ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅଙ୍କ ଘରୁ ମିଳିଲା ଦାମୀ କାର୍‌ ସହ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୬।୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ ହୋଇଛି। ଭଦ୍ରକ ଜିଲାର ୬ଟି ଓ ଭୁବନେଶ୍ୱରର ୪ଟି ସ୍ଥାନକୁ ମିଶାଇ ରାଜ୍ୟର ମୋଟ ୧୦ଟି ସ୍ଥାନରେ କେନ୍ଦ୍ରୀୟ ସୁରକ୍ଷା ବଳ ସହଯୋଗରେ ଇଡି ଅଧିକାରୀମାନେ ଏକକାଳୀନ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ବେଳେ ଶୁକ୍ରବାର ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ପଳାଶପଲ୍ଲୀ ଘରୁ ଦାମୀ କାର୍‌ ସହ ୧୦ ଲକ୍ଷ ଟଙ୍କା ଇଡି ଜବତ କରିଛି।

ବରପଦା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। କଲେଜ ନାଁରେ ୨୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ପୂର୍ବରୁ ଅଭିଯୋଗ ରହିଥିଲା। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ ଭଦ୍ରକ ସହର ନୂଆବଜାରସ୍ଥିତ ବିଧାୟକଙ୍କ ବାସଭବନ, ସାନ ବଜାରସ୍ଥିତ ଘର, ଭୁବନେଶ୍ୱର ପଳାଶପଲ୍ଲୀସ୍ଥିତ ଘର, ବରପଦା ଇଞ୍ଜିନିୟରିଂ କଲେଜ, ଟ୍ୟାକ୍ସ ଆଡ୍‌ଭୋକେଟ, କଲେଜ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ମନୋଜ ଗୋସ୍ବାମୀଙ୍କ ଅପର୍ତ୍ତିବିନ୍ଧାସ୍ଥିତ ବାସଭବନ ଏବଂ ଦୁର୍ନୀତି ଲିଙ୍କ୍‌ରେ ଥିବା ‘କ୍ରିଷ୍ଣା ସ୍କାଏସ୍କ୍ରାପର୍‌ ଲିଃ’ କମ୍ପାନୀ ନିର୍ଦ୍ଦେଶକଙ୍କ ନୟାପଲ୍ଲୀ ଆଇଆର୍‌ସି ଭିଲେଜସ୍ଥିତ ଘର ଆଦି ରହିଛି। ଯାଞ୍ଚ ସମୟରେ ଇଡି ଅଧିକାରୀମାନେ ମାମଲା ସଂକ୍ରାନ୍ତୀୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri