… ଦେଖ ଉଡ଼ୁଛି ବାନା

ଠାକୁର ସେ ବଡ଼ ଠାକୁର। ଓଡ଼ିଆର ପ୍ରାଣ ସ୍ପନ୍ଦନ। ହାତ ଗୋଡ଼ ନାହିଁ ସିନା ସେ କିନ୍ତୁ ସାରା ଜଗତର। ତେଣୁ ମନ୍ଦିରରେ ଉଡ଼ାଇ ଚାଲିଛନ୍ତି ସେ ବିଜୟ ଧ୍ୱଜା। ନୀଳଚକ୍ର ଉପରେ ଉଡୁଛି ବାନା, ନଁା ତାହାର ପତିତପାବନ। ପତିତପାବନଙ୍କୁ ଆପଣାର କରିନିଅନ୍ତି ବୋଲି ଏ ବାନା ସୂଚାଇଥାଏ। ତେଣୁ କବିମାନେ ଏହି ବାନାକୁ ଲକ୍ଷ୍ୟ କରି ଚଳାଇଛନ୍ତି ଲେଖନୀ। କିଏ ଲେଖିଛନ୍ତି ‘ନୀଳଚକ୍ରେ ହୋ ଦେଖ ଉଡୁଛି ବାନା..’ ତ କିଏ ଲେଖିଛନ୍ତି ‘ପତିତଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଇଅଛ ପତାକା’ ଇତ୍ୟାଦି।
  ମନ୍ଦିରର ଅଗ୍ରଭାଗରେ ପତାକା ଲଗାଯାଏ। କିନ୍ତୁ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଉଡୁଥିବା ଏ ପତାକା ସାରା ଦୁନିଆରେ ବିରଳ। ମହାପ୍ରଭୁ ଶ୍ରୀଜଗନ୍ନାଥ ଯେପରି ସ୍ବତନ୍ତ୍ର, ତାଙ୍କ ମନ୍ଦିର, ଦାଣ୍ଡ, ଭୋଗ ଏବଂ ରଥ ଭଳି ପତିତପାବନ ବାନା ମଧ୍ୟ ସ୍ବତନ୍ତ୍ର।
କିଛି ବର୍ଷ ପୂର୍ବରୁ ପତିତପାବନ ବାନାର ଲମ୍ବ ଥିଲା ପ୍ରାୟ ଦେଢ଼ ଶହ ହାତ। ଏପରିକି ବାନା ନୀଳଚକ୍ର ଉପରୁ ମନ୍ଦିରର ପାଟ ଅଗଣା ପର୍ଯ୍ୟନ୍ତ ଲମ୍ବି ଆସୁଥିଲା। ତା’ପରେ ପତାକାର ଲମ୍ବ କ୍ରମେ କ୍ରମେ ଛୋଟ ହୋଇ ୫୧/୩୧/୨୧ ହାତରେ ପହଞ୍ଚତ୍ଥିଲା। ଗତ କିଛି ବର୍ଷ ମଧ୍ୟରେ ଏହାର ଲମ୍ବକୁ ୧୯ ହାତ କରିଦିଆଗଲା। ତା’ପରେ ବାନାର ଲମ୍ବ ହୋଇଯାଇଛି ୧୪ ହାତ ଏବଂ  ଓସାର ୪ ହାତ । ଲାଲ, ହଳଦିଆ, ଧଳା ରଙ୍ଗ କନାରେ ପ୍ରସ୍ତୁତ ହୁଏ ବାନା। ବାନାକୁ ପ୍ରସ୍ତୁତ କରିଥାଆନ୍ତି ଦରଜୀ ସେବକମାନେ। ବଂଶ ପରମ୍ପରା କ୍ରମେ ଏମାନେ ମନ୍ଦିରର ବାନା, ରଥରେ ବ୍ୟବହୃତ କନା, ଚନ୍ଦନ ଚାପ ଲାଗି, ଝୁଲଣରେ କନା ପକାଇବାଠାରୁ ଆରମ୍ଭ କରି କାଳୀୟଦଳନ ବେଶ, ପ୍ରଳମ୍ବାସୁର ବେଶ, ବନଭୋଜି ବେଶ, କୃଷ୍ଣ ବଳରାମ ବେଶ , ଅର୍ଥାତ୍‌ ଶ୍ରୀମନ୍ଦିରରେ ଯେତେ କନା ସେବା ହୁଏ ତାହାକୁ ଏହି ସେବକ ପରିବାର ବ୍ୟକ୍ତିମାନେ ପ୍ରସ୍ତୁତ କରିଥାଆନ୍ତି। ମନ୍ଦିର ତରଫରୁ ଖେଇ ଏବଂ ପାରିଶ୍ରମିକ ମଧ୍ୟ ମିଳେ।
ପୂର୍ବରୁ ବାଉଁଶ ସାରା ପତାକା ବନ୍ଧା ହେଉଥିଲା। କିନ୍ତୁ ଶ୍ରୀମନ୍ଦିରରୁ ପଥର ଖସିବା ପରେ ଦେଉଳ ଚାପ କମାଇବା ପାଇଁ ଏବେ ବାଉଁଶରେ ଗୋଟିଏ ବାନା ଏବଂ ବାକି ସବୁ ନୀଳଚକ୍ରରେ ବନ୍ଧା ଯାଉଛି। ଅବଶ୍ୟ ଏହି ବାନାକୁ ପ୍ରାୟତଃ  ଯଜମାନମାନେ ଦେଇଥାନ୍ତି। ମନ୍ଦିରରେ ଏହି ବାନା ୨୪ ଘଣ୍ଟା ଯାଏ ରହିଥାଏ। ଅର୍ଥାତ୍‌ ପ୍ରତ୍ୟେକ ଦିନ ବାନା ବଦଳେ। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ରୁ ୭ ଭିତରେ ବାନା ବନ୍ଧାଯାଇଥାଏ। ଏହି ବାନାକୁ ଚୂନରା ସେବକମାନେ ବାନ୍ଧିଥାଆନ୍ତି। ସୂଚନାଯୋଗ୍ୟ, ଝଡ଼ତୋଫାନରେ ବାନା ଛିଣ୍ଡିଗଲେ ଭୋଗ ହୁଏ ଏବଂ ପୁଣି ନୂଆ ବାନା ବନ୍ଧାଯାଏ।
”ନୀଳଚକ୍ରେ ହୋ ଦେଖ ଉଡୁଛି ବାନା
ପତିତପାବନ ବାନାଟି ଯା’ର ନଁା,
ଆସ ଆସ ବୋଲି ପାତକୀମାନଙ୍କୁ
ଡାକୁଅଛି ପରା ସଙ୍ଗାତ ଅନା
ନେତ ଧ୍ୱଜାବର ଉଡ଼େ ଫର ଫର
ଉଡ଼ାଇ ଦେଉଛି ଭବ ଯାତନା…।
(ରଚନା-ଗୌରଚରଣ)
”ପତିତଜନଙ୍କୁ ଉଦ୍ଧାରିବା ପାଇଁ
ଉଡ଼ାଉ ଅଛ ପତାକା
ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ
ବିପତ୍ତି…।
ମହାପ୍ରଭୁ ହେ…“
(ରଚନା-ନିତ୍ୟାନନ୍ଦ)
”ପତିତପାବନ ବାନା ଆଉ କେତେ ବେଳକୁ
ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ..।“
(ରଚନା-ଗଜପତି ବୀରକେଶରୀ ଦେବ)

Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri