ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ଗୁରୁତର ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟର ଖଣିଜ ସମ୍ପଦ ଜିଲାରେ ଟ୍ରମା କେୟାର ସେଣ୍ଟର ନିର୍ମାଣ ହେବ। ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌) ଅର୍ଥରେ ଏହି ସେଣ୍ଟର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରିଛନ୍ତି। ସେ ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଖଣିଜ ସମ୍ପଦ ଥିବା ଜିଲା ମେଡିକାଲ କଲେଜଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୂଆ ସରକାରଙ୍କ ଉପରେ ଜନସାଧାରଣଙ୍କ ବହୁ ଆଶାଆକାଂକ୍ଷା ରହିଛି। ରାଜ୍ୟ ଯୋଜନା ବଜେଟରେ ଏହା ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ଯୋଜନାଗୁଡ଼ିକ ଯେପରି ତୃଣମୂଳ ସ୍ତରରେ ଠିକ୍‌ ଭାବରେ ପହଞ୍ଚିବ ଓ ଲୋକମାନେ ଏହାର ସୁଫଳ ପାଇବେ ସେ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଦଳର ସଂକଳ୍ପ ଅନୁଯାୟୀ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ଏବଂ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କଫୋର୍ସ ଗଠନ କରିବା ସହ ଅନୁଧ୍ୟାନ କରି ପ୍ରସ୍ତାବ ଦେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସଂକଳ୍ପପତ୍ରର ସମସ୍ତ ପ୍ରମୁଖ ପ୍ରତିଶ୍ରୁତିଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟାବଳୀ ସମ୍ବନ୍ଧରେ ବିଶଦ ଭାବରେ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଖୋଲିବା ବେଳେ ଲାଗୁ ହେବ ସାମୟିକ କଟକଣା; ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ

ପୁରୀ,୧୪।୭: ଅନେକ ଚର୍ଚ୍ଚା ଆଲୋଚନା ପରେ ଖୋଲିବାକୁ ଯାଉଛି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ସବୁ ପ୍ରସ୍ତୁତି ସାରିଥିବା ବେଳେ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଲୋକନାଥଙ୍କ...

ରତ୍ନ ଭଣ୍ଡାର ଖୋଲିବା ପାଇଁ ଆସିଲା ଆଜ୍ଞାମାଳ, ୧ଟାରୁ ଦେଢ଼ଟା ମଧ୍ୟରେ ଶୁଭ ମୁହୂର୍ତ୍ତ

ଭୁବନେଶ଼୍ବର, ୧୪।୦୭: ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିଛି । ସେବାୟତମାନେ ଏହି ଆଜ୍ଞାମାଳ ନେଇ ଶ୍ରୀମନ୍ଦିରର ଅଭିମୁଖେ ଆସୁଥିବା ସୂଚନା ମିଳିଛି...

ଆଜି ଖୋଲିବ ରତ୍ନଭଣ୍ଡାର, ଭଣ୍ଡାରରେ ରହିଛି ଏତେ ସୁନାରୁପା ଅଳଙ୍କାର!

ଭୁବନେଶ୍ୱର,୧୪।୭: ଖୋଲିବ କାଳିଆର ରତ୍ନ ଭଣ୍ଡାର। ୪୬ବର୍ଷ ପ୍ରତୀକ୍ଷାର ଅନ୍ତ। ଆଜି ସବୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସିର ଦିନ। ରବିବାର ଦିନ ୧ଟାରୁ ୧ଟା...

ଘରେ ମଧ୍ୟାହ୍ନଭୋଜନ ରାନ୍ଧି ସ୍କୁଲକୁ ଆଣୁଛନ୍ତି ଏସ୍‌ଏଚ୍‌ଜି ମହିଳା

କୋଷାଗୁମୁଡ଼ା, ୧୪।୭(ପ୍ରସାଦ ବିଷୋୟୀ)ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସ୍କୁଲ ଖୋଲାଯାଇଛି। କିନ୍ତୁ ସେଠାରେ ଭିତ୍ତିଭୂମିର ଅଭାବ ରହିଛି। ଏପରି ଏକ ସ୍କୁଲ ହେଉଛି ନବରଙ୍ଗପୁର ଜିଲା...

୪୬ ବର୍ଷ ଅପେକ୍ଷାର ଅନ୍ତ ଆଜି

ପୁରୀ,୧୪ା୭(ଅଜିତ୍‌ କୁମାର ମହାନ୍ତି)ଦୀର୍ଘ ୪୬ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ରବିବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବ। ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ...

ଟିକିମୋହିନୀଙ୍କୁ ଦୁଇଟି ସ୍ବର୍ଣ୍ଣ

ଭୁବନେଶ୍ୱର, ୧୪।୭(ସରୋଜ ଜେନା): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା...

ମହାପ୍ରଭୁଙ୍କ ପାଇଁ ପାଣିର ବାଷ୍ପରେ ପ୍ରସ୍ତୁତ ହୁଏ ପୋଡ଼ପିଠା

ପୁରୀ,୧୪ା୭(ଅଜିତ୍‌ କୁମାର ମହାନ୍ତି)ଭୋଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି।...

ମଙ୍ଗଳା ମନ୍ଦିର ବିକାଶ ପାଇଁ ୫୦ କୋଟି

ନିମାପଡ଼ା/କାକଟପୁର/ଅସ୍ତରଙ୍ଗ/ ଯୋଗେଶ୍ୱରପୁର (ବିଚିତ୍ରାନନ୍ଦ ସାହୁ/ରଞ୍ଜନ ପଟ୍ଟନାୟକ/ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା/ରଶ୍ମିରଞ୍ଜନ ସାହୁ)୧୪ା୭: ପୁରୀ ଜିଲା ନିମାପଡ଼ାର ମା’ ପୂର୍ଣ୍ଣେଶ୍ୱରୀ ମନ୍ଦିର ଠାରୁ କାକଟପୁରର ଅଧିଷ୍ଠାତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri