କଳାହାଣ୍ଡି ଭାଜପା: ବିଧାୟକ ନୁହେଁ, ଏମ୍‌ପି ହେବାକୁ ମନ

ଭବାନୀପାଟଣା,୧୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଲାଣି। ଚା’ ଦୋକାନଠୁ ହାଟବଜାର ସବୁଠି ଚର୍ଚ୍ଚା ଏଥର କିଏ ବିଧାନସଭା ଓ ଲୋକ ସଭା ପାଇଁ ଟିକେଟ ପାଉଛନ୍ତି। ତେବେ ଏଇ କିଛି ଦିନ ହେଲା ଜିଲାର ଭାଜପା ନେତାଙ୍କ ପୋଷ୍ଟର, ୱାଲ୍‌ପେଣ୍ଟିଂ, ବ୍ୟାନରକୁ ଦେଖିଲେ ଭିନ୍ନ ଧରଣର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ତୃଣମୂଳସ୍ତରରେ ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ ଥିବା ନେତା ଏବେ ଏମ୍‌ପି ହେବାକୁ ମନ ବଳାଇଲେଣି।

ସେଥିପାଇଁ ଭାଜପାରୁ ଏମ୍‌ପି ପ୍ରାର୍ଥୀ ହେବା ଲାଗି ଆଶାୟୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳିଛି। ଏପରିକି ବର୍ତ୍ତମାନ ଏମ୍‌ପି ଥିବା ବସନ୍ତ ପଣ୍ଡାଙ୍କ ସହ ଦିନେ ବିଶ୍ୱସ୍ତ ଥିବା ନେତାମାନେ ମଧ୍ୟ ଏମ୍‌ପି ପ୍ରାର୍ଥୀ ପାଇଁ ଲବି କରୁଥିବା ଶୁଣିବାକୁ ମିଳୁଛି। କାରଣ ବିଧାନସଭା କ୍ଷେତ୍ରରେ ଜିଲାରେ ଶାସକ ବିଜେଡିର ସଙ୍ଗଠନ ମଜଭୁତ ଥିବାବେଳେ ଲୋକ ସଭା ନିର୍ବାଚନମଣ୍ଡଳୀରେ ମୋଦିଙ୍କ ହାୱାରେ ନିର୍ବାଚନ ବୈତରଣୀ ପାର ହୋଇଯିବେ ବୋଲି ଅନେକଙ୍କ ଧାରଣା ଜନ୍ମିଲାଣି। ସେଥିପାଇଁ ବିଧାୟକ ନୁହେଁ, ଏମ୍‌ପି ହେବା ପାଇଁ ଅନେକ ନେତା ମନ ବଳାଉଥିବା ଜଣାପଡିଛି।

କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କୁ ଏଥର ଭାଜପା ଟିକେଟ ନ ଦେଇ ତାଙ୍କ ବଦଳରେ ନୂଆ ନେତାଙ୍କୁ ଛିଡ଼ା କରିପାରେ ବୋଲି ଆଶାୟୀ ପ୍ରାର୍ଥୀମାନେ କହୁଛନ୍ତି। ତେଣୁ ସେମାନେ ଏମ୍‌ପି ପ୍ରାର୍ଥୀ ହେବା ପାଇଁ ରାଜ୍ୟର ବରିଷ୍ଠ ତଥା ଦିଲ୍ଲୀର ଦଳୀୟ ତୁଙ୍ଗ ନେତାଙ୍କୁ ସାକ୍ଷାତ୍‌ କରି ଲବି ଆରମ୍ଭ କରିଛନ୍ତି।

ଏମ୍‌ପି ବସନ୍ତ ପଣ୍ଡାଙ୍କ ସହ ଭବାନୀପାଟଣା ବିଧାୟକ ତଥା ଓଡ଼ିଶା ବିଧାନସଭା ବିରୋଧୀ ଦଳର ପୂର୍ବତନ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ଏମ୍‌ପି ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେବୀ, ବର୍ତ୍ତମାନର ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଭୁବନେଶ୍ୱର ମେୟର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ, ଯୁବ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଜିଲାର ପୂର୍ବତନ ସଭାପତି ଭବେନ୍ଦ୍ର ପଣ୍ଡା, ବିସିସିବିର ପୂର୍ବତନ ସଭାପତି କାଳିପ୍ରସାଦ ରାୟଗୁରୁ, ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ଭାରତ ଭୂଷଣ ଦେଓ ପ୍ରମୁଖ ଦୌଡ଼ରେ ଥିବା ଜଣାପଡିଛି। ତେବେ ଏମ୍‌ପି ପଣ୍ଡା ରାଜ୍ୟ ସଙ୍ଗଠନର ନିର୍ବାଚନ କୋର୍‌ କମିଟିର ସଦସ୍ୟ ଭାବେ ଏବେ ତାଙ୍କ ନାମ ସ୍ଥାନ ପାଇଥିବାରୁ ଦଳ ତାଙ୍କୁ ପୁଣିଥରେ ଲୋକ ସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ସକାଶେ ଟିକେଟ ଦେଇପାରେ ବୋଲି ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ ଯୋଜନାରେ ବଡ଼ ପରିବର୍ତ୍ତନ: ଘରୋଇ ହସ୍ପିଟାଲରେ ହେବନି ୧୧୨ ରୋଗର ମାଗଣା ଚିକିତ୍ସା

ନୂଆଦିଲ୍ଲୀ, ୧୩।୧୧: କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ (AB-PMJAY)ର ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିଷ୍ପତ୍ତିର…

ଶିକ୍ଷକ ସମସ୍ୟା ନେଇ ଧାରଣାରେ ବସିଲେ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ

ଆଳି,୧୩ା୧୧(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ପଦନୀପାଳ ପଞ୍ଚାୟତରେ ଥିବା ଡିପିଏସ୍‌ ନୋଡାଲ ହାଇସ୍କୁଲରେ ଶିକ୍ଷକ ସମସ୍ୟାକୁ ନେଇ ଅଭିଭାବକମାନେ ବ୍ଲକ ଶିକ୍ଷାଧିକାରୀ ଓ ଜିଲା…

ଭୟଙ୍କର ଦୁର୍ଘଟଣା: ଅଟୋକୁ ସାମ୍ନାପଟୁ ଧକ୍କା ଦେଇ ଘୋଷାଡ଼ି ନେଲା ଆମ ବସ୍‌, ୮ ଛାତ୍ରୀଛାତ୍ର ଗୁରୁତର

ଖୋର୍ଦ୍ଧା,୧୩ା୧୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଭୁବନେଶ୍ୱର ବାଇପାସ୍‌ର ପିତାପଲ୍ଲୀ ଛକ ନିକଟରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ ବସ୍‌ ଧକ୍କାରେ ଅଟୋରେ ଯାଉଥିବା ୮ ଜଣ…

ସତ୍ୟ ନାଡେଲାଙ୍କୁ ପଛରେ ପକାଇଲେ ସୁନ୍ଦର ପିଚାଇ

ନ୍ୟୁୟର୍କ,୧୩ା୧୧: ଏଚ୍‌ଏସ୍‌ବିସି ହୁରୁନ୍‌ ଗ୍ଲୋବାଲ ଇଣ୍ଡିଆନ୍ସ ତାଲିକା ୨୦୨୬ରେ ଆଲ୍‌ଫାବେଟ୍‌ ସିଇଓ ସୁନ୍ଦର ପିଚାଇ ସବୁଠାରୁ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବ ବ୍ୟବସାୟିକ ନେତା ଭାବେ ଉଭା ହୋଇଛନ୍ତି…

ନାକ କାଟିଦେଲେ ରୋହିତ, ବିରାଟ, ଆୟର, ଅପମାନଜନକ ରେକର୍ଡ ସ୍ଥାପନ କଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧୩।୧୧: କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ, ଏବଂ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଦିନିକିଆ (ODI) ଦଳ ଭାରତ ସହିତ ଏକ ଅସାଧାରଣ ଘଟଣା ଘଟିଛି।…

ମସିଣାପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି, ବିଇଓଙ୍କୁ ଦାବିପତ୍ର ପ୍ରଦାନ କରି ଗ୍ରାମବାସୀ…

ଅମରପାଲି,୧୩ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ହୋଇଛି। ଏନେଇ ମସିଣାପାଲି ଗ୍ରାମବାସୀ…

IPL 2027 : ଅକ୍ଷର ପଟେଲ ମନା କରିଦେବା ପରେ, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ କିଏ ହେବେ? ଚର୍ଚ୍ଚାକୁ ଆସିଲାଣି ଏହି ନାମ

ନୂଆଦିଲ୍ଲୀ,୧୩।୧୧: ୨୦୨୭ ଆଇପିଏଲ (IPL) ଆରମ୍ଭ ହେବାକୁ ଏବେ ମଧ୍ୟ କିଛି ମାସ ବାକି ଅଛି, କିନ୍ତୁ ତା’ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜକୁ ସେମାନଙ୍କ ଦଳରୁ…

ମଧ୍ୟବିତ୍ତଙ୍କୁ ପୁଣି ଝଟ୍‌କା ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ, ୧୩।୧୧: ଆଜି ମହଙ୍ଗା ମାଡ଼ର ପ୍ରଭାବ ଗାଡ଼ି ଚଳାଇବାଠାରୁ ଆରମ୍ଭ କରି ରୋଷେଇ ଘରର ବଜେଟ ପର୍ଯ୍ୟନ୍ତ ପହଞ୍ଚିଛି। ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡରେ CNG…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?