ବିଜେଡି ସରକାର ୫ ପାଳିର ୪ ବର୍ଷ ପୂର୍ତ୍ତି

ଭୁବନେଶ୍ୱର,୨୯ା୫(ବ୍ୟୁରୋ: ବିଜେଡି ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ ହୋଇଛି। ୨୦୧୯ ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ଶପଥ ନେଇଥିଲେ। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି, ସେ ନେଇ ମେ’ ୨୨ ତାରିଖରୁ ନବୀନ ବିଭାଗୀୟ ମନ୍ତ୍ରୀମାନଙ୍କୁ ଡକାଇ ସମୀକ୍ଷା କରୁଛନ୍ତି। ନବ ଦାସ ହତ୍ୟାକାଣ୍ଡ ୫ମ ପାଳିର ବିଜେଡି ସରକାର ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ପଦ୍ମପୁର, ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହୋଇ ବିଜେଡି ନିଜର ପୂର୍ବ ପତିଆରାକୁ ବଜାୟ ରଖିଛି।
ଗତ ୨୩ ବର୍ଷ ମଧ୍ୟରେ ନବୀନ ଓଡ଼ିଶାକୁ ଏକ ପ୍ରଗତିଶୀଳ, ଆର୍ଥିକ ମଜଭୁତ ଲୋକଙ୍କ ସରକାରରେ ପରିଣତ କରିବାରେ ସରକାର ସଫଳ ହୋଇଛି। ଲୋକମାନଙ୍କୁ ଉତ୍ତମ ପ୍ରଶାସନିକ ସେବା ସେମାନଙ୍କ ନିକଟରେ ପହଞ୍ଚାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଲୋକମାନେ ହେଉଛନ୍ତି ମାଲିକ। ଲୋକମାନେ ସରକାରୀ କାର୍ଯ୍ୟାଳୟରୁ ଯେପରି ସୁଖଦ ଅନୁଭୂତି ନେଇ ଫେରିବେ, ସେ ନେଇ ମୁଖ୍ୟମନ୍ତ୍ରୀ ପଞ୍ଚମପାଳି ଶାସନରେ ଗୁରୁତ୍ୱ ଦେଇଛନ୍ତି। ୩-ଡି (ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ଏବଂ ଭକ୍ତି ସହକାରେ) ଜରିଆରେ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଆସିଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ପାଇଁ ସରକାର ୫-ଟି (ଟ୍ରାନ୍ସପରେନ୍ସି, ଟିମ୍‌ଓ୍ବାର୍କ, ଟେକ୍ନୋଲୋଜି, ଟାଇମ୍‌ ଆଣ୍ଡ ଟ୍ରାନ୍ସଫରମେଶନ) ଏବଂ ମୋ ସରକାର ଭଳି ଅଭିନବ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ୱାରା ପ୍ରଶାସନିକ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଆଣିବାରେ ସଫଳ ହୋଇ ପାରିଛନ୍ତି। ଦୁର୍ନୀତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି। ଦୁର୍ନୀତିଗ୍ରସ୍ତଙ୍କୁ ବାହାର ରାସ୍ତା ଦେଖାଇ ନବୀନ ଓ ତାଙ୍କ ସରକାର ସ୍ବଚ୍ଛତାର ପ୍ରମାଣ ଦେଖାଇଛନ୍ତି।
ଧାନ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇପାରିଛି। ସରକାର କୃଷି, କୃଷକଙ୍କ ବିକାଶଠାରୁ ଆରମ୍ଭ କରି ମହିଳା ଶସକ୍ତୀକରଣ, ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି। କୃଷକଙ୍କ ଆୟ ବହୁ ଗୁଣିତ କରିବା ଲକ୍ଷ୍ୟରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶାକୁ କ୍ଷୁଧାମୁକ୍ତ କରିବାକୁ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କରି ଗରିବଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ଗରିବଙ୍କୁ ପକ୍କାଘର, ସାମାଜିକ ନିରାପତ୍ତା, ଭିତ୍ତିଭୂମି ଆଦି କ୍ଷେତ୍ରରେ ରାଜ୍ୟ ଅନେକ ପ୍ରଗତି ହାସଲ କରିଛି।
ସରକାର ଗୋଟିଏ ପରେ ଗୋଟିଏ ସଙ୍କଟର ମୁକାବିଲା କରିଚାଲିଛନ୍ତି। କୋଭିଡ୍‌ ସତ୍ତ୍ୱେ ଲୋକଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲିନାହାନ୍ତି। ବିଜେଡି ଶାସନ ୫ମ ପାଳିର ୫-ଟି ମୁଖ୍ୟ ଫୋକସ୍‌ ହୋଇଛିି। ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାମ କରିଚାଲିଛନ୍ତି। ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ରଖିବା ପାଇଁ ମୋ ସରକାର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ସମୟକ୍ରମେ ପ୍ରତ୍ୟେକ ସ୍ତରରେ ଲୋକଙ୍କ ପ୍ରତି ସରକାରୀ କର୍ମଚାରୀମାନଙ୍କର ମନୋଭାବ ଏବଂ ବ୍ୟବହାରରେ ପରିବର୍ତ୍ତନ ଆଣିବାରେ ଏହା ସଫଳ ହୋଇଛି। ପ୍ରଶାସନ ଏବଂ ସରକାରୀ ସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରି ସରକାରୀ ବ୍ୟବସ୍ଥାରେ ଢାଞ୍ଚାଗତ ଓ ପ୍ରକ୍ରିୟାଗତ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି। ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସବୁବେଳେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଇଛି।
ଓଡ଼ିଶା ପୁଞ୍ଜି ବିନିଯୋଗର ଆକର୍ଷଣୀୟ କେନ୍ଦ୍ର ହୋଇ ରହିଛି। କୋଭିଡ୍‌ ମହାମାରୀ ପରିସ୍ଥିତି ସତ୍ତ୍ବେ ଦେଶର କେତେକ ବଡ଼ ବଡ଼ ପୁଞ୍ଜିନିବେଶକୁ ଆକର୍ଷିତ କରିବାରେ ଓଡ଼ିଶା ସଫଳ ହୋଇପାରିଛି। କୃଷି ଓ କୃଷକର ଉନ୍ନତି ହେଉଛି ରାଜ୍ୟ ବିକାଶର ଆଧାରଶିଳା। ଗତ ଏକ ବର୍ଷ ମଧ୍ୟରେ କାଳିଆ ଯୋଜନାରେ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଟଙ୍କା ଜମା କରି ଆମେ ଆମର ପ୍ରତିଶ୍ରୁତି ରକ୍ଷା କରିପାରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ଠିକ୍‌ ସମୟରେ ଶେଷ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷ ଅପର ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ କରାଯାଇଛି। ମହିଳା ସଶକ୍ତୀକରଣକୁ ଦୃଷ୍ଟିରେ ରଖି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମଜଭୁତ କରାଯାଇଛି। ରାଜ୍ୟର ମହାନ୍‌ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ପୁରୀ, କୋଣାର୍କ, ସମଲେଶ୍ବରୀ, ହରଶଙ୍କର, ନୃସିଂହନାଥ ଓ ଅନ୍ୟାନ୍ୟ ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।
ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ବର୍ଷକ ପାଇଁ ମାଗଣା ଚାଉଳ ଯୋଗାଇ ଦେବା ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫ କେଜି ଚାଉଳ ୨୦୨୩ ଜାନୁୟାରୀରୁ ୧୨ ମାସ ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ରାଜକୋଷରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଜଳସମ୍ପଦ ବିଭାଗ ଦ୍ୱାରା ବିଭିନ୍ନ ନଦୀରେ ଅନ୍ତଃ ନଦୀଜଳାଶୟ (ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍‌ଚର) ପ୍ରକଳ୍ପ ନିର୍ମାଣ କରାଯାଉଛି । ୨୦୨୨ରେ ଜଳସମ୍ପଦ ବିଭାଗ ତରଫରୁ ୧୭ଟି ପ୍ରକଳ୍ପ କାର୍ଯ୍ୟାରମ୍ଭ କରାଯାଇଛି। ବିଜେଡି ସରକାର ୨୦୨୪ ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟ କରୁଛି। ଥାଇଲାଣ୍ଡ, ଦୁବାଇ, ସିଙ୍ଗାପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ କରି ରାଜ୍ୟରେ ବିମାନସେବା କ୍ଷ୍ରେତରେ ଆଉ କେଇପାଦ ଆଗକୁ ନେଇଛନ୍ତି।

କ୍ରୀଡ଼ା ଭିତ୍ତିଭୂମି

କ୍ରୀଡ଼ା କ୍ଷେତ୍ରରେ ଅଣଦେଖା ହୋଇ ଆସୁଥିବା ଓଡ଼ିଶା ବିଜେଡି ସରକାର ଅମଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରାଜ୍ୟକୁ ଭାରତର କ୍ରୀଡ଼ା ହବ୍‌ରେ ପରିଣତ କରିବା ଲକ୍ଷ୍ୟ ନେଇ ସରକାର ଉଦ୍ୟମ ଜାରି ରଖିଛନ୍ତି। ଉନ୍ନତ ମାନର କ୍ରୀଡ଼ା ଭିତ୍ତିଭୂମି ଏବଂ ଅନୁକୂଳ ପରିବେଶ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ପଥ ପରିଷ୍କାର କରିଛି। ଏସିଆନ୍‌ ଗେମ୍ସ, ହକି ଚାମ୍ପିୟନ୍ସ ଟ୍ରଫି, ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରି ଓଡ଼ିଶା ନିଜର କ୍ରୀଡ଼ା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। କ୍ରୀଡ଼ାର ବିକାଶ ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି। ରାଉରକେଲାରେ ଦେଶର ବୃହତ୍ତମ ହକି ଷ୍ଟାଡିୟମ ସମେତ ବିଭିନ୍ନ କ୍ରୀଡ଼ା ପ୍ରକଳ୍ପ ନିମନ୍ତେ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି। ରାଜ୍ୟରେ ନୂତନ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବାଠାରୁ ଆରମ୍ଭ କରି ପଞ୍ଚାୟତସ୍ତରରେ କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତ କରିବା ଦିଗରେ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ହକି ବିଶ୍ୱକପ୍‌କୁ ବିଭିନ୍ନ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରି ନବୀନ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ଜାତୀୟ ନେତାଙ୍କ ଦୃଷ୍ଟିକୁ ନେବାକୁ ଉଦ୍ୟମ କରିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା
ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ପାଇଁ ସବୁ ସମୟରେ ବଡ଼ ବିପତ୍ତି ଭାବେ ଦେଖାଦେଇଛି। ୧୯୯୯ ମହାବାତ୍ୟାରେ ରାଜ୍ୟକୁ ବହୁ ଧନଜୀବନ କ୍ଷତି ସହିବାକୁ ପଡ଼ିଥିଲା। ବିଜେଡି କ୍ଷମତାସୀନ ହେବା ପରେ ବିପର୍ଯ୍ୟୟରୁ ଲୋକଙ୍କ ଜୀବନ ବଞ୍ଚାଇବା ଥିଲା ନବୀନଙ୍କ ପ୍ରାଥମିକତା। ଏ ଦିଗରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଫାଇଲିନ୍‌, ହୁଡୁହୁଡୁ, ତିତ୍‌ଲି, ଫନୀ, ଅମ୍ଫନ ଭଳି ବାତ୍ୟାକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଛନ୍ତି। ସେଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ସରକାର ପ୍ରଶଂସିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?