ଋଣରେ ଓଡ଼ିଶା ତଳଆଡୁ ୧ ନମ୍ବର: ମନ୍ତ୍ରୀ

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ମୁଣ୍ଡପିଛା ଋଣଭାର ୨୨,୦୪୨ ଟଙ୍କା ରହିଥିବା ବେଳେ ମୁଣ୍ଡପିଛା ଆୟ ରହିଛି ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା। ୧୯୯୯-୨୦୦୦ ବେଳକୁ ମୁଣ୍ଡପିଛା ଋଣ ୪,୯୧୮ ଥିବା ବେଳେ ଆୟ ଥିଲା ୧୩,୦୧୨ ଟଙ୍କା। ବର୍ତ୍ତମାନ ମୁଣ୍ଡପିଛା ଆୟ ୫.୮ ଗୁଣ ରହିଛି। ରାଜ୍ୟ ସରକାର ବିତ୍ତୀୟ ଓ ବଜେଟ ପରିଚାଳନା ଆଇନ-୨୦୦୫କୁ ସଂଶୋଧନ କରି ବିଭିନ୍ନ ଯୋଜନା ବାବଦକୁ ୧୩୯.୩୬ କୋଟି ଟଙ୍କା ଋଣ ପରିଶୋଧରୁ ପାଇଛନ୍ତି। ୨୦୨୧-୨୨ ସୁଦ୍ଧା ରାଜ୍ୟର ଋଣଭାର ୯୭୨୦୪.୯୭ କୋଟି, ଯାହାକି ସାମଗ୍ରିକ ଘରୋଇ ଉତ୍ପାଦର ୧୪.୭% ରହିଛି। କଂଗ୍ରେସ ସଭ୍ୟ ତାରା ବାହିନୀପତିଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି। ବିଜେଡି ସଭ୍ୟ ଦେବୀ ମିଶ୍ର, ଭାଜପା ସଭ୍ୟ ଗଣେଶ ରାମ ଖୁଣ୍ଟିଆ ଓ ମୁକେଶ ମହାଲିଙ୍ଗ ରାଜ୍ୟର ଋଣଭାର ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ମୁଣ୍ଡପିଛା ଆୟ କାହାକୁ ଭିତ୍ତିକରି ମପାଯାଏ। ଯଦି ଋଣ ନାହିଁ, ତେବେ ବିଭିନ୍ନ ବିଭାଗରେ ପଦବୀ କାହିଁକି ଖାଲି ପଡ଼ିଛି। ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଋଣ କରିବାରେ ତଳ ଆଡ଼ୁ ପ୍ରଥମ। ଅର୍ଥାତ୍‌ ଓଡ଼ିଶା ଋଣ କରିବାରେ ୨୮ତମ ସ୍ଥାନରେ ରହିଛି। ଏଫ୍‌ଆର୍‌ବିଏମ୍‌ ଅନୁଯାୟୀ ରାଜ୍ୟର ସାମଗ୍ରିକ ଉତ୍ପାଦ (ଜିଏସ୍‌ଡିପି)ର ୨୫% ଯାଏ ଋଣ କରାଯାଇ ପାରିବ। ବିକାଶ ପାଇଁ ଋଣର ଆବଶ୍ୟକତା ରହିଛି। ଅଧିକ ସୁଧ ଥିବା ଋଣ ସରକାର କରୁନାହାନ୍ତି। ୨୦୦୦ ପୂର୍ବରୁ ସରକାର ୩୬୪ ଦିନ ଓଭର ଡ୍ରାଫ୍ଟ କରୁଥିଲେ। ଆଜି ସେ ଅବସ୍ଥା ନାହି। ଜିଏସ୍‌ଡିପି ଆଧାରରେ କୃଷି, ଭିତ୍ତିଭୂମି ଓ ସେବା କ୍ଷେତ୍ରକୁ ନେଇ ମୁଣ୍ଡପିଛା ଆୟ ଧାର୍ଯ୍ୟ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?