ପୋଲିସ ସରକାରଙ୍କ ଗୋଡ଼ାଣିଆ: ଭାଜପା

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ବି ଅସ୍ପଷ୍ଟ। ଗୋବିନ୍ଦଙ୍କ ଆତ୍ମହତ୍ୟା ଓ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଉପରେ ଭରସା ନାହିଁ। ରାଜ୍ୟରେ ଘଟୁଥିବା ହତ୍ୟାକାଣ୍ଡ ଘଟଣାର ତଦନ୍ତ ସିବିଆଇ, ଏସ୍‌ଆଇଟିକୁ ଦିଆଯାଉ ବୋଲି ଉଭୟ ଭାଜପା ଓ କଂଗ୍ରେସ ଦାବି କରିଛନ୍ତି।
ସୋମବାର ବିଧାନସଭାରେ ‘ମମିତା ମେହେର….ପୋଲିସ ବିଫଳ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ରାଜ୍ୟରେ ଆପରାଧିକ ଘଟଣାର ନିରପେକ୍ଷ ତଦନ୍ତ ହେଉନାହିଁ। ପୋଲିସ ସରକାରଙ୍କ ଗୋଡ଼ାଣିଆ ଭାବେ କାମ କରୁଛି। ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୪୫ ଦିନ ବିତିଲାଣି। ହତ୍ୟାର କାରଣ କ’ଣ ଏପର୍ଯ୍ୟନ୍ତ ଜଣାପଡ଼ିଲାନାହିଁ। ବ୍ୟବହୃତ ଗୁଳି ଏପର୍ଯ୍ୟନ୍ତ ଜବତ ହୋଇ ପାରିଲାନାହିଁ। ରାଜ୍ୟବାସୀ ସରକାରଙ୍କୁ କିପରି ବିଶ୍ୱାସକୁ ନେବେ। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା। କାଳେ ସେ କିଛି ସତକଥା କହିଦେବେ ତେଣୁ ତାଙ୍କୁ ସବୁଦିନ ପାଇଁ ହଟାଇ ଦିଆଗଲା। ଏହି ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ହାତ ରହିଥିବା ଅଭିଯୋଗ ହୋଇଛି। ତାଙ୍କ ମନ୍ତ୍ରୀ ପଦକୁ ବଳିଦେଇ ସରକାର ସମ୍ପୂର୍ଣ୍ଣ ସ୍ବଚ୍ଛ ହୋଇଗଲେ। ଗୋବିନ୍ଦ ସାହୁ ଆତ୍ମହତ୍ୟା କଲେ ନା ତାଙ୍କୁ ହତ୍ୟା କରାଯାଇଛି ତାହା ଅସ୍ପଷ୍ଟ। ବିଧାୟକ ବିଜୟ ଶଙ୍କର ଦାସ, ଭାଗୀରଥି ସେଠୀଙ୍କ ନାମରେ ଥାନାରେ ଏଫ୍‌ଆଇଆର ଦିଆଗଲା। ପୋଲିସ ଏଫ୍‌ଆଇଆର ରୁଜୁ କଲାନାହିଁ। କୋର୍ଟ ନିର୍ଦ୍ଦେଶ ପରେ ମଧ୍ୟ ମାମଲା ରୁଜୁ କରାଯାଉନାହିଁ ବୋଲି ମୋହନ କହିଛନ୍ତି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ କହିଥିଲେ ଯେ, ମାହାଙ୍ଗା ଡବଲ ମର୍ଡର, ଶିଶୁକନ୍ୟା ‘ପରୀ’ ନିଖୋଜ, ମମିତା ମେହେର, ଏସ୍‌ଏସ୍‌ଆଇ ସୌମ୍ୟରଞ୍ଜନ, କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣା ତଦନ୍ତ ଆଢୁଆଳରେ ଚାପି ହୋଇଯାଇଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ସତ୍ୟାସତ୍ୟ ବାହାରିପାରୁନାହିଁ। ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗୋବିନ୍ଦଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଜେଲରେ ହତ୍ୟା କରାଯାଇଛି ବୋଲି ଏଫ୍‌ଆଇଆର୍‌ ଦେଇଛନ୍ତି। ଜେଲରେ ୧୬ଟି କ୍ୟାମେରା ଲାଗିଛି। କୌଣସି କ୍ୟାମେରାରେ ଆତ୍ମହତ୍ୟା ବେଳର ଦୃଶ୍ୟ ନାହିଁ। ଏହି ଘଟଣାରେ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଅଛନ୍ତି। ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ଝିଅ ନିକଟକୁ ଲଫାପାରେ କିଛି ଲେଖିଥିଲେ ଦେବା ପାଇଁ। ସେ ଲଫାପା କାହିଁକି ଦିଆଗଲାନାହିଁ । ଏହି ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ନୁହେଁ, ଏସ୍‌ଆଇଟି ଦ୍ୱାରା କରାଯାଉ ବୋଲି କଂଗ୍ରେସ ସଭ୍ୟମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଶାସକ ଦଳର ସଦସ୍ୟ ଅରୁଣ ସାହୁ, ଲତିକା ପ୍ରଧାନ ଓ ବ୍ୟୋମକେଶ ରାୟ ପ୍ରମୁଖ ବିରୋଧୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଜଣେ ଜଘନ୍ୟ ଅପରାଧୀଙ୍କ ମୃତ୍ୟୁକୁ ନେଇ କାହିଁକି ବିଧାନସଭାରେ ଆଲୋଚନା କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଆପରାଧିକ ମାନସିକତା ଥିତ୍ବା ବ୍ୟକ୍ତି ଅପରାଧୀଙ୍କୁ ସମର୍ଥନ କରେ ବୋଲି ସେମାନେ କହିଥିଲେ।
ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ସମ୍ପର୍କରେ ଆଗତ ମୁଲତବୀ ପ୍ରସ୍ତାବର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ବିଚାର ବିଭାଗୀୟ ଅନୁସନ୍ଧାନ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ବେକରେ ଏକ ନରମ ପଦାର୍ଥ ଲଗାଇ ଝୁଲିବା ଯୋଗୁ ମୃତ୍ୟୁ ହୋଇଛି। ମୃତ ଗୋବିନ୍ଦ ସାହୁ ପିନ୍ଧିଥିବା ଜ୍ୟାକେଟ୍‌ର ବାମପାର୍ଶ୍ୱ ପକେଟରୁ କେତେକ କାଗଜପତ୍ର ଜବତ କରାଯାଇଛି। ତାହାକୁ ପରୀକ୍ଷା ପାଇଁ ରାଜ୍ୟ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁସନ୍ଧାନ ଜାରି ରହିଛି। ପୋଲିସ ପାଖରେ ଗୋବିନ୍ଦ ସାହୁଙ୍କର ଯେଉଁ ଲଫାପା ଅଛି, ତାଙ୍କ ଝିଅ ଚାହିଁଲେ କୋର୍ଟରେ ଅପିଲ କରି ତାହା ନେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରି ଉଭୟ କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଧାନସଭା ବାହାରକୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri