ରାଜ୍ୟ

କଲରାପତରିଆ ବାଘୁଣୀ ବର୍ଷା ମୃତ

ବାରଙ୍ଗ,୩୧ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ବେଶ ଖୁସିରେ ପ୍ରତିଷ୍ଠା ଦିବସ ପାଳନ କରିଥିବାବେଳେ ସୋମବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ୧୯ନଂ. ଏନ୍‌କ୍ଲୋଜରରେ ଥିବା ୧୪ବର୍ଷର ଏକ କଲରାପତରିଆ ବାଘୁଣୀ ବର୍ଷାର ମୃତ୍ୟୁ ହୋଇଛି। ଗତ ୨୪ତାରିଖରେ ଏନକ୍ଲୋଜରରେ...

ରାଜ୍ୟରେ ଅସହ୍ୟ ଶୀତ, ଅନୁଗୋଳ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ମଙ୍ଗଳବାର ରାଜ୍ୟର ୧୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ଅନୁଗୋଳ ସବୁଠୁ ଥଣ୍ଡା ସହରରେ ପରିଣତ...

ପରଲୋକରେ ଗୀତିକାର କୁଳମଣି ଦାସ

କଟକ ଅଫିସ, ୩୧ା୧୨- ଗୀତିକବି, ନୃତ୍ୟ ବିଷାରଦ, ଶିଶୁ ସାହିତି୍ୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ ଗୀତିକାର ଏବଂ ମର୍ଦ୍ଦଳ ବାଦକ କୁଳମଣି ଦାସ(୬୯)ଙ୍କ କଟକ ତୁଳସୀପୁରସ୍ଥିତ ବାସଭବନରେ ସୋମବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି...

ନୂଆବର୍ଷରେ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ମଦଦୋକାନ: ମଦ ପିଇ ଗାଡ଼ି ଚଲାଇଲେ ଫାଇନ୍‌ କାଟିବ ପୋଲିସ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ନୂଆବର୍ଷକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ନୂଆବର୍ଷ ରାତି ଗୋଟାଏ ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳ, ଭୁବନେଶ୍ୱର ଏବଂ ପୁରୀ ପୌରାଞ୍ଚଳରେ ମଦ ଦୋକାନ ଖୋଲା ରହିବ। ଅବକାରୀ...

୮ରେ ‘ଅଶୀରେ ବସନ୍ତ ଉତ୍ସବ’

ଭୁବନେଶ୍ୱର, ୩୧ା୧୨ (ବ୍ୟୁରୋ): ଖବରଦାତା, ସ୍ତମ୍ଭକାର ଏବଂ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ପୁରସ୍କାରପ୍ରାପ୍ତ ସାହିତି୍ୟକ ବସନ୍ତ ଦାସଙ୍କ ଅଶୀ ବର୍ଷ ଜନ୍ମଦିନ ଉପଲକ୍ଷେ ‘ଅଶୀରେ ବସନ୍ତ ଉତ୍ସବ’ ଆୟୋଜନ ହେଉଛି। ଜାନୁୟାରୀ ୮ରେ ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମରେ ହେବାକୁ ଥିବା...

ରାଜ୍ୟରେ ବୃଦ୍ଧି ପାଇଛି ହେନ୍ତାଳ ବନ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଗତ ଦୁଇବର୍ଷରେ ରାଜ୍ୟରେ ୮ କିଲୋମିଟର ହେନ୍ତାଳ ବନ ବୃଦ୍ଧି ପାଇଛି। ‘ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୧୯’ରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ଦେଶରେ ହେନ୍ତାଳ ବନ ବୃଦ୍ଧି କରିଥିବା ରାଜ୍ୟ ମଧ୍ୟରେ ଓଡ଼ିଶା...

ପ୍ରିୟଦର୍ଶୀ ନାୟକ ଆଇସିଏସ୍‌ଆଇ ଚେୟାରମ୍ୟାନ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): କମ୍ପାନୀ ସେକ୍ରେଟାରୀ ପ୍ରିୟଦର୍ଶୀ ନାୟକ ୨୦୨୦ ବର୍ଷ ପାଇଁ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିିଜ୍‌ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ପୂର୍ବ ଭାରତ ଆଞ୍ଚଳିକ ପରିଷଦର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଅନ୍ୟ...

ଭାଗବତ ଓଡ଼ିଆ ଜାତିର ଆଦର୍ଶ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଅତିବଡ଼ୀ ଶ୍ରୀ ଜଗନ୍ନାଥ ଦାସକୃତ ‘ଶ୍ରୀମଦ୍‌ଭାଗବତ’ ଏକ ସାତ୍ତ୍ବିକ ମହାପୁରାଣ ଏବଂ ଓଡ଼ିଆ ଜାତିର ଆଧ୍ୟାତ୍ମିକ ଅନୁଭୂତିର ପ୍ରାମାଣିକ ଗ୍ରନ୍ଥ। ଏହା ଓଡ଼ିଆ ଜାତିର ଆଦର୍ଶ ଏବଂ ଓଡ଼ିଆଙ୍କ ଜାଗରଣର ସୂତ୍ରଧର। ଓଡ଼ିଆ ଜାତିକୁ ଦାର୍ଶନିକ ଜାତିରେ...

‘ଜିରୋ ନାଇଟ୍‌’ ପାଇଁ ପ୍ରସ୍ତୁତ ରାଜଧାନୀ: କାଉଣ୍ଟଡାଉନ୍‌ ଆରମ୍ଭ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଇଂଲିଶ୍‌ କ୍ୟାଲେଣ୍ଡର ଅନୁସାରେ ପୁରୁଣା ବର୍ଷ ଶେଷ ହୋଇ ନୂଆବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି। ତେଣୁ ନୂଆବର୍ଷକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଏବେଠାରୁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ବିଶେଷକରି...

ବ୍ଲକ ପରିସରରେ ଦରପୋଡ଼ା ଆଇରନ ବଟିକା

ଏରସମା,୩୧ା୧୨(ସ୍ବ.ପ୍ର.): ଗର୍ଭବତୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେମାନଙ୍କୁ ନିୟମିତ ସମୟ ବ୍ୟବଧାନରେ ବିଭିନ୍ନ ଖାଦ୍ୟ ସହିତ ଔଷଧ ଆଦି ସରକାରଙ୍କ ପକ୍ଷରୁ ଯୋଗଇ ଦେବାର ବ୍ୟବସ୍ଥା କରାଯାଇଛି। ମାତ୍ର ଏରସମା...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ,୩୧ା୧୨ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ଜଗତ୍‌ସିଂହପୁର-୨ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୫ଟି ଦଳ ସ୍ବାଇଁଙ୍କ ଘର, କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ପୃଥକ...

ଗଳାପୋଲ ଦାବିରେ ଆନ୍ଦୋଳନ ଜାରି

ଭଦ୍ରକ ଅଫିସ, ୩୧।୧୨- ଭଦ୍ରକ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବି ନେଇ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଜାରି ରହିଛି। ସୋମବାର ଆନ୍ଦୋଳନ ୭ମ ଦିନରେ ପହଞ୍ଚିଛି। ରାଣୀତାଲ ବିକାଶ ମଞ୍ଚ ଆହ୍ବାନରେ ଏହି ଆନ୍ଦୋଳନକୁ ସମର୍ଥନ...

Advertisement

BGU

Archives

Model This Week

Why Dharitri