ବ୍ରହ୍ମଦଣ୍ଡରେ ବାନା : କେନ୍ଦୁଝର

କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ମନ୍ଦିର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜ ୧୬୭୧ ମସିହାରେ ପ୍ରତିଷ୍ଠା କରିଥିଲେ ା ଏହି ମନ୍ଦିରର ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ ା ତେବେ ତନ୍ତ୍ର ବଳରେ ଏହାକୁ ମନ୍ଦିର ଉପରେ ସ୍ଥାନିତ କରାଯାଇଥିବା କୁହାଯାଏ ା ନୀଳଚକ୍ର ଉପରେ ୧୨ ହାତ ଲମ୍ବର ବ୍ରହ୍ମଦଣ୍ଡରେ ପତିତପାବନ ବାନା ଲଗାଯାଏ ା ଏଠାରେ ପତିତପାବନ ବାନା ଦୁଇଟି ପତାକାକୁ ନେଇ ପ୍ରସ୍ତୁତ କରାଯାଇଥାଏ ା ଉପର ପତାକାର ଲମ୍ବ ୮ ହାତ ଓ ତଳ ପତାକାର ଲମ୍ବ ୬ ହାତ ା ୨୦ ବର୍ଷ ହେଲା ଏହି ବାନା ବନ୍ଧା କାର୍ଯ୍ୟ କରି ଆସୁଛନ୍ତି ଚକ୍ରଧର ମହାରଣା ା ସେ କୁହନ୍ତି,ତାଙ୍କ ପୂର୍ବରୁ ବଡ଼ ଭାଇ ବଳରାମ ଏବଂ ତା’ ପୂର୍ବରୁ ବାପା ରଘୁନାଥ, ଜେଜେବାପା ରଙ୍ଗାଧର, ତାଙ୍କ ପୂର୍ବରୁ ତାଙ୍କ ବାପା ହରି ମହାରଣା ଏଭଳି ବହୁ ଆଗରୁ ଏହି ସେବାକାମ ତାଙ୍କ ପୂର୍ବପୁରୁଷ କରିଆସୁଛନ୍ତି ା ଏହି କାମ ପାଇଁ ବାପା ସେତେବେଳେ ପାରିଶ୍ରମିକ ୧ଟଙ୍କା ୩୧ ପଇସା ପାଉଥିଲେ ା ଏବେ ମିଳୁଛି ମାତ୍ର ୬ ଶହ ଟଙ୍କା ା ବିପଦପୂର୍ଣ୍ଣ ଅବସ୍ଥାରେ ମନ୍ଦିର ଉପରକୁ ଚଢ଼ି ପତିତପାବନ ବାନାକୁ ଲଗାଇବାକୁ ପଡ଼ିଥାଏ ା
ଶ୍ରୀଜୀଉଙ୍କ ମହିମା ପାଇଁ ଏହି ଦୁଃସାହସିକ କାର୍ଯ୍ୟକୁ ସୁରକ୍ଷିତ ଭାବରେ ଚାଲିଛିା ନେତ୍ର ଉତ୍ସବ, ମକର, କାର୍ତ୍ତିକ ମାସ ବଡ଼ ଏକାଦଶୀ ଦିନ ହିଁ ନୂଆ ବାନା ବନ୍ଧାଯାଏ ା ଅନ୍ୟ ଦିନରେ ବାନା ବଦଳାଯାଏ ନାହିଁ ା
ଯଦି ଧର୍ମଦଣ୍ଡ ଭାଙ୍ଗିଯାଏ ତେବେ ତାହା ନୂଆ ଲଗାଇବା ସହ ଠାକୁରଙ୍କ ନୀତି କରାଯାଇଥାଏ ା
-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

ଦୁର୍ଘଟଣାଗ୍ରସ୍ତ ହେଲା ନା ଅନ୍ୟ କିଛି? କରାଚୀ ନିକଟରେ ମଝି ଆକାଶରେ ନିଖୋଜ ହୋଇଗଲା ପାକିସ୍ତାନୀ ବିମାନ

କରାଚୀ,୮।୭: ଏକ ପାକିସ୍ତାନୀ ମାଲବାହୀ ବିମାନ ମଙ୍ଗଳବାର (୭ ଜୁଲାଇ) ଦିନ ମଧ୍ୟ ଆକାଶରେ ନିଖୋଜ ହୋଇଗଲା। ମାଲବାହୀ କମ୍ପାନୀ K2 ଏୟାରୱେଜ ଦ୍ୱାରା ପରିଚାଳିତ ଏହି…

ମୁଁ ମେଲୋନିଙ୍କୁ ପସନ୍ଦ କରେ: କହୁ କହୁ ଏମିତି କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ପ୍ରଶଂସା କରିଛନ୍ତି। ଆଙ୍କାରା ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଇଟାଲୀ ନେତାଙ୍କୁ ଜଣେ ‘ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri