… ଦେଖ ଉଡ଼ୁଛି ବାନା

ଠାକୁର ସେ ବଡ଼ ଠାକୁର। ଓଡ଼ିଆର ପ୍ରାଣ ସ୍ପନ୍ଦନ। ହାତ ଗୋଡ଼ ନାହିଁ ସିନା ସେ କିନ୍ତୁ ସାରା ଜଗତର। ତେଣୁ ମନ୍ଦିରରେ ଉଡ଼ାଇ ଚାଲିଛନ୍ତି ସେ ବିଜୟ ଧ୍ୱଜା। ନୀଳଚକ୍ର ଉପରେ ଉଡୁଛି ବାନା, ନଁା ତାହାର ପତିତପାବନ। ପତିତପାବନଙ୍କୁ ଆପଣାର କରିନିଅନ୍ତି ବୋଲି ଏ ବାନା ସୂଚାଇଥାଏ। ତେଣୁ କବିମାନେ ଏହି ବାନାକୁ ଲକ୍ଷ୍ୟ କରି ଚଳାଇଛନ୍ତି ଲେଖନୀ। କିଏ ଲେଖିଛନ୍ତି ‘ନୀଳଚକ୍ରେ ହୋ ଦେଖ ଉଡୁଛି ବାନା..’ ତ କିଏ ଲେଖିଛନ୍ତି ‘ପତିତଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଇଅଛ ପତାକା’ ଇତ୍ୟାଦି।
  ମନ୍ଦିରର ଅଗ୍ରଭାଗରେ ପତାକା ଲଗାଯାଏ। କିନ୍ତୁ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଉଡୁଥିବା ଏ ପତାକା ସାରା ଦୁନିଆରେ ବିରଳ। ମହାପ୍ରଭୁ ଶ୍ରୀଜଗନ୍ନାଥ ଯେପରି ସ୍ବତନ୍ତ୍ର, ତାଙ୍କ ମନ୍ଦିର, ଦାଣ୍ଡ, ଭୋଗ ଏବଂ ରଥ ଭଳି ପତିତପାବନ ବାନା ମଧ୍ୟ ସ୍ବତନ୍ତ୍ର।
କିଛି ବର୍ଷ ପୂର୍ବରୁ ପତିତପାବନ ବାନାର ଲମ୍ବ ଥିଲା ପ୍ରାୟ ଦେଢ଼ ଶହ ହାତ। ଏପରିକି ବାନା ନୀଳଚକ୍ର ଉପରୁ ମନ୍ଦିରର ପାଟ ଅଗଣା ପର୍ଯ୍ୟନ୍ତ ଲମ୍ବି ଆସୁଥିଲା। ତା’ପରେ ପତାକାର ଲମ୍ବ କ୍ରମେ କ୍ରମେ ଛୋଟ ହୋଇ ୫୧/୩୧/୨୧ ହାତରେ ପହଞ୍ଚତ୍ଥିଲା। ଗତ କିଛି ବର୍ଷ ମଧ୍ୟରେ ଏହାର ଲମ୍ବକୁ ୧୯ ହାତ କରିଦିଆଗଲା। ତା’ପରେ ବାନାର ଲମ୍ବ ହୋଇଯାଇଛି ୧୪ ହାତ ଏବଂ  ଓସାର ୪ ହାତ । ଲାଲ, ହଳଦିଆ, ଧଳା ରଙ୍ଗ କନାରେ ପ୍ରସ୍ତୁତ ହୁଏ ବାନା। ବାନାକୁ ପ୍ରସ୍ତୁତ କରିଥାଆନ୍ତି ଦରଜୀ ସେବକମାନେ। ବଂଶ ପରମ୍ପରା କ୍ରମେ ଏମାନେ ମନ୍ଦିରର ବାନା, ରଥରେ ବ୍ୟବହୃତ କନା, ଚନ୍ଦନ ଚାପ ଲାଗି, ଝୁଲଣରେ କନା ପକାଇବାଠାରୁ ଆରମ୍ଭ କରି କାଳୀୟଦଳନ ବେଶ, ପ୍ରଳମ୍ବାସୁର ବେଶ, ବନଭୋଜି ବେଶ, କୃଷ୍ଣ ବଳରାମ ବେଶ , ଅର୍ଥାତ୍‌ ଶ୍ରୀମନ୍ଦିରରେ ଯେତେ କନା ସେବା ହୁଏ ତାହାକୁ ଏହି ସେବକ ପରିବାର ବ୍ୟକ୍ତିମାନେ ପ୍ରସ୍ତୁତ କରିଥାଆନ୍ତି। ମନ୍ଦିର ତରଫରୁ ଖେଇ ଏବଂ ପାରିଶ୍ରମିକ ମଧ୍ୟ ମିଳେ।
ପୂର୍ବରୁ ବାଉଁଶ ସାରା ପତାକା ବନ୍ଧା ହେଉଥିଲା। କିନ୍ତୁ ଶ୍ରୀମନ୍ଦିରରୁ ପଥର ଖସିବା ପରେ ଦେଉଳ ଚାପ କମାଇବା ପାଇଁ ଏବେ ବାଉଁଶରେ ଗୋଟିଏ ବାନା ଏବଂ ବାକି ସବୁ ନୀଳଚକ୍ରରେ ବନ୍ଧା ଯାଉଛି। ଅବଶ୍ୟ ଏହି ବାନାକୁ ପ୍ରାୟତଃ  ଯଜମାନମାନେ ଦେଇଥାନ୍ତି। ମନ୍ଦିରରେ ଏହି ବାନା ୨୪ ଘଣ୍ଟା ଯାଏ ରହିଥାଏ। ଅର୍ଥାତ୍‌ ପ୍ରତ୍ୟେକ ଦିନ ବାନା ବଦଳେ। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ରୁ ୭ ଭିତରେ ବାନା ବନ୍ଧାଯାଇଥାଏ। ଏହି ବାନାକୁ ଚୂନରା ସେବକମାନେ ବାନ୍ଧିଥାଆନ୍ତି। ସୂଚନାଯୋଗ୍ୟ, ଝଡ଼ତୋଫାନରେ ବାନା ଛିଣ୍ଡିଗଲେ ଭୋଗ ହୁଏ ଏବଂ ପୁଣି ନୂଆ ବାନା ବନ୍ଧାଯାଏ।
”ନୀଳଚକ୍ରେ ହୋ ଦେଖ ଉଡୁଛି ବାନା
ପତିତପାବନ ବାନାଟି ଯା’ର ନଁା,
ଆସ ଆସ ବୋଲି ପାତକୀମାନଙ୍କୁ
ଡାକୁଅଛି ପରା ସଙ୍ଗାତ ଅନା
ନେତ ଧ୍ୱଜାବର ଉଡ଼େ ଫର ଫର
ଉଡ଼ାଇ ଦେଉଛି ଭବ ଯାତନା…।
(ରଚନା-ଗୌରଚରଣ)
”ପତିତଜନଙ୍କୁ ଉଦ୍ଧାରିବା ପାଇଁ
ଉଡ଼ାଉ ଅଛ ପତାକା
ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ
ବିପତ୍ତି…।
ମହାପ୍ରଭୁ ହେ…“
(ରଚନା-ନିତ୍ୟାନନ୍ଦ)
”ପତିତପାବନ ବାନା ଆଉ କେତେ ବେଳକୁ
ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ..।“
(ରଚନା-ଗଜପତି ବୀରକେଶରୀ ଦେବ)

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?