୫ ପତିତପାବନ

ଶ୍ରୀମହଦ୍‌ ଯୋଗୀ ଘୋଷଣା କରିଥିଲେ ଶ୍ରୀପୁରୁଷୋତ୍ତମ ହେଉଛନ୍ତି ପତିତପାବନଙ୍କର ପ୍ରଭୁ। ଶ୍ରୀମାନ୍‌ ପତିତପାବନ। ପତିତ ଅର୍ଥକୁ ସେଠି ‘ଜାତି’ ଅର୍ଥରେ ଗ୍ରହଣ ନ କରି ପତିତ ମାନସିକତା ଅର୍ଥରେ ଗ୍ରହଣ କରିଛନ୍ତି। ମଣିଷର ମାନସିକତା ପତିତ ବା ନିମ୍ନାଭିମୁଖୀ ହେଲେ, ତାହାକୁ ଉପରକୁ ଉଠାଇବାକୁ ଏକମାତ୍ର ଉପାୟ ହେଉଛି ପତିତପାବନ ଶ୍ରୀଜଗନ୍ନାଥଙ୍କ ଉପାସନା। ଏହି ସମୀକରଣର ସିଦ୍ଧାନ୍ତ ଘୋଷଣା କଲାବେଳକୁ ବର୍ତ୍ତମାନ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଉପାସିତ ଶ୍ରୀପତିତପାବନ ନ ଥିଲେ। କାରଣ ସିଂହଦ୍ୱାର ଗୁମୁଟ ସେହି ସମୟର ହାରାହାରି ଏକହଜାର ବର୍ଷ ପରେ ନିର୍ମିତ ହୋଇଅଛି। ବାସ୍ତବରେ ଶ୍ରୀମନ୍ଦିର ଭିତରେ ବର୍ତ୍ତମାନ ଚାରୋଟି ସ୍ଥାନରେ ଶ୍ରୀପତିତପାବନ ପୂଜା ପାଉଛନ୍ତି। ଗୁମୁଟ ପତିତପାବନଙ୍କୁ ମିଶାଇଲେ ପାଞ୍ଚ। ଶ୍ରୀମନ୍ଦିର ବେଢ଼ାରେ ବଟଗଣେଶଙ୍କ ସମ୍ମୁଖ କଳ୍ପବଟ ମୂଳରେ ‘ବଟପତିତପାବନ’ ପୂଜିତ ହେଉଛନ୍ତି। ପୁରୁଣା ସେବକଙ୍କ ମତ ଅନୁଯାୟୀ ପୂର୍ବେ ଏହି ବିଗ୍ରହ ବର୍ତ୍ତମାନର ବିଗ୍ର୍ରହ ଭଳି ବଡ଼ ନ ଥିଲେ। ଶ୍ରୀମନ୍ଦିର ଆକ୍ରମଣ କାଳରେ ଏହି ବିଗ୍ରହ ହିଁ ସ୍ବୟଂ ଜଗନ୍ନାଥ ବୋଲି ଆକ୍ରମଣକାରୀଙ୍କୁ ଭଣ୍ଡେଇ ଦିଆଯାଇଥିବା କଥା ଇତିହାସରୁ ମିଳେ। ବିଶ୍ୱାସ ଅଛି ବଟପତିତପାବନ କଳ୍ପବଟ ପରିଧିରେ ରହି ଭକ୍ତଙ୍କ ମାନସିକତାର ସାକ୍ଷୀଦାତା ହୁଅନ୍ତି। ନାଟ ମଣ୍ଡପକୁ ଲାଗି ରହିଥିବା ପୁରାଣପଣ୍ଡାଙ୍କ ଆସ୍ଥାନ ନିକଟରେ ଥିବା ପତିତପାବନଙ୍କୁ ପୁରାଣ ପୁରୁଷୋତ୍ତମ ଶ୍ରୀପତିତପାବନ ବୋଲି କୁହାଯାଏ। ତୃତୀୟରେ ପତିତପାବନ ବିଜେ ହୋଇଛନ୍ତି ଶ୍ରୀନୀଳମାଧବଙ୍କ ମନ୍ଦିରରେ। ଶ୍ରୀମାଧବ ଆନନ୍ଦଦାତା ହୋଇଥିବାବେଳେ ମୂଳମାଧବଙ୍କ ସହିତ ବସିଥିବାରୁ ତାଙ୍କୁ ‘ଆନନ୍ଦଦାତା ଶ୍ରୀପତିତପାବନ’ କୁହାଯାଏ। ଚତୁର୍ଥରେ ଶ୍ରୀମନ୍ଦିର ବେଢ଼ା ଚାରିଧାମ ମନ୍ଦିରରେ ଶ୍ରୀପତିତପାବନ ବିଜେ କରିଥିବାରୁ ତାଙ୍କୁ ‘ମୋକ୍ଷଦାତା ପତିତପାବନ’ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri