ବୌଦ୍ଧ ଆର୍‌ଟିଓଙ୍କଠୁ ମିଳିଲାଣି ୧୯ କୋଟିର ସମ୍ପତ୍ତି, ଭୁବନେଶ୍ୱର, ବୌଦ୍ଧ, ଗଞ୍ଜାମର ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ବୌଦ୍ଧ, (ଅଜିତ କୁମାର ବାରିକ)/ ଭୁବନେଶ୍ୱର,୧୬ା୨(ସତ୍ୟଜିତ୍‌ ରାଉତ): ବଡ଼ ଶପିଂ ମଲ୍‌ରେ କମର୍ସିଆଲ୍‌ ଆଉଟଲେଟ୍‌ ଓ ଏକାଧିକ ଆପାର୍ଟମେଣ୍ଟରେ ଦାମୀ ଫ୍ଲାଟ୍‌। ଏପରିକି ରାଜ୍ୟ ବାହାରେ ଫ୍ଲାଟ୍‌ କିଣିବାକୁ ଦେଇଛନ୍ତି କୋଟି କୋଟି ଟଙ୍କା। କେବଳ ଏତିକି ନୁହେଁ, ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜମା ରାଶି ସହ ୧୯ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। ଗୁରୁବାର ଭିଜିଲାନ୍ସ ଜାଲରେ ଫସିବା ପରେ ବୌଦ୍ଧ ଜିଲା ଆର୍‌ଟିଓ ବସନ୍ତ କୁମାର ମହାପାତ୍ରଙ୍କ ଏଭଳି ଅମାପ ସମ୍ପତ୍ତିର ଗୁମର ପଦାକୁ ଆସିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ବସନ୍ତଙ୍କ ଘର, ସରକାରୀ କାର୍ଯ୍ୟାଳୟ ସମେତ ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, ବୌଦ୍ଧ ଓ ଗଞ୍ଜାମ ଜିଲାର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ଏସବୁ ସମ୍ପତ୍ତି ଠାବ ହୋଇଛି। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ ବସନ୍ତଙ୍କ ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପୈତୃକ ଘର, ବୌଦ୍ଧ ରଜନପଲ୍ଲୀ ଜଗନ୍ନାଥବିହାରରେ ଥିବା ଭଡାଘର, ବ୍ରହ୍ମପୁର କମାପାଲିସ୍ଥିତ ସମ୍ପର୍କୀୟଙ୍କ ଘର, ବୌଦ୍ଧ ଆର୍‌ଟିଓ ଅଫିସ୍‌ସ୍ଥିତ ଚାମ୍ବର, ଭୁବନେଶ୍ୱର ଶୈଳଶ୍ରୀବିହାରସ୍ଥିତ ଓ୍ବେଷ୍ଟ୍‌ ଏଣ୍ଡ୍‌ ଆପାର୍ଟମେଣ୍ଟସ୍ଥିତ ଏକ ଫ୍ଲାଟ୍‌ ଆଦି ରହିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚାଲିଥିବା ଏହି ଯାଞ୍ଚରେ ଭିଜିଲାନ୍ସ ଟିମ୍‌ଗୁଡିକରେ ଦୁଇଜଣ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୬ ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।

ଗୁରୁବାର ସନ୍ଧ୍ୟା ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ପାହାଳସ୍ଥିତ ଉତ୍କଳ ସିଗ୍ନେଚରର ତୃତୀୟ ମହଲାରେ ୩ ହଜାର ବର୍ଗଫୁଟ ବିଶିଷ୍ଟ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଫ୍ଲାଟ୍‌ (ନଂ.୩୦୭), ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗାଲେରିଆରେ ଏଗ୍ରିମେଣ୍ଟ୍‌ ଅନୁଯାୟୀ ୨ କୋଟି ଟଙ୍କାର ଦୁଇଟି କମର୍ସିଆଲ୍‌ ଶପିଂ କମ୍ପ୍ଲେକ୍ସ (ନଂ.୪,୫), କଳ୍ପନାଛକ ଉତ୍କଳ ରୟାଲ ରେସିଡେନ୍ସିର ୮ମ ମହଲାରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ (ନଂ,ବି/୮୩) ଠାବ ହୋଇଛି। ସେହିପରି ବସନ୍ତ ଭୁବନେଶ୍ୱର କଳାରାହାଙ୍ଗସ୍ଥିତ ଜେଡ୍‌-୧ ଇଷ୍ଟେଟ୍‌ ଆଇକନିକ୍‌ ଟାୱାରର ବ୍ଲକ୍‌-୪ରେ ଥିବା ୫ ବିଏଚ୍‌କେ ଫ୍ଲାଟ୍‌ (ନଂ.୨୫୦୪) କିଣିବାକୁ ଅଗ୍ରିମ ୧.୩୫ କୋଟି ଏବଂ ବେଙ୍ଗାଲୁରୁ ସିଟିସ୍ଥିତ ଓଜୋନ୍‌ ଏଲିଗାଣ୍ଟ୍‌ ଆପାର୍ଟମେଣ୍ଟରେ ଫ୍ଲାଟ୍‌ (ନଂ.ଏଫ୍‌-୧୦୦୨) କିଣିବାକୁ ୮୮ ଲକ୍ଷ ଟଙ୍କା ଦେଇଥିବା ଭିଜିଲାନ୍ସ ଟିମ୍‌ ପ୍ରମାଣ ପାଇଛି। ତେବେ ଏସବୁର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସର ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ଅଧିକ ଯାଞ୍ଚ କରୁଛି। ୩ କୋଟି ୯୦ ଲକ୍ଷ ୫୯ ହଜାର ଟଙ୍କାର ବ୍ୟାଙ୍କ, ଜୀବନବୀମା ଜମା, ବଣ୍ଡ୍‌ ଦ୍ୱାରା ନିବେଶ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଠାବ ହୋଇଛି। ଏଥିସହ ବସନ୍ତଙ୍କ ଘରୁ ନଗଦ ୧ ଲକ୍ଷ ୧୬ ହଜାର ୭୦୦ ଟଙ୍କା, ୫୯୦ ଗ୍ରାମ ସୁନା ଅଳଙ୍କାର ଓ ୩୧୮ ଗ୍ରାମ୍‌ ରୁପା ଅଳଙ୍କାର, ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୨ ବାଇକ ଏବଂ ଘରୋଇ ଆସବାବପତ୍ର ମିଳିଛି। ଭିଜିଲାନ୍ସ ପକ୍ଷରୁ ବସନ୍ତଙ୍କୁ ଅଧିକ ପଚରାଉଚରା କରାଯାଉଛି। ତେବେ ଠାବ ହୋଇଥିବା ବସନ୍ତଙ୍କ ସମ୍ପତ୍ତିର ପରିମାଣ ୧୯ କୋଟିରୁ ଊର୍ଦ୍ଧ୍ୱ ହେବ। ଚଢ଼ାଉ ଓ ଯାଞ୍ଚ ସରିବା ପରେ ଏହି ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ବସନ୍ତ ୧୯୯୧ ମସିହା ସେପ୍ଚେମ୍ବର ୯ରେ ମେକାନିକାଲ୍‌ ଇଞ୍ଜିନିୟର ଭାବେ ରାଜ୍ୟ ସରକାରଙ୍କ ପରିବହନ ବିଭାଗରେ ଚାକିରି ଆରମ୍ଭ କରିଥିଲେ। ସେ ୨୦୧୪ରେ ଜୁନିୟର ଏମ୍‌ଭିଆଇ ଭାବେ ପଦୋନ୍ନତି ପାଇ ବାଲେଶ୍ୱର, କୋରାପୁଟ, ବରଗଡ ଏବଂ ଗଜପତି ଜିଲାରେ କାର୍ଯ୍ୟ କରିଥିଲେ। ତେବେ ୨୦୨୧ ଏପ୍ରିଲ ୮ରେ ସେ ଏମ୍‌ଭିଆଇ ଭାବେ ପଦୋନ୍ନତି ପାଇ ଭୁବନେଶ୍ୱର ଆର୍‌ଟିଓ-୨ରେ କାର୍ଯ୍ୟ କରିଥିଲେ। ୨୦୨୨ ମେ’ ୧ରୁ ବୌଦ୍ଧ ଆର୍‌ଟିଓ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri