୯୭ କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ

ଢେଙ୍କାନାଳ,୧୬ା୨(ରତନ ନାୟାର): ଆସନ୍ତା ୨୦ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା କରାଯିବ। ଚଳିତବର୍ଷ ଢେଙ୍କାନାଳ ଜିଲାରେ ମୋଟ ୯୭ଟି କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତନ୍ମଧ୍ୟରେ ରେଗୁଲାର ପରୀକ୍ଷାର୍ଥୀ ୧୬,୬୬୮ ଓ ଏକ୍ସ ରେଗୁଲାର ୩୪, ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟରେ ୬୭ ପରୀକ୍ଷାର୍ଥୀ ଏବଂ ମଧ୍ୟମାରେ ୧୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଜିଲାର ଭୁବନ ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ର, ଢେଙ୍କାନାଳରେ ୧୬, ଗଁଦିଆରେ ୧୩, ହିନ୍ଦୋଳରେ ୧୩, କାମାକ୍ଷାନଗରରେ ୧୨, କଙ୍କଡ଼ାହାଡ଼ରେ ୯, ଓଡ଼ାପଡ଼ାରେ ୧୩ ଓ ପରଜଙ୍ଗର ୧୦ଟି କେନ୍ଦ୍ରକୁ ମିଶାଇ ମୋଟ ୯୭ଟି କେନ୍ଦ୍ର ଜିଲାରେ କରାଯାଇଛି। ସେହିପରି ଜିଲାର ଦୁର୍ଗମ ଓ ଉତ୍ତେଜନା ପ୍ରବଣକେନ୍ଦ୍ର ସଂଖ୍ୟା ୫୦ ରହିଛି। ସେଥିରୁ ଭୁବନରେ ୪, ଢେଙ୍କାନାଳରେ ୯, ଗଁଦିଆରେ ୭, ହିନ୍ଦୋଳରେ ୫, କାମାକ୍ଷାନଗରରେ ୩, କଙ୍କଡାହାଡରେ ୬, ଓଡାପଡାରେ ୮ ଓ ପରଜଙ୍ଗରେ ୮ଟି ରହିଛି। ପ୍ରଶ୍ନପତ୍ର ରହିବା ପାଇଁ ୧୦ଟି ନୋଡାଲ ସେଣ୍ଟର କରାଯାଇଛି। ଢେଙ୍କାନାଳ ଓ କଙ୍କଡ଼ାହାଡ଼ ବ୍ଲକରେ ୨ଟି ଲେଖାଏ ରହିଥିବା ବେଳେ ବାକି ସମସ୍ତ ବ୍ଲକରେ ଗୋଟିଏ ଲେଖାଏ ନୋଡାଲ ସେଣ୍ଟର ରହିଛି। ଚଳିତବର୍ଷ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ୍‌ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ପରୀକ୍ଷା କେନ୍ଦ୍ର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ର ମଧ୍ୟରେ ମୋବାଇଲ ଫୋନ ରଖିପାରିବେ ନାହିଁ। କେବଳ ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ମୋବାଇଲ ବ୍ୟବହାର କରିପାରିବେ। ସେ ପରୀକ୍ଷା ସମୟରେ ପରୀକ୍ଷା ପରିଚାଳନା ସମ୍ପର୍କିତ ସୂଚନା ଦେବା ପାଇଁ ମୋବାଇଲକୁ ସାଇଲେଣ୍ଟ ମୋଡରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବେ। ସେହିପରି କପି ରୋକିବା ପାଇଁ ବୋର୍ଡ ସ୍କ୍ବାର୍ଡ ବ୍ୟତୀତ ଜିଲା ଶିକ୍ଷା ବିଭାଗ ପକ୍ଷରୁ ୨ଟି ଓ ଜିଲାପାଳଙ୍କ ପକ୍ଷରୁ ଗୋଟିଏ ସ୍କ୍ବାଡ୍‌ ଗଠନ କରାଯାଇଛି। ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରାୟ ୧ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ସମସ୍ତ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନେଇ ତାଲିମ ଏବଂ ବୈଠକ ଅନୁଷ୍ଠିତ ହୋଇସାରିଛି ବୋଲି ଜିଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଗୁରୁବାର ସୂଚନା ଦେଇଛନ୍ତି। ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଢେଙ୍କାନାଳ ଜିଲା ସଦର ବ୍ଲକ ବଳଭଦ୍ରପୁର ଗ୍ରାମ ଭାନିରାମ ମଡେଲ ହାଇସ୍କୁଲ ଏକମାତ୍ର କେନ୍ଦ୍ର ହୋଇଥିବା ସୂଚନା ଦିଆଯାଇଛି। ସେହିପରି ପରୀକ୍ଷା ସୁପରିଚାଳନା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏ ଅବଜରଭର ପରୀକ୍ଷା ସରିବା ପର୍ଯ୍ୟନ୍ତ ରହିବେ। ମାଜିଷ୍ଟ୍ରେଟ୍‌, ପୋଲିସ ଅଧିକାରୀ ଓ ସଶସ୍ତ୍ର ଫୋର୍ସ ମୁତୟନ କରାଯିବ। ପ୍ରଶ୍ନପତ୍ର ରଖାଯିବାକୁ ଥିବା ନୋଡାଲ କେନ୍ଦ୍ରଗୁଡିକରୁ ୮ ବ୍ଲକରେ ୨୪ଟି ଡେସ୍‌ପାଚ୍‌ ଟିମ୍‌ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ରକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା ହୋଇଥିବା ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?