କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ବୌଦ୍ଧ,୧୬।୨: ବୌଦ୍ଧ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କୁ ଶୁକ୍ରବାର ଓଡିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟାବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ବସନ୍ତଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଦନ୍ତକୁ ଭିତ୍ତି କରି ଭୁବନେଶ୍ୱରରେ 2ଟି ଉଚ୍ଚ ମୂଲ୍ୟର ଫ୍ଲାଟ ଏବଂ ଦୁଇଟି କମର୍ସିଆଲ ସପିଂ ଆଉଟଲେଟ୍ ସହିତ ଅପାରଗ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି।

ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ପାହାଳସ୍ଥିତ ଉତ୍କଳ ସିଗ୍ନେଚରର ତୃତୀୟ ମହଲାରେ ୩ ହଜାର ବର୍ଗଫୁଟ ବିଶିଷ୍ଟ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଫ୍ଲାଟ୍‌ (ନଂ.୩୦୭), ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗାଲେରିଆରେ ଏଗ୍ରିମେଣ୍ଟ୍‌ ଅନୁଯାୟୀ ୨ କୋଟି ଟଙ୍କାର ଦୁଇଟି କମର୍ସିଆଲ୍‌ ଶପିଂ କମ୍ପ୍ଲେକ୍ସ (ନଂ.୪,୫), କଳ୍ପନାଛକ ଉତ୍କଳ ରୟାଲ ରେସିଡେନ୍ସିର ୮ମ ମହଲାରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ (ନଂ,ବି/୮୩) ଠାବ ହୋଇଛି।

ସେହିପରି ବସନ୍ତ ଭୁବନେଶ୍ୱର କଳାରାହାଙ୍ଗସ୍ଥିତ ଜେଡ୍‌-୧ ଇଷ୍ଟେଟ୍‌ ଆଇକନିକ୍‌ ଟାୱାରର ବ୍ଲକ୍‌-୪ରେ ଥିବା ୫ ବିଏଚ୍‌କେ ଫ୍ଲାଟ୍‌ (ନଂ.୨୫୦୪) କିଣିବାକୁ ଅଗ୍ରିମ ୧.୩୫ କୋଟି ଏବଂ ବେଙ୍ଗାଲୁରୁ ସିଟିସ୍ଥିତ ଓଜୋନ୍‌ ଏଲିଗାଣ୍ଟ୍‌ ଆପାର୍ଟମେଣ୍ଟରେ ଫ୍ଲାଟ୍‌ (ନଂ.ଏଫ୍‌-୧୦୦୨) କିଣିବାକୁ ୮୮ ଲକ୍ଷ ଟଙ୍କା ଦେଇଥିବା ଭିଜିଲାନ୍ସ ଟିମ୍‌ ପ୍ରମାଣ ପାଇଛି।

ତେବେ ଏସବୁର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସର ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ଅଧିକ ଯାଞ୍ଚ କରୁଛି। ୩ କୋଟି ୯୦ ଲକ୍ଷ ୫୯ ହଜାର ଟଙ୍କାର ବ୍ୟାଙ୍କ, ଜୀବନବୀମା ଜମା, ବଣ୍ଡ୍‌ ଦ୍ୱାରା ନିବେଶ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଠାବ ହୋଇଛି। ଏଥିସହ ବସନ୍ତଙ୍କ ଘରୁ ନଗଦ ୧ ଲକ୍ଷ ୧୬ ହଜାର ୭୦୦ ଟଙ୍କା, ୫୯୦ ଗ୍ରାମ ସୁନା ଅଳଙ୍କାର ଓ ୩୧୮ ଗ୍ରାମ୍‌ ରୁପା ଅଳଙ୍କାର, ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୨ ବାଇକ ଏବଂ ଘରୋଇ ଆସବାବପତ୍ର ମିଳିଛି। ତେବେ ଠାବ ହୋଇଥିବା ବସନ୍ତଙ୍କ ସମ୍ପତ୍ତିର ପରିମାଣ ୧୯ କୋଟିରୁ ଊର୍ଦ୍ଧ୍ୱ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?