ଆସନ୍ତା ୧୫ରେ ଆନ୍ଦୋଳନକୁ ଓହ୍ଲାଇବ ସେସ୍କୋ ପୂର୍ବତନ ସୈନିକ କର୍ମଚାରୀ ସଂଘ

ଭୁବନେଶ୍ୱର,୧୪।୩(ବ୍ୟୁରୋ):୨୦୦୨ରେ ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ୧୨୫୦ ପୂର୍ବତନ ସୈନିକଙ୍କୁ ସେସ୍କୋ ତରଫରୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଥିଲା। ଏହି ୨୨ ବର୍ଷରେ ପ୍ରାୟ ୮୦ ପ୍ରତିଶତଙ୍କର ଅବସର ଓ ପରଲୋକ ପରେ ବର୍ତ୍ତମାନ ୨୨୦ଜଣ କାର୍ଯ୍ୟରତ ଅଛନ୍ତି। ପର୍ଯ୍ୟାୟକ୍ରମେ ସେସ୍କୋ, ସେସୁ ଅଧୀନରେ କାମ କଲା ପରେ ଏବେ ଏମାନେ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିସିଓଡିଏଲ)ରେ କାର୍ଯ୍ୟ କରୁଛନ୍ତି। ହେଲେ ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କ ମନୋମୁଖୀ ଓ ବୈମାତୃକ ବ୍ୟବହାର ଯୋଗୁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ସମାନ କାମ ପାଇଁ ସମାନ ଦରମା ଲାଗୁ କରା ନ ଯାଇ ବିଭିନ୍ନ ଅନୁସଙ୍ଗିକ ସୁବିଧା, ସୁଯୋଗରୁ ବଞ୍ଚିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଏକ ବୈଠକ କରାଯାଇ ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଏକ ଚରମପତ୍ର ଦିଆଯାଇଛି। ଟିପିସିଓଡିଏଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ମାର୍ଚ୍ଚ ୧୫ରୁ କାର୍ଯ୍ୟରୁ ବିରତ ରହି ରାଜଧାନୀ ଲୋୟର ପିଏମଜିରେ ଆନ୍ଦୋଳନ କରିବ ବୋଲି ସଂଘର ସାଧାରଣ ସମ୍ପାଦକ ସୀତାକାନ୍ତ ପଣ୍ଡା କହିଛନ୍ତି। ବୈଠକରେ ସଭାପତି ପ୍ରଦିପ୍ତ ରାୟ, ଉପ ସଭାପତି ଚନ୍ଦନ ରାଉତରାୟ, କୋଷାଧ୍ୟକ୍ଷ ମନୋଜ ପାତ୍ର, ଉପଦେଷ୍ଟା ବିଶ୍ବନାଥ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ନିରାକାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ବିତ୍ପାତ: ବ୍ରହ୍ମପୁର ଜଳମଗ୍ନ

ବ୍ରହ୍ମପୁର ଅଫିସ,୨୫ା୧୦- ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ଗଞ୍ଜାମ ଜିଲାରେ ବର୍ଷା ଜାରି ରହିଛି ା ଗୋପାଳପୁର ପାଣିପାଗ କେନ୍ଦ୍ର ପକ୍ଷରୁ...

ଇଟାଭାଟି ଶ୍ରମିକ, ମାଲିକ ସଂଘର ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ବାଲେଶ୍ୱର ଜିଲା ଇଟାଭାଟି ଶ୍ରମିକ ଓ ମାଲିକ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ମାଲିକ ମିଳିତ ଭାବେ...

ଅପରାଜିତାଙ୍କ ଶୋଭାଯାତ୍ରା ଉପରକୁ ଟମାଟୋ ମାଡ଼

ପୁରୀ ଅଫିସ,୨୭।୪: ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୈତିକ ମହଲରେ ବିତର୍କ ଆରମ୍ଭ ହୋଇଛି। ସେ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରି...

ଆଗୁଆ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୨୯-୧୧(ବ୍ୟୁରୋ):ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଗୁଆ ଶେଷ ହୋଇଛି। ସରକାରଙ୍କ ଆଉ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ କିମ୍ବା ବିଲ୍‌ ନ ଥିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର...

ଆଜି ରାଜ୍ୟରୁ ସର୍ବାଧିକ ୨୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୪୩୦କୁ ବୃଦ୍ଧି

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୩୦ରେ ପହଞ୍ଚିଥିବା ରାଜ୍ୟ...

କାର୍ଯ୍ୟାନୁଷ୍ଠାନ ପାଇଁ ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୨।୭(ବ୍ୟୁରୋ):କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲର ଗୋତାମୁଣ୍ଡାଠାରେ ବସବାସ କରୁଥିବା ଆଦିବାସୀଙ୍କ ଉପରେ ଜୁନ୍‌ ୩୦ରେ ଆକ୍ରମଣ ହୋଇଥିଲା। ଦୀର୍ଘ ୨୦ବର୍ଷରୁ ଅଧିକ ଦିନ...

ପର୍ଯ୍ୟଟନ ଶିଳ୍ପ ପାଇଁ ପୋଷ୍ଟ-ଲକ୍‌ଡାଉନ୍‌ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଉଭୟ ସହର ଓ...

ଆଜି ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୩ା୧(ବ୍ୟୁରୋ): ରବିବାର ରାଜ୍ୟରେ ୧୯୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week