ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ

ରାଜନଗର, ୨୯ା୫(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ। ଭିତରକନିକାରେ ଭିତ୍ତିଭୂମିର ବିକାଶ ଆରମ୍ଭ ହୋଇଛି। ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୦୨୧-୨୨ ଆର୍ଥତ୍କ ବର୍ଷରେ ୫୮ କୋଟି ୫୮ ଲକ୍ଷ ୫୩ ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଅର୍ଥରେ ସୂଚନା କେନ୍ଦ୍ର, ମୁଖ୍ୟ ଫାଟକ, ୱାଚ୍‌ ଟାୱାର, ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରଠାରେ ଜେଠି ନିର୍ମାଣ ହେବ। ଏହି ପର୍ଯ୍ୟଟନଭିତ୍ତିକ ପ୍ରକଳ୍ପଗୁଡ଼ିକର ଥ୍ରୀଡି ଚିତ୍ରକୁ ଜିଲା ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆରେ ଛଡ଼ାଯାଇଛି।

ବିଶ୍ୱପ୍ରସିଦ୍ଧ ଭିତରକନିକା ପର୍ଯ୍ୟଟନସ୍ଥଳୀଠାରେ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ସରକାର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି। ଗୁପ୍ତି ଜେଠିରେ ଡ୍ରାଏ ଡକ୍‌ ସୁବିଧା ପାଇଁ ୩୦ ଲକ୍ଷ, ଡାଙ୍ଗମାଳ ପ୍ରବେଶ ଦ୍ୱାରଠାରେ ପ୍ଲାଜା ଓ ପାର୍କିଂ ନିର୍ମାଣ ପାଇଁ ୩ କୋଟି ୧୫ ଲକ୍ଷ ୪୩ ହଜାର, ଗୁପ୍ତିଠାରେ ଜେଠି ନିର୍ମାଣ ପାଇଁ ୯ କୋଟି ୨୩ ଲକ୍ଷ ୭୪ ହଜାର, ଡାଙ୍ଗମାଳଠାରେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ଲାଗି ୧୪ କୋଟି ୩୮ ଲକ୍ଷ ୪୪ ହଜାର, ଡାଙ୍ଗମାଳଠାରେ ଥିବା ଜେଠିର ଉନ୍ନତୀକରଣ ପାଇଁ ୭ କୋଟି ୪୭ ଲକ୍ଷ ୮୩ ହଜାର, ଡାଙ୍ଗମାଳଠାରେ କାରିଗରି କ୍ରାଫ୍ଟ ବଜାର ଓ ଫୁଡ୍‌ କୋର୍ଟ ନିର୍ମାଣ ପାଇଁ ୭ କୋଟି ୭୯ ଲକ୍ଷ ୪୭ ହଜାର, ଚାନ୍ଦବାଲିଠାରେ ଜେଠି ନିର୍ମାଣ ପାଇଁ ୬ କୋଟି ୮୭ ଲକ୍ଷ ୬୧ ହଜାର, ଖୋଳାଠାରେ ଜେଠି ନିର୍ମାଣ ପାଇଁ ୬ କୋଟି ୬୬ ଲକ୍ଷ ୧ ହଜାର ଟଙ୍କା ସରକାର ଯୋଗାଇ ଦେଇଛନ୍ତି। ୨ ମାସ ତଳେ ଜିଲା ପ୍ରଶାସନ ପ୍ରକଳ୍ପ ନିର୍ମାଣ ସ୍ଥଳରେ ପହଞ୍ଚତ୍ ସ୍ଥାନ ଚିହ୍ନଟ କରିଥିଲେ। ଶନିବାର ଜିଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ପ୍ରକଳ୍ପର ଚିତ୍ର ଜାରି କରାଯାଇଛି। ମୁଖ୍ୟ ଫାଟକ ଏପରି ଭାବେ ନିର୍ମାଣ କରାଯିବ, ଯେପରି ପର୍ଯ୍ୟଟକମାନେ କୁମ୍ଭୀର ଅଁା ମଧ୍ୟରେ ପଶି ଜାତୀୟ ଉଦ୍ୟାନ ଯିବାର ଅନୁଭବ କରିବେ। ଏଥିସହ ସୂଚନା କେନ୍ଦ୍ର ନିର୍ମାଣ ହେବ। ଏଥିରେ ଅଲିଭ୍‌ ରିଡ୍‌ଲେ, ଲୁଣିପାଣି କୁମ୍ଭୀର, ପକ୍ଷୀ, ମ୍ୟାନ୍‌ଗ୍ରୋଭ୍‌ ସହ ୭ଡି ଥିଏଟର ଓ ଆକ୍ୱାରିୟମ ରହିବ। ଖୋଳା, ଗୁପ୍ତି, ଡାଙ୍ଗମାଳ ଓ ଜୟନଗରଠାରେ ଯେଉଁ ଜେଠି ନିର୍ମାଣ ହେବ, ଜେଠିରେ ଫ୍ଲୋଟିଂ ଜେଠି ସଂଯୁକ୍ତ ରହିବ। ଜେଠି ନିକଟରେ ଟିକେଟ କାଉଣ୍ଟର, ସ୍ନାକ୍ସ କାଉଣ୍ଟର, ଟଏଲେଟ, ରେଷ୍ଟରୁମ୍‌ ସହ ପାର୍କିଂ ସ୍ପେଶ୍‌ ରହିବ। ଏହାବାଦ୍‌ ୱାଚ୍‌ ଟାୱାର ନିର୍ମାଣ କରାଯିବ, ଯେଉଁ ଟାୱାର ଉପରେ ଚଢ଼ି ପର୍ଯ୍ୟଟକମାନେ ଲୁଣାଜଙ୍ଗଲର ଶୋଭା ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri