ଏଥର ହେବ ଛାତ୍ର ସଂସଦ ନିର୍ବାଚନ! ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ

ଭୁବନେଶ୍ୱର,୨୫।୬: ଗଣତନ୍ତ୍ରର ଏନ୍ତୁଡି ହେଉଛି କଲେଜ। ଆଜି ରାଜନୀତିରେ ପାଦ ଥାପିଥିବା ପ୍ରତ୍ୟେକ ନେତା କଲେଜ ରାଜନୀତିରୁ ହିଁ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥା’ନ୍ତି। ପ୍ରତିଟି ସୁଦୃଢ ରାଜନେତାର ଦକ୍ଷତା ସେହି କଲେଜ ସମୟରେ ଛାତ୍ରନେତା ସମୟରେ ହିଁ ନଜର ଆସିଥାଏ। ନେତୃତ୍ୱ ହେବାର ଆଣ୍ଟ ହେଉ କି ଠାଣି ଛାତ୍ରନେତା ଥିବାବେଳରୁ ହିଁ ସ୍ପଷ୍ଟ ବାରି ହୋଇପଡେ। ତେବେ ଛାତ୍ରନେତାରୁ ରାଜନେତା ହେବା ପ୍ରକ୍ରିୟା ଗତ ୬ବର୍ଷ ଧରି ବନ୍ଦ ରହିଛି। ୬ବର୍ଷ ଧରି ତିତିଲି ବାତ୍ୟା ଓ କୋଭିଡ ଯୋଗୁ ପୂର୍ବତନ ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି। ଜଣେ ଛାତ୍ରର ନେତୃତ୍ୱ ନେବାର ଦକ୍ଷତା ଏହି ଛାତ୍ର ନିର୍ବାଚନରୁ ହିଁ ଜଣାପଡେ। ଜଣେ ଛାତ୍ର ‘ହ୍ବାଏ ଆଇ ଷ୍ଟାଣ୍ଡ ମିଟିଗଂ’ ରେ ନିଜର ପ୍ରତିଶ୍ରୁତି ରଖିଥାଏ। ଓ ନିର୍ବାଚିତ ହେବା ପରେ ପ୍ରତିଶ୍ରୁତି ଉପରେ କାମ କରେ। ଯାହା ଛାତ୍ର ରାଜନୀତି ଜୀବନରୁ ତା’ର ଦାୟିତ୍ୱବୋଧତାକୁ ସୁଦୃଢ କରେ। ଆଉ ସେହି ନେତୃତ୍ୱ ନେବାର ଦକ୍ଷତାକୁ ଯଦି ଆମେ ନିର୍ବାଚନ ବନ୍ଦ କରି ଏକ ପ୍ରକାର ନଷ୍ଟ କରିଦେବା ତେବେ ତାହାକୁ ନେତୃତ୍ୱର ‘ଭ୍ରୁଣ ହତ୍ୟା’ ବୋଲି କହିବା ମଧ୍ୟ ଭୁଲ ହେବ ନାହିଁ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଛାତ୍ରସଂସଦ ଗଠନ ଓ ସିନେଟରେ ଛାତ୍ର ପ୍ରତିନିଧିତ୍ୱକୁ ବନ୍ଦ କରାଯାଇଛି। ଯାହାକୁ ନେଇ ପ୍ରତିବର୍ଷ ବିରୋଧ କରାଯାଉଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଛି। ତେବେ ବିରୋଧୀ ଦଳରେ ଥିବାବେଳେ ଏହାକୁ ନେଇ ଭାଜପା ଓ କଂଗ୍ରେସ ତୀବ୍ର ବିରୋଧ କରି ଆସୁଥିଲେ। ଏବେ କ୍ଷମତା କଡ଼ ଲେଉଟାଇଛି ଏବଂ ଶାସନ ଡୋର ମୋହନ ମାଝିଙ୍କ ପାଖକୁ ଆସିଛି। ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହିଛନ୍ତି, ‘ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରେ’। ଏନେଇ ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ‘ନିର୍ବାଚନ ମାଧ୍ୟମରେ କ୍ୟାମ୍ପସରେ ଛାତ୍ର ସଂସଦ ଗଠନ କରାଯିବା ଦରକାର। ଯେକୌଣସି ଦଳର ସମର୍ଥିତ ପ୍ରାର୍ଥୀ ଜିତନ୍ତୁ ନା କାହିଁକି, ଏହାଦ୍ୱାରା ନୂଆ ଯୁବ ନେତୃତ୍ୱ ସୃଷ୍ଟି ହୋଇଥା’ନ୍ତି। ତେଣୁ ରାଜ୍ୟ ସରକାର ଏ ବିଷୟକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଶୃଙ୍ଖଳାର ସହ କିଭଳି ନିର୍ବାଚନ ହେବ ସେନେଇ ନୀତିଗତ ନିଷ୍ପତ୍ତି ହେବା ପରେ ଜଣାଇ ଦିଆଯିବ’ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ଅର୍ଥାତ୍‌ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ, ସରକାର ଛାତ୍ର ସଂସଦ ନିର୍ବାଚନ କରାଇବା ଦିଗରେ ତତ୍ପର ଅଛନ୍ତି।

ସୂଚନାଥାଉ କି, ରାଜ୍ୟରେ ଶେଷଥର ପାଇଁ ୨୦୧୭ରେ ନିର୍ବାଚନ ହୋଇଥିଲା। ଯେଉଁଥିରେ ବିସିଜେଡି ୯୫ ପ୍ରତିଶତ କ୍ୟାମ୍ପସରେ ବିଜୟ ହୋଇଥିବା ଦାବି କରିଥିବା ବେଳେ ଏବିଭିପି ୬୦ ପ୍ରତିଶତ ଓ ଏନଏସୟୁଆଇ ୬୪ ପ୍ରତିଶତ କ୍ୟାମ୍ପସରେ ବିଜୟ ଲାଭ କରିଥିବା ଦାବି କରିଥିଲେ । ତେବେ ସବୁବର୍ଷ ପରି ଗତବର୍ଷ ମଧ୍ୟ ଛାତ୍ର ନିର୍ବାଚନ ପାଇଁ ଦାବି କରାଯାଇଥିଲା। ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡରରେ ନିର୍ବାଚନ ନେଇ କୌଣସି ସୂଚନା ଜାରି କରାଯାଇ ନ ଥିଲା। ଯାହାକୁ ନେଇ ଛାତ୍ର ସଂଗଠନ ଦ୍ୱାରା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏଥିସହ ବିଭିନ୍ନ କଲେଜରେ ଅସନ୍ତୋଷ ଦେଖା ଦେଇଥିଲା। ଫଳସ୍ବରପ ଛାତ୍ରନେତାମାନେ ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଘରକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ବି କୌଣସି ଫଳାଫଳ ଦେଖିବାକୁ ମିଳି ନ ଥିଲା। କିନ୍ତୁ ଏବେ ଭାଜପା ସରକାର ଆସିବା ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସମ୍ଭବତଃ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?