ରାଜ୍ୟ

ଘରୁ ଗୋଡ଼ କାଢ଼ିଲେଣି ନବୀନ: ୪ ଜିଲାକୁ ଯାଇ…

ଭୁବନେଶ୍ୱର,୨୯।୧୨: ସୋମବାର ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ଜିଲା ଗସ୍ତ କରିବେ । ସେ କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ନବୀନ ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଗସ୍ତ କରିବେ…

କୋରାପୁଟ ଡକରିଘାଟି ବସ୍‌ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାକୁ ମିଳିବ…

ଭୁବନେଶ୍ୱର,୨୯।୧୨: କୋରାପୁଟ ଡକରିଘାଟି ବସ୍‌ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିଛନ୍ତି। ଏହିଦୁର୍ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଥିବା…

ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ବେଳେ ଘାଟିରେ ଓଲଟିଲା ଟୁରିଷ୍ଟ ବସ୍‌: ୩ ମୃତ,୨୦ ଆହତ 

କୋରାପୁଟ,୨୯।୧୨(ଅମିତାଭ ବେହେରା): କୋରାପୁଟ ଜିଲା ବୈପାରୀଗୁଡା ନିକଟ ସୁକୁନାଳ ନିକଟରେ ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଦର୍ଶନ କରିବା ପାଇଁ…

ବଢ଼ିପାରେ ବ୍ଲକ୍‌ ସଂଖ୍ୟା: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୯।୧୨ (ଅନିଲ ଦାସ): ରାଜ୍ୟରେ ନୂଆ ବ୍ଲକ ଗଠନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ସରକାର ଏକ କମିଶନ ଗଠନ କରିବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ରାଜ୍ୟରେ ଝିଅ ସଂଖ୍ୟା ହ୍ରାସ

ଓଡ଼ିଶାରେ ଗତ ୧ ଦଶନ୍ଧି ଧରି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ସମେତ ବିଭିନ୍ନ ସରକାରୀ ଏଜେନ୍ସି ପକ୍ଷରୁ ୨୦୧୯-୨୧ରେ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଦେଶରେ ପ୍ରତି ୧,୦୦୦…

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।…

ଇଣ୍ଡିଆ ମେଣ୍ଟର ସ୍ବରରେ ସ୍ବର ମିଶାଇଲା BJD? ପରାଜୟର ୬ ମାସ ପରେ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଇଲେ ନବୀନ

ଭୁବନେଶ୍ୱର,୨୮।୧୨: ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ଶୋଚନୀୟ ପରାଜୟ ପରେ ପୁଣି ଇଭିଏମ୍‌ ଅର୍ଥାତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ ଉପରେ ପ୍ରଶ୍ନ ଉଠିଥିଲା। କଂଗ୍ରେସଠାରୁ ଆରମ୍ଭ କରି ଏନ୍‌ସିପି, ଶିବସେନା ଆଦି ଦଳ ବାଲାଟ…

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାମୁତାବକ, ଉଭୟ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ପୁରୀ ମେଡିକାଲ…

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି। ଏହାଛଡ଼ା ପ୍ରମୁଖ ୧୭୦ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା…

ଜାଭିଅର ଛକରେ ସିରିଜ ଦୁର୍ଘଟଣା: ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼, ଉତ୍ତେଜନା

ଭୁବନେଶ୍ୱର, ୨୮।୧୨: ଭୁବନେଶ୍ୱର ଜାଭିୟର ଛକରେ ଶନିବାର ସନ୍ଧ୍ୟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌ ପଛକୁ ପଛ ପିକଅପ୍‌ ଭ୍ୟାନ ଏବଂ ଅଟୋକୁ ଧକ୍କା ଦେଇଛି। ଦୁର୍ଘଟଣାରେ ୭ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ଦୁର୍ଘଟଣା…

କୋମ୍ବିଂ ବେଳେ ଧରାପଡ଼ିଲେ ୩ ମହିଳା କ୍ୟାଡର ମାଓବାଦୀ

ମାଲକାନଗିରି,୨୮।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ମହିଳା କ୍ୟାଡର ମାଓବାଦୀଙ୍କ ମଧ୍ୟରୁ ମାଲକାନଗିରି…

ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷାରେ ଚାଷ ଉଜୁଡ଼ିବା ଓ ଚାଷୀ ମୃତ୍ୟୁ ଘଟଣାରେ ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ। ଚାଷୀ ସଂଗଠନ ସହ ଆଲୋଚନା କରି ଚାଷୀକୁଳକୁ ଉଦ୍ଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri