ଛାତ୍ରୀଛାତ୍ରଙ୍କୁ ସଂରକ୍ଷଣରୁ ବଞ୍ଚତ୍ତ କରିବାକୁ ଷଡ଼ଯନ୍ତ୍ର: ଭାଜପା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ଚାଲିଥିବା ବହୁ ପ୍ରଚାରିତ ପଛୁଆବର୍ଗ ସର୍ଭେ ପଛରେ ଥିବା ରାଜ୍ୟ ସରକାରଙ୍କ ଭିତିରି ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି। ରାଜ୍ୟର ପଛୁଆବର୍ଗଙ୍କ ସଂଖ୍ୟାକୁ କମ୍‌ ଦେଖାଇ ୫୪ ପ୍ରତିଶତ ଏସ୍‌ଇବିସି ବର୍ଗଙ୍କୁ ସଂରକ୍ଷଣ ନ ଦେବା ପାଇଁ ରାଜ୍ୟ ସରକାର ଏପରି ନାଟକବାଜି କରୁଛନ୍ତି । ଶାସନକଳ ଏସ୍‌ଇବିସି ବର୍ଗଙ୍କୁ କିପରି ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ସେହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାଜ୍ୟ ସରକାରଙ୍କ ଏହି ଓବିସି ବିରୋଧୀ ଅଭିଯାନକୁ ସଫଳ ହେବାକୁ ଦିଆଯିବନି ବୋଲି ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି । ଶନିବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ୧୯୩୧ ମସିହାର ଜନଗଣନା ଆଧାରରେ ୫୪ପ୍ରତିଶତ ସଂଖ୍ୟାଗରିଷ୍ଠ ପଛୁଆବର୍ଗଙ୍କୁ ସମଗ୍ର ଦେଶର ୨୭ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦିଆଯାଉଥିବା ବେଳେ କେବଳମାତ୍ର ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ କରାଇ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସର୍ଭେ ବାହାନାରେ ରାଜ୍ୟ ସରକାର କେବଳ ପ୍ରଚାର ଚଳାଇଛନ୍ତି। ୨୦ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ଏବେ ବି କେଉଁ କେଉଁ ଜାତି ବର୍ଗର ସର୍ଭେ ହେବ ତାହା ଚୂଡାନ୍ତ ନୁହେଁ। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜାତି କୋଡ୍‌ ନମ୍ବର ତାଲିକାରେ ୨୧୦ ଜାତିବର୍ଗ ନାମ ଉଲ୍ଲେଖ ଅଛି। ନୂତନ ଭାବେ ଅଧ୍ୟାଦେଶ ବଳରେ ଯୋଡାଯାଇଥିବା ଜାତିବର୍ଗ ତାଲିକା କୁଆଡେ ଗଲା। କେନ୍ଦ୍ର ଓବିସି ତାଲିକାରେ ଥିବା ଜାତିମାନେ କ’ଣ ଏଥିରୁ ବଞ୍ଚିତ କି? କେତେକ ଗଣମାଧ୍ୟମରେ ରାଜ୍ୟରେ ପଛୁଆବର୍ଗଙ୍କ ଆପାତତଃ ସଂଖ୍ୟା ପ୍ରକାଶ ପାଇଛି ଏବଂ ଏହି ସଂଖ୍ୟା ବାସ୍ତବତାଠାରୁ ବହୁତ କମ୍‌। କେଉଁ ସରକାରୀ ଅଧିକାରୀ ଏଭଳି ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି ତାହା ରାଜ୍ୟବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ମୁଖ୍ୟମନ୍ତ୍ରୀ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ଚାହୁଁଛନ୍ତି ତେବେ ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ପଛୁଆବର୍ଗ ତାଲିକା ଏବଂ ଅନ୍ୟ ରାଜ୍ୟମାନଙ୍କର ଯେଉଁ ମାପଦଣ୍ଡ ଅନୁଯାୟୀ ସଂରକ୍ଷଣ ଯୋଗାଇ ଦିଆଯାଉଛି ସେହି ଆଧାରରେ ସଂରକ୍ଷଣ ଯୋଗାଇ ଦେଇପାରନ୍ତେ । କିନ୍ତୁ ସେପରି ନ କରି ମୁଷ୍ଟିମେୟ ପଛୁଆବର୍ଗ ବିରୋଧୀ ଷଡଯନ୍ତ୍ରକାରୀ ଗୋଷ୍ଠୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସଂଖ୍ୟାଗରିଷ୍ଠ ବର୍ଗଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ବୋଲି ବିଶ୍ୱାଳ ଅଭିଯୋଗ କରିଛନ୍ତି। ନାମଲେଖା ସମୟ ଅବଧି ଶେଷ ପୂର୍ବରୁ ରାଜ୍ୟ ସରକାର ପଛୁଆବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ ତୁରନ୍ତ ୨୭ ପ୍ରତିଶତ ସଂରକ୍ଷଣ ଘୋଷଣା କରିବା ପାଇଁ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଦାବି କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ବିବେକାନନ୍ଦ ଜେନା ଓ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?