ବରଗଡ଼ ଚାଷୀ ମୁଣ୍ଡରେ ଚଡ଼କ: ଝଡ଼ବର୍ଷା ସହ ହେଉଛି କୁଆପଥର ମାଡ଼, ଉଜୁଡ଼ିଲା ରବି ଧାନ ଫସଲ, ବିଦ୍ୟୁତ ନ ଥିବାରୁ…

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ କାଳବୈଶାଖୀର କରାଳ ରୂପ ଲାଗି ରହିଛି। ଶନିବାର ସନ୍ଧ୍ୟାରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝଡବର୍ଷା ସାଙ୍ଗକୁ କରାମାଡ (କୁଆପଥର ବୃଷ୍ଟି) ହେଉଛି। ଏବେ ରବି ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସିଥିବା ସମୟରେ କରାମାଡ ଯୋଗୁ ସେହି ଧାନ ଫସଲ ଉଜୁଡି ଯାଇଛି। ଏଥିପାଇଁ ଚାଷୀଙ୍କ ମାନସିକ ସ୍ଥିତି ଦୋହଲି ପଡିଛି। ସେହିପରି ଝଡବର୍ଷା ଯୋଗୁ ସା ପ୍ରାୟ ୫ଟା ୩୦ମିନିଟରୁ ବରଗଡ଼ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ଠପ ପଡିଛି। ଖବର ଲେଖା ହେବା ସୁଦ୍ଧା (ରାତି ୯ଟା ପର୍ଯ୍ୟନ୍ତ) ବିଦ୍ୟୁତ ସେବା ସ୍ବାଭାବିକ ହୋଇ ପାରି ନାହିଁ। ଫଳରେ ସହର ସମେତ ଅନେକ ଅଞ୍ଚଳ ଅନ୍ଧାରରେ ରହିଛି।

ଚଳିତ ସପ୍ତାହରେ ବାରମ୍ବାର ଏଭଳି ଝଡବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ୨ଦିନ ପୂର୍ବରୁ ଭଟଲି ବ୍ଲକ ଅନ୍ତର୍ଗତ ହଳଦୀପାଲି ଗ୍ରାମରେ କାଳବୈଶାଖୀ ପ୍ରଭାବରୁ ହୋଇଥିବା କରାମାଡରେ ବ୍ୟାପକ ଫସଲକ୍ଷତି ହୋଇଥିଲା। ତେବେ ତାର କ୍ଷୟକ୍ଷତି ଆକଳନ ଠିକ ଭାବରେ ନ ସରୁଣୁ ଶନିବାର ପୁଣି ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ପଞ୍ଚାୟତର ଜୟପୁର, ଝିକିଝିକି, କହେନମୁଣ୍ଡା, ଗୌରପାଲି, ନାରଙ୍ଗପୁର, ବିଛୁଆଁ, କାଶିପାଲି, ସାନ ଅମ୍ଳିପାଲି ଗ୍ରାମରେ ପ୍ରବଳା କରାମାଡ଼ ଯୋଗୁଁ ଧାନଫସଲ ସହିତ ପରିବା ଫସଲ ଉଜୁଡି ଯାଇଛି। ଉପରୋକ୍ତ ପଞ୍ଚାୟତରେ ଗଭୀର ନଳକୂପ ଯୋଗେ ହଜାର ହଜାର ଏକର ଧାନ ତଥା ପରିବା ଚାଷ ହୋଇଥଲା। ଏହି ଅଦିନିଆ ବର୍ଷା ସହିତ କରାମାଡ଼ରେ ସେସବୁ ଧୂଳିସାତ୍ ହେବା ଆଶଙ୍କା ରହିଛି । ଧାନ କେଣ୍ଡାରେ କୁଆପଥର ମାଡ ହେବାରୁ ତାହା ଝଡ଼ି ପଡ଼ିଛି। ସେହିପରି ଧାନକେଣ୍ଡାରେ ଯାହା ବି ରହିଛି, ତାହା ଅଗାଡି ହେବାର ଯଥେଷ୍ଟ ଆଶଙ୍କା ସୃଷ୍ଟି କରିଛି । ଏହା ଚାଷୀଙ୍କ ପାଇଁ ଚଡକ ଭଳି ହୋଇଛି । ଏଭଳି ପ୍ରାକୃତିକ ଦୂର୍ବିପାକ ଯୋଗୁ ଧାନଫସଲ ସହିତ ପନିପରିବାଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ତାହାର ଶୀଘ୍ର ଆକଳନ କରାଯାଇ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବା ପାଇଁ ନାରଙ୍ଗପୁର ସରପଞ୍ଚ ପିଙ୍କି ପାଣ୍ଡେ ସମେତ ଚାଷୀମାନେ ଦାବି କରିଛନ୍ତି । ତେବେ କେବଳ ନାରଙ୍ଗପୁର ପଞ୍ଚାୟତ ନୁହେଁ, ଜିଲାର ବିଭିନ୍ନ ଅଞ୍ଚଳରେ ଝଡ଼ବର୍ଷା ଯୋଗୁଁ ଧାନ, ପରିବା ଫସଲ ପ୍ରଭାବିତ ହୋଇଛି। ପ୍ରଶାସନ ଏହାର ସଠିକ ଆକଳନ ସହିତ କ୍ଷତିପୂରଣ ଏବଂ ବୀମା ସହାୟତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri