ଶେଷ ପର୍ଯ୍ୟାୟ ମତଦାନ ପାଇଁ ୩୬ ହଜାର ପୋଲିସ
ଭୁବନେଶ୍ୱର,୧।୬(ସତ୍ୟଜିତ ରାଉତ): ରାଜ୍ୟରେ ଶନିବାର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ କରିବାକୁ ବିଭିନ୍ନ ର଼୍ୟାଙ୍କ୍ର ୩୬ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।…
କେହି କାହାକୁ ଖରାରେ କାମ କରାଇଲେ କାର୍ଯ୍ୟାନୁଷ୍ଠାନ,ପିକ୍ ଆଓ୍ବାରରେ…
ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ) – ଅସହ୍ୟ ଗ୍ରୀଷ୍ମପ୍ରବାହ ସାରା ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି। ଅଂଶୁଘାତରେ ବହୁ ଜୀବନ ଯାଇଥିବାବେଳେ ପ୍ରତିଦିନ ଅଭିଯୋଗ ବଢ଼ି ଚାଲିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥିତିରେ ସତର୍କ ରହିବାକୁ…
କାକଟପୁର-ନିମାପଡ଼ାରେ ଶନିବାର ଭୋଟ୍, ବୁଥ୍କୁ ଗଲେ ପୋଲିଂ ପାର୍ଟି
ପୁରୀ,୩୧ା୫(ଅଜିତ୍ କୁମାର ମହାନ୍ତି)-୧୬ନଂ. ଜଗତ୍ସିଂହପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୦୫ ନଂ. କାକଟପୁର ଓ ୧୦୬ ନଂ. ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଜୁନ ୧ ତାରିଖ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲା…
ଚଳିତ ନିର୍ବାଚନରେ ଜବତ ହୋଇଛି ୨୭୫ କୋଟି ଟଙ୍କାର ସାମଗ୍ରୀ: ରହିଛି ୧୪ କୋଟିର ସୁନା, ଟଙ୍କା
ଭୁବନେଶ୍ୱର,୩୧ା୫(ଅନିଲ ଦାସ)-ନିର୍ବାଚନକୁ ସ୍ବଚ୍ଛ, ଅବାଧ, ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ଯଥାସମ୍ଭବ ଉଦ୍ୟମ କରୁଥିଲେ ମଧ୍ୟ ଚୋରା କାରବାର ବହୁ ମାତ୍ରାରେ ବଢିଥିବା ସୂଚନା ମିଳିଛି। ଗତ ୨ ଲୋକ ସଭା ଓ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ…
ପ୍ରଚାରରୁ ଫୁରସତ୍ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ବହି କିଣା, ପିଲାଙ୍କ ସହ ସେଲ୍ଫି ନେଇ ଫେରିଲେ…
ଭୁବନେଶ୍ୱର,୩୧ା୫(ଅନିଲ ଦାସ)-ମାସେ କାଳ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁର୍ସତ୍ ପାଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ସେ ବହି କିଣିବାକୁ ମାଷ୍ଟରକ୍ୟାଣ୍ଟିନସ୍ଥିତ ମଡର୍ନ ବୁକ୍ ଡିପୋରେ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ବିଜେଡିର…
ସଞ୍ଜୟ ତ୍ରିପାଠୀ ୬ ବର୍ଷ ଲାଗି କଂଗ୍ରେସରୁ ବହିଷ୍କୃତ
ଭୁବନେଶ୍ୱର, ୩୧।୫(ସୁନିତ୍ ମିଶ୍ର): କଂଗ୍ରେସ ନେତା ସଞ୍ଜୟ ତ୍ରିପାଠୀଙ୍କୁ ଦଳରୁ ଶୁକ୍ରବାର ବହିଷ୍କାର କରିଦିଆଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ଲାଗି ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି)…
୫ ଦିନର ଶିଶୁପୁତ୍ର ଉଦ୍ଧାର
ବ୍ରହ୍ମପୁର,୩୧।୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ଶୁକ୍ରବାର ଏକ ୫ ଦିନର ଶିଶୁପୁତ୍ର ଉଦ୍ଧାର ହୋଇଛି। ବାଳାଶ୍ରମ ବାହାରେ ରହିଥିବା ଶିଶୁ ରଖିବା ସ୍ଥଳୀରେ ଶୁକ୍ରବାର ସକାଳେ କେହି ଜଣେ ଶିଶୁଟିକୁ ରଖି ଚାଲି ଯାଇଥିଲେ। ବାଳାଶ୍ରମ କର୍ମଚାରୀ…
ଥମୁନି ତାତି,ବଢୁଛନ୍ତି ଅଂଶୁଘାତ ରୋଗୀ
ବରଗଡ଼,୩୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି । ଜିଲାରେ ତାତି ଥମିବାର ନାଁ ନେଉ ନାହିଁ । ଅନ୍ୟବର୍ଷ ତୁଳନାରେ ଏଥର ତାପମାତ୍ରା ସର୍ବାଧିକ ରହୁଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଜିଲାରେ ଗତ କିଛିଦିନ…
ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼
ସମ୍ବଲପୁର,୩୧।୫(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଶାସନ ଥାନା ଅଧୀନ କମଲପଡ଼ାଛକରେ ଥିବା ଏକ ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ଭୁଲ ଚିକିତ୍ସା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ…
ପୁରୀ ବାଣ ବିସ୍ଫୋରଣ ମାମଲା: ଓଏଚ୍ଆର୍ସିରେ ପିଟିସନ୍
କଟକ,୩୧ା୫(କାର୍ତ୍ତିକ ସାହୁ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାକୁ ନେଇ ଓଡ଼ିଶା ମାନବିକ ଅଧିକାରୀ ଆୟୋଗ(ଓଏଚ୍ଆର୍ସି)ରେ ଏକ ପିଟିସନ୍ ଶୁକ୍ରବାର ଦାୟର ହୋଇଛି। ବିସ୍ଫୋରଣରେ ମୃତକଙ୍କ ପରିବାରକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ୩୦ ଲକ୍ଷ ଓ ଆହତଙ୍କୁ ପୁରୀ ଜିଲାପାଳ…
କୋଟିଏରୁ ଅଧିକ ଟଙ୍କାର ପାଇପ ଚୋରି : ଟୁଙ୍ଗୁରୁ ଭୋଳଙ୍କ ସମେତ ଗ୍ୟାଙ୍ଗ ମୁଖ୍ୟ, ଟ୍ରାନ୍ସପୋର୍ଟର ଗିରଫ
ଭୁବନେଶ୍ୱର,୩୧।୫(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଉପକଣ୍ଠ ଚନ୍ଦକା, ଖୋର୍ଦ୍ଧା, କନ୍ଧମାଳ, କଟକ, ରାୟଗଡା ଭଳି ଅଞ୍ଚଳରୁ ଜଳ ଯୋଗାଣ ପାଇଁ ବ୍ୟବହୃତ ଲୁହା ପାଇପ୍ ଚୋରି କରୁଥିଲେ । ପରେ ସେଇ ପାଇପ୍ଗୁଡିକୁ ବାହାର ରାଜ୍ୟକୁ ପଠାଇ ଡିଲରର୍ସଙ୍କୁ ବିକ୍ରି କରୁଥିଲେ। ଏଭଳି…
ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା
ଖୋର୍ଦ୍ଧା,୩୧।୫(ପ୍ରଭାତ ପାଣିଗ୍ରାହୀ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା ଲାଗିଛି। ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଜାମିନକୁ ନାମଞ୍ଜୁର କରିଛନ୍ତି। ଏନେଇ ପ୍ରଶାନ୍ତଙ୍କ ଓକିଲ ସୂଚନା ଦେଇଛନ୍ତି। ଗତ…

