୧୩ରୁ ଶିଶିର ସରସ ମେଳା
ଭୁବନେଶ୍ୱର, ୨୯।୧୨ (ବ୍ୟୁରୋ): ବିଶ୍ୱକପ୍ ହକି ସମୟରେ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଆଉ ଏକ ସୁଯୋଗ ଆଣିଦେଉଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ରୁରାଲ ଡେଭେଲପ୍ମେଣ୍ଟ ଆଣ୍ଡ୍ ମାର୍କେଟିଂ ସୋସାଇଟି (ଓରମାସ୍)। ଜାନୁୟାରୀ ୧୩ରୁ ଓର୍ମାସ୍…
ହକି ବିଶ୍ୱକପ୍ ପାଇଁ ୧୭ ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ୧୭ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। ସ୍କ୍ବାଡ୍ରେ ଥିବା ଅଧିକାରୀ ଓ କର୍ମଚାରୀ ହାତରେ ଲାଠି ଧରି ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦାରଖ କରିବା ସହିତ ରାସ୍ତା ଉପରେ ଠେଲାଗାଡି ଏବଂ…
ବିଧାୟକ ଶଶିଭୂଷଣଙ୍କ କାର୍କୁ ଅଣ୍ଡାମାଡ଼, ଜଣେ ଅଟକ
କେନ୍ଦ୍ରାପଡ଼ା ଅଫିସ,୨୯ା୧୨: କେନ୍ଦ୍ରାପଡ଼ା ଜିଲାରେ ଶାସକ ଦଳର ନେତାଙ୍କୁ ବିରୋଧ ଜାରି ରହିଛି। ଗତ ଅକ୍ଟୋବରରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଜମ୍ବୁଘାଟଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଗୁରୁବାର ପୂର୍ବାହ୍ନରେ ଏପରି…
ଜାନୁୟାରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି ସେବା: ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି ସେବା ମିଳିବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟେଲିକମ୍ରେ ଅବହେଳା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ…
ପାଭେଲଙ୍କ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ତନାଘନା
ରାୟଗଡ଼ା ଅଫିସ,୨୯ା୧୨: ପାଭେଲ ଏବଂ ବିଦାନୋଭଙ୍କ ମୃତ୍ୟୁ ରହସ୍ୟର ଗୁମର ଖୋଲିବାକୁ ରାୟଗଡ଼ାରେ ପହଞ୍ଚିଛି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା। ସୂଚନା ଅନୁସାରେ, ଗୁରୁବାର ସକାଳେ ହୋଟେଲ ସାଇ ଇଣ୍ଟରନ୍ୟାଶନାଲଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ…
୫ବର୍ଷ ବଦଳରେ ଅଢ଼େଇ ବର୍ଷରେ ରେଞ୍ଜର ହେବେ ଏସିଏଫ୍
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଏବେ ବନ ବିଭାଗରେ କାର୍ଯ୍ୟରତ ରେଞ୍ଜରମାନଙ୍କୁ ୫ବର୍ଷ ବଦଳରେ ଅଢ଼େଇ ବର୍ଷ ଚାକିରି କରିବା ପରେ ଏସିଏଫ୍ ର଼୍ୟାଙ୍କ୍କୁ ପଦୋନ୍ନତି ମିଳିପାରିବ। ରେଞ୍ଜରଙ୍କ ପଦୋନ୍ନତି ସମୟ ସୀମା ହ୍ରାସ କରିବାକୁ ଗତ ୧୩ତାରିଖରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ…
କେନ୍ଦୁଝରରେ ରେଡ୍ ହେଡେଡ୍ ଡକ୍ସ
କେନ୍ଦୁଝର,୨୯ା୧୨(ସ୍ବ.ପ୍ର.): ଶୀତ ଋତୁ ଆସିଲେ କେନ୍ଦୁଝର ଜିଲାର ବିଭିନ୍ନ ଜଳାଶୟରେ ଦେଶ ଓ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଚଳିତ ବର୍ଷ ଜିଲାକୁ ସୁଦୂର ଆମେରିକା ଓ କାନାଡ଼ାର ରେଡ୍ ହେଡେଡ ଡକ୍ସ ଆସିଥିବା ଦେଖିବାକୁ ମିଳିଛି। ବିଶେଷ କରି ଶାନ୍ତ…
ମାର୍ଚ୍ଚ ସୁଦ୍ଧା କୃଷି ବିଭାଗ ମୂଳ ପଦବୀ ପୂରଣ ହେବ
ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): କୃଷି ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟରେ ଖାଲିଥିବା ମୂଳ ପଦବୀ ଯଥା ସହକାରୀ କୃଷି ଅଧିକାରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ,ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମଚାରୀ,…
ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା, ଅଖାରେ ଭର୍ତ୍ତି କରି ନାଳରେ ଫୋପାଡି ଥିଲେ
ଦିଗପହଣ୍ଡି,୨୯ା୧୨(ଡି.ଏନ୍.ଏ.): ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରେ ଗତ ୧୯ ତାରିଖରୁ ନିଖୋଜ ଥିବା କୃଷ୍ଣଚନ୍ଦ୍ର ବେହେରାଙ୍କ ଗଳିତ ମୃତଦେହ ପୋଲିସ ଗଜପତି ଜିଲା ଆର.ଉଦୟଗିରି ଥାନା ଲାଞ୍ଜିଆ ଗ୍ରାମ ନିକଟ ମାଙ୍କଡଡିଆଁ ନାଳରୁ ବୁଧବାର ଜବତ କରିଛି। ଅଖାରେ ବନ୍ଧାଯାଇଥିବା ମୃତଦେହକୁ…
ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ
ଅନୁଗୋଳ ଅଫିସ, ୨୯।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଆସିବେ। ଏହି ସରକାରୀ କାର୍ଯ୍ୟକ୍ରମ ଅବସରରେ ସେ ୧,୪୯୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବହୁ ପ୍ରତୀକ୍ଷିତ ବସ୍ ଟର୍ମିନାଲ୍ ସମେତ ୩୧୩…
ଦିନରେ ୩୪, ରାତିରେ ୨୪ ଡିଗ୍ରୀ
ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି। ପୌଷ ମାସରେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି। ଶୀତରେ କମ୍ପିବା ବଦଳରେ ସାରା ରାଜ୍ୟ ଏବେ ଉଷ୍ମ। ଗତ କିଛିଦିନ ହେବ ରାତ୍ରିର ପାରଦ ହଠାତ୍ ଉପରମୁହଁା ହୋଇଛି। ସର୍ବନିମ୍ନ ତାପମାତ୍ରା ୬ରୁ…
ପାଭେଲ: ଆତ୍ମହତ୍ୟା ନା ହତ୍ୟା
ରାୟଗଡ଼ାରୁ ସୁନୀତ୍ ମିଶ୍ର, ୨୯ା୧୨: ଓଡ଼ିଶା ଭ୍ରମଣରେ ଆସିଥିବା ରୁଷିଆ ନାଗରିକ ଆଣ୍ଟୋଭ ପାଭେଲ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରାୟଗଡ଼ାଠାରେ ରହସ୍ୟଜନକ ମୃତ୍ୟୁ ସମ୍ପର୍କରେ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ପ୍ରଥମରୁ ଯଦିଓ ଏହି ଘଟଣା ବାହାରକୁ…
Archives


