କଳାହାଣ୍ଡି ଭାଜପା: ବିଧାୟକ ନୁହେଁ, ଏମ୍ପି ହେବାକୁ ମନ
ଭବାନୀପାଟଣା,୧୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଲାଣି। ଚା’ ଦୋକାନଠୁ ହାଟବଜାର ସବୁଠି ଚର୍ଚ୍ଚା ଏଥର କିଏ ବିଧାନସଭା ଓ ଲୋକ ସଭା ପାଇଁ…
ଏହି କ୍ଷେତ୍ରରେ ଅନ୍ୟ ରାଜ୍ୟଠୁ ଆଗରେ ଓଡ଼ିଶା
ଭୁବନେଶ୍ୱର,୧୬ା୨(ଅନିଲ ଦାସ) ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଥିବାରୁ ଓଡ଼ିଶାରେ ଗତ ୭ ବର୍ଷ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଇଭି ଯାନ, ପ୍ଲାଷ୍ଟିକ ଓ କେମିକାଲ, ପର୍ଯ୍ୟଟନ ତଥା ମେଟାଲ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ…
ବିଜେଡି-ଭାଜପାର ବୁଝାମଣା ଭିତରେ ଇଡି ଚଢ଼ାଉ କରିଛି: କଂଗ୍ରେସ
ଭୁବନେଶ୍ୱର,୧୬ା୨(ସୁନିତ୍ ମିଶ୍ର): ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିବା ଜଣାପଡ଼ିଛି। ଏହି କଥାକୁ କଂଗ୍ରେସ ପାଲଟା ଟାର୍ଗେଟ କରିଛି। ବିଜେଡି-ଭାଜପା ସହଭାଗିତାରେ ଏହି ଚଢ଼ାଉ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଭାଜପା…
ଚମ୍ପୁଆ ବିଧାନସଭା କ୍ଷେତ୍ର: ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ସ୍ବାଧୀନ ପ୍ରାର୍ଥୀ
ଯୋଡ଼ା,୧୬ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ବିଧାନସଭା କ୍ଷେତ୍ର ୨୦୦୯ଠାରୁ ଚର୍ଚ୍ଚାରେ ରହିଆସିଛି। ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତୁ ପଟ୍ଟନାୟକ ୨୦୦୯ରେ ଜିତିଥିବା ବେଳେ ୨୦୧୪ରେ ସନାତନ ମହାକୁଡ଼ ମଧ୍ୟ ସ୍ବାଧୀନ ପ୍ରାର୍ଥୀ…
ଖୋର୍ଦ୍ଧାରେ ଫୁଡ୍ପାର୍କ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୁବଗୋଷ୍ଠୀ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର,୧୬ା୨(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧାଠାରେ ଇଡ୍କୋ ଦ୍ୱାରା ନିର୍ମାଣ କରାଯାଇଥିବା ନୂତନ ଫୁଡ୍ପାର୍କକୁ ମୁଖ୍ୟମନ୍ତ୍ରୀ ଗୁରୁବାର ଉଦ୍ଘାଟନ କରିଥିବା ବେଳେ କାଳିବେଟି ନିକଟରେ ନୂତନ ଶିଳ୍ପ ପାର୍କର ଶିଳାନ୍ୟାସ…
ବୌଦ୍ଧ ଆର୍ଟିଓଙ୍କଠୁ ମିଳିଲାଣି ୧୯ କୋଟିର ସମ୍ପତ୍ତି, ଭୁବନେଶ୍ୱର, ବୌଦ୍ଧ, ଗଞ୍ଜାମର ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ବୌଦ୍ଧ, (ଅଜିତ କୁମାର ବାରିକ)/ ଭୁବନେଶ୍ୱର,୧୬ା୨(ସତ୍ୟଜିତ୍ ରାଉତ): ବଡ଼ ଶପିଂ ମଲ୍ରେ କମର୍ସିଆଲ୍ ଆଉଟଲେଟ୍ ଓ ଏକାଧିକ ଆପାର୍ଟମେଣ୍ଟରେ ଦାମୀ ଫ୍ଲାଟ୍। ଏପରିକି ରାଜ୍ୟ ବାହାରେ ଫ୍ଲାଟ୍ କିଣିବାକୁ ଦେଇଛନ୍ତି କୋଟି କୋଟି ଟଙ୍କା। କେବଳ ଏତିକି ନୁହେଁ, ୩ କୋଟିରୁ…
ଆଜିଠୁ ଯୁକ୍ତ୨ ପରୀକ୍ଷା: ପ୍ରଶ୍ନ ପତ୍ରରେ ଦାଗ ଲାଗିଲେ ଏମ୍ପି
ଭୁବନେଶ୍ୱର, ୧୬ା୨(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ପରିଷଦ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ଛାତ୍ରୀଛାତ୍ର ପରୀକ୍ଷା…
ଓଡ଼ିଶାରେ ମୁଖ୍ୟ ନିର୍ବାଚନ କମିଶନର
ଭୁବନେଶ୍ୱର,୧୫।୨(ସୁନିତ୍ ମିଶ୍ର): ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏହାର ପ୍ରସ୍ତୁତି ସମୀକ୍ଷା କରିବାକୁ ଗୁରୁବାର ଦେଶର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ରାଜୀବ କୁମାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ୩ ଦିନିଆ ଗସ୍ତରେ ସେ ଆସିଥିବା ବେଳେ ତାଙ୍କ ନେତୃତ୍ୱରେ ଏକ ୭…
୧୧ କେଭି ବିଦ୍ୟୁତ୍ ତାର ଲାଗି ଜୀବନ୍ତ ଜଳିଗଲେ ମହିଳା
କେନ୍ଦୁଝର,୧୫।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ରାମଚନ୍ଦ୍ରପୁର ଗ୍ରାମ ନିକଟ ଜଙ୍ଗଲରେ ଛେଳି ଚରାଇବାକୁ ଯାଇଥିବା ଜଣେ ମହିଳା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଜଳି ଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…
କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ: ୭୫୦ ଶର୍ଯ୍ୟା ବିଶିଷ୍ଟ ବାଗ୍ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୫।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୭୫୦ ଶଯ୍ୟା ବିଶିଷ୍ଟ ବାଗ୍ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଲୋକାର୍ପଣ କରିଛନ୍ତି। ୪୧୦ କୋଟି ଟଙ୍କା ବ୍ୟୟରେ ଏହି ହସ୍ପିଟାଲ ନିର୍ମିତ କରାଯାଇଛି। ଭୁବନେଶ୍ୱରରେ ପ୍ରତିଷ୍ଠିତ ଏହି କର୍କଟ…
ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୫।୨: ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ…
ସେଲଫି ପଏଣ୍ଟରେ ଗଦା ହେଉଛି ଆବର୍ଜନା
ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ମୁଖ୍ୟ ପ୍ରବେଶପଥ ତଥା ଦାମୋଦରପୁର ନିକଟରେ ଥିବା ‘ମୋ ଗଞ୍ଜାମ’ ସେଲଫି ପଏଣ୍ଟଠାରେ ଅଳିଆ ଆବର୍ଜନା ପକାଯାଉଛି। ଏନ୍ଏସି ପ୍ରଶାସନ ଏହାକୁ ଡମ୍ପିଂୟାଡ ଭାବେ ବ୍ୟବହାର କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସେହିପରି…
Archives


