ରାଜ୍ୟ

କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ବୌଦ୍ଧ,୧୬।୨: ବୌଦ୍ଧ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କୁ ଶୁକ୍ରବାର ଓଡିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟାବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ବସନ୍ତଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଦନ୍ତକୁ ଭିତ୍ତି କରି…

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅଙ୍କ ଘରୁ ମିଳିଲା ଦାମୀ କାର୍‌ ସହ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୬।୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ ହୋଇଛି। ଭଦ୍ରକ ଜିଲାର ୬ଟି ଓ ଭୁବନେଶ୍ୱରର ୪ଟି ସ୍ଥାନକୁ ମିଶାଇ ରାଜ୍ୟର ମୋଟ ୧୦ଟି ସ୍ଥାନରେ କେନ୍ଦ୍ରୀୟ…

ଇଲେକ୍ଟୋରାଲ ବଣ୍ଡରେ ଭାଜପାକୁ ମିଳିଛି ସର୍ବାଧିକ ଟଙ୍କା, ଜାଣନ୍ତୁ ବିଜେଡି ପାଇଛି କେତେ ?

ଭୁବନେଶ୍ୱର,୧୬।୨: ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଅଦ୍ୟାବଧି ରାଜନୈତିକ ଦଳଗୁଡ଼ିକୁ ଏହାର ବିକ୍ରିରୁ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି। ଏଥିରୁ ଏକ ସିଂହଭାଗ ଶାସକ ଦଳ ଭାଜପାକୁ ମିଳିଥିଲା। ସୁପ୍ରିମକୋର୍ଟ ଉକ୍ତ ଯୋଜନାକୁ ରଦ୍ଦ କରିଦେବା…

ଭଦ୍ରକ ଲୋକ ସଭା ଆସନରେ ପୁଣି ମହିଳା କାର୍ଡ ଖେଳିପାରେ ବିଜେଡି

ଭଦ୍ରକ,୧୬।୨: ଭଦ୍ରକ ଲୋକ ସଭା ନିର୍ବାଚନରେ ବିଜେଡି ପୁଣିଥରେ ମହିଳା କାର୍ଡ ଖେଳିପାରେ। ଏବେ ଏମ୍‌ପି ଥିବା ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡି ସୁଯୋଗ ଦେଇପାରେ ବୋଲି ଆଲୋଚନା ହେଉଛି। ଗତ ୨୦୧୯ ନିର୍ବାଚନରେ ବରିଷ୍ଠ ବିଜେଡି ନେତା…

ମାଟ୍ରିକ ପରୀକ୍ଷାରେ ଏଆଇ ସର୍ଭିଲାନ୍ସ

କଟକ,୧୬ା୨ (କାର୍ତ୍ତିକ ସାହୁ):ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ଭିଲାନ୍ସର ଉପଯୋଗ କରାଯାଉଛି। ଏଭଳି ବ୍ୟବସ୍ଥା ଦେଶରେ ପ୍ରଥମଥର ପାଇଁ ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ପ୍ରାୟ ୧୫୦ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କେନ୍ଦ୍ରକୁ ଏଆଇ ସର୍ଭିଲାନ୍ସ ଜରିଆରେ ନିୟନ୍ତ୍ରଣ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ୫ ହଜାର, ହେଲପରଙ୍କୁ ୩ହଜାର ଟଙ୍କା ମିଳିବ ସ୍ବତନ୍ତ୍ର ଭତ୍ତା

ଭୁବନେଶ୍ୱର,୧୬।୨: ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଡ୍ରାଇଭର, ମେଡିକାଲ ଟେକନିସିଆନ ଓ ହେଲପରଙ୍କୁ ସ୍ବତନ୍ତ୍ର ମାସିକ ଭତ୍ତା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଣ୍ଠିରୁ ସ୍ବତନ୍ତ୍ର ଭତ୍ତା ପ୍ରଦାନ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି। ତେବେ ଡ୍ରାଇଭରମାନଙ୍କୁ ମାସିକ…

୯୭ କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ

ଢେଙ୍କାନାଳ,୧୬ା୨(ରତନ ନାୟାର): ଆସନ୍ତା ୨୦ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା କରାଯିବ। ଚଳିତବର୍ଷ ଢେଙ୍କାନାଳ ଜିଲାରେ ମୋଟ ୯୭ଟି କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତନ୍ମଧ୍ୟରେ ରେଗୁଲାର ପରୀକ୍ଷାର୍ଥୀ ୧୬,୬୬୮ ଓ ଏକ୍ସ ରେଗୁଲାର ୩୪,…

ଆଜି ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ,୧୬ା୨: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ…

କଳାହାଣ୍ଡି ଭାଜପା: ବିଧାୟକ ନୁହେଁ, ଏମ୍‌ପି ହେବାକୁ ମନ

ଭବାନୀପାଟଣା,୧୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଲାଣି। ଚା’ ଦୋକାନଠୁ ହାଟବଜାର ସବୁଠି ଚର୍ଚ୍ଚା ଏଥର କିଏ ବିଧାନସଭା ଓ ଲୋକ ସଭା ପାଇଁ…

ଏହି କ୍ଷେତ୍ରରେ ଅନ୍ୟ ରାଜ୍ୟଠୁ ଆଗରେ ଓଡ଼ିଶା

ଭୁବନେଶ୍ୱର,୧୬ା୨(ଅନିଲ ଦାସ) ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ଓଡ଼ିଶାରେ ଗତ ୭ ବର୍ଷ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍‌ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଇଭି ଯାନ, ପ୍ଲାଷ୍ଟିକ ଓ କେମିକାଲ, ପର୍ଯ୍ୟଟନ ତଥା ମେଟାଲ ଡାଉନଷ୍ଟ୍ରିମ୍‌ ଶିଳ୍ପ କ୍ଷେତ୍ରରେ…

ବିଜେଡି-ଭାଜପାର ବୁଝାମଣା ଭିତରେ ଇଡି ଚଢ଼ାଉ କରିଛି: କଂଗ୍ରେସ

ଭୁବନେଶ୍ୱର,୧୬ା୨(ସୁନିତ୍‌ ମିଶ୍ର): ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିବା ଜଣାପଡ଼ିଛି। ଏହି କଥାକୁ କଂଗ୍ରେସ ପାଲଟା ଟାର୍ଗେଟ କରିଛି। ବିଜେଡି-ଭାଜପା ସହଭାଗିତାରେ ଏହି ଚଢ଼ାଉ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଭାଜପା…

ଚମ୍ପୁଆ ବିଧାନସଭା କ୍ଷେତ୍ର: ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ସ୍ବାଧୀନ ପ୍ରାର୍ଥୀ

ଯୋଡ଼ା,୧୬ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ବିଧାନସଭା କ୍ଷେତ୍ର ୨୦୦୯ଠାରୁ ଚର୍ଚ୍ଚାରେ ରହିଆସିଛି। ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତୁ ପଟ୍ଟନାୟକ ୨୦୦୯ରେ ଜିତିଥିବା ବେଳେ ୨୦୧୪ରେ ସନାତନ ମହାକୁଡ଼ ମଧ୍ୟ ସ୍ବାଧୀନ ପ୍ରାର୍ଥୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri