ବଦଳିବ ସ୍କୁଲ ୟୁନିଫର୍ମ? ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୫।୬: ବଦଳିବ ସ୍କୁଲ ୟୁନିଫର୍ମ ? ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଲା ଚର୍ଚ୍ଚା । ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରାଯାଇଥିଲା। ପୋଷାକର ଛାତିରେ ଲେଖା ହୋଇଥିଲା ‘ଆମେ ଗଢିବୁ ନୂଆ ଓଡ଼ିଶା’। ସେତେବେଳେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବିରୋଧୀ।

ଏବେ କଡ଼ ଲେଉଟାଛି କ୍ଷମତା । ଭାଜପା ସରକାର କ୍ଷମତାକୁ ଆସିବା ପରେ ପୁଣି ଥରେ ସ୍କୁଲ ୟୁନିଫର୍ମକୁ ନେଇ ଉଠିଛି ପ୍ରଶ୍ନ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଯଦି ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଡ୍ରେସ କୋଡର ରଙ୍ଗ କରାଯାଇଥାଏ ତେବେ ସେଥିରେ ପରିବର୍ତ୍ତନ ଆବଶ୍ୟକ। ବିଭାଗ ସହିତ ଏନେଇ ଆଲୋଚନା ପରେ ସଠିକ ନିଷ୍ପତ୍ତି ନିଆଯିବ। ତେବେ ଏହାକୁ କାଉଣ୍ଟର କରିଛି ବିଜେଡି। ବିଜେଡି କହିଛି, ପ୍ରଭାବ ବିସ୍ତାର ପାଇଁ ନୂଆ ସରକାର ଯୋଜନା ବଦଳାଇ ଥାଆନ୍ତି ।

ସୂଚନାଥାଉ କି, ୨୦୨୩ରେ ନୂଆ ଶିକ୍ଷାବର୍ଷ ସହ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମ ବଦଳିଥିଲା । ସର୍ବଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ପୋଷାକ ଓ ଜୋତା ମିଳୁଥିବାବେଳେ ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ମିଳିଲା। ୫୫୦ ଟଙ୍କାରେ ହଳେ ପୋଷାକ, ଜୋତା ଓ ମୋଜା ଯୋଗାଇ ଦିଆଗଲା। ହେଲେ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ଦେଖା ଦେଇଥିବା ବିବାଦ। ସେତେବେଳେ ସରକାରରେ ଥିବା ରାଜନୈତିକ ଦଳର ରଙ୍ଗ ସହ ପିଲାଙ୍କ ପୋଷାକର ରଙ୍ଗ ସମାନ ବୋଲି ଅଭିଯୋଗ ଉଠାଇଥିଲେ ବିରୋଧୀ। ନିର୍ବାଚନ ପରେ ସରକାର ବଦଳି ଯାଇଛି । ତେଣୁ ପୁଣି ଥରେ ହାଇସ୍କୁଲ ୟୁନିଫର୍ମ ପରିବର୍ତ୍ତନ ନେଇ ଚର୍ଚ୍ଚା


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri