦିନ ପାଇଁ ହଟାଇ ଦିଆଗଲା। ଏହି ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ହାତ ରହିଥିବା ଅଭିଯୋଗ ହୋଇଛି। ତାଙ୍କ ମନ୍ତ୍ରୀ ପଦକୁ ବଳିଦେଇ ସରକାର ସମ୍ପୂର୍ଣ୍ଣ ସ୍ବଚ୍ଛ ହୋଇଗଲେ। ଗୋବିନ୍ଦ ସାହୁ ଆତ୍ମହତ୍ୟା କଲେ ନା ତାଙ୍କୁ ହତ୍ୟା କରାଯାଇଛି ତାହା ଅସ୍ପଷ୍ଟ। ବିଧାୟକ ବିଜୟ ଶଙ୍କର ଦାସ, ଭାଗୀରଥି ସେଠୀଙ୍କ ନାମରେ ଥାନାରେ ଏଫ୍‌ଆଇଆର ଦିଆଗଲା। ପୋଲିସ ଏଫ୍‌ଆଇଆର ରୁଜୁ କଲାନାହିଁ। କୋର୍ଟ ନିର୍ଦ୍ଦେଶ ପରେ ମଧ୍ୟ ମାମଲା ରୁଜୁ କରାଯାଉନାହିଁ ବୋଲି ମୋହନ କହିଛନ୍ତି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ କହିଥିଲେ ଯେ, ମାହାଙ୍ଗା ଡବଲ ମର୍ଡର, ଶିଶୁକନ୍ୟା ‘ପରୀ’ ନିଖୋଜ, ମମିତା ମେହେର, ଏସ୍‌ଏସ୍‌ଆଇ ସୌମ୍ୟରଞ୍ଜନ, କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣା ତଦନ୍ତ ଆଢୁଆଳରେ ଚାପି ହୋଇଯାଇଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ସତ୍ୟାସତ୍ୟ ବାହାରିପାରୁନାହିଁ। ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗୋବିନ୍ଦଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଜେଲରେ ହତ୍ୟା କରାଯାଇଛି ବୋଲି ଏଫ୍‌ଆଇଆର୍‌ ଦେଇଛନ୍ତି। ଜେଲରେ ୧୬ଟି କ୍ୟାମେରା ଲାଗିଛି। କୌଣସି କ୍ୟାମେରାରେ ଆତ୍ମହତ୍ୟା ବେଳର ଦୃଶ୍ୟ ନାହିଁ। ଏହି ଘଟଣାରେ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଅଛନ୍ତି। ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ଝିଅ ନିକଟକୁ ଲଫାପାରେ କିଛି ଲେଖିଥିଲେ ଦେବା ପାଇଁ। ସେ ଲଫାପା କାହିଁକି ଦିଆଗଲାନାହିଁ । ଏହି ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ନୁହେଁ, ଏସ୍‌ଆଇଟି ଦ୍ୱାରା କରାଯାଉ ବୋଲି କଂଗ୍ରେସ ସଭ୍ୟମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଶାସକ ଦଳର ସଦସ୍ୟ ଅରୁଣ ସାହୁ, ଲତିକା ପ୍ରଧାନ ଓ ବ୍ୟୋମକେଶ ରାୟ ପ୍ରମୁଖ ବିରୋଧୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଜଣେ ଜଘନ୍ୟ ଅପରାଧୀଙ୍କ ମୃତ୍ୟୁକୁ ନେଇ କାହିଁକି ବିଧାନସଭାରେ ଆଲୋଚନା କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଆପରାଧିକ ମାନସିକତା ଥିତ୍ବା ବ୍ୟକ୍ତି ଅପରାଧୀଙ୍କୁ ସମର୍ଥନ କରେ ବୋଲି ସେମାନେ କହିଥିଲେ।
ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ସମ୍ପର୍କରେ ଆଗତ ମୁଲତବୀ ପ୍ରସ୍ତାବର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ବିଚାର ବିଭାଗୀୟ ଅନୁସନ୍ଧାନ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ବେକରେ ଏକ ନରମ ପଦାର୍ଥ ଲଗାଇ ଝୁଲିବା ଯୋଗୁ ମୃତ୍ୟୁ ହୋଇଛି। ମୃତ ଗୋବିନ୍ଦ ସାହୁ ପିନ୍ଧିଥିବା ଜ୍ୟାକେଟ୍‌ର ବାମପାର୍ଶ୍ୱ ପକେଟରୁ କେତେକ କାଗଜପତ୍ର ଜବତ କରାଯାଇଛି। ତାହାକୁ ପରୀକ୍ଷା ପାଇଁ ରାଜ୍ୟ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁସନ୍ଧାନ ଜାରି ରହିଛି। ପୋଲିସ ପାଖରେ ଗୋବିନ୍ଦ ସାହୁଙ୍କର ଯେଉଁ ଲଫାପା ଅଛି, ତାଙ୍କ ଝିଅ ଚାହିଁଲେ କୋର୍ଟରେ ଅପିଲ କରି ତାହା ନେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରି ଉଭୟ କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଧାନସଭା ବାହାରକୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?