ୟୁଟ୍ୟୁବ ଦେଖି ସ୍କୁଟର ତିଆରି କଲେ ମ୍ୟାଟ୍ରିକ ଛାତ୍ର: କହିଲେ ପୁରା ପ୍ରସ୍ତୁତିର କାହାଣୀ

ଭଦ୍ରକ,୩।୫(ସନାତନ ରାଉତ): ୟଟ୍ୟୁବ୍‌ ଦେଖି ଜଣେ ମ୍ୟାଟ୍ରିକ ପରୀକ୍ଷାର୍ଥୀ ସ୍କୁଟର ନିର୍ମାଣ କରି ବେଶ ଚର୍ଚ୍ଚାରେ । ସେହି ଛାତ୍ର ଜଣକ ହେଉଛନ୍ତି ଭଦ୍ରକ ଜିଲା ଚରମ୍ପା ପଥରଆଡି ଗ୍ରାମର କାର୍ତ୍ତିକ ମହାରଣାଙ୍କ ପୁଅ ବିନୋଦ (୧୬ ବର୍ଷ)। ସେ ଚଳିତ ବର୍ଷ ଦଶମ ଶ୍ରେଣରେ ପରୀକ୍ଷା ଦେଇଥିଲେ। ବିନୋଦ ଇଲେକ୍ଟ୍ରି ସ୍କୁଟର କିଣିବା ପାଇଁ ଇଚ୍ଛା କରିଥିଲେ। ଇଲେକ୍ଟ୍ରି ସ୍କୁଟର ଅଧିକ ଦାମ ରହିଥିବାରୁ ସେ ନିଜେ ତିଆରି କରିବେ ବୋଲି ଆଗ୍ରହ କରିଥିଲେ। ଘରେ ୟଟ୍ୟୁବ୍‌ ଦେଖି ଇଲେକ୍ଟ୍ରି ସ୍କୁଟର ନିର୍ମାଣ କରିବା କୌଶଳ ଶିଖିଥିଲେ। ପରେ ଇଲେକ୍ଟ୍ରି ସ୍କୁଟର ନିର୍ମାଣ ମଧ୍ୟ ଆରମ୍ଭ କଲେl ସେ ଘରେ ଥିବା ଭଙ୍ଗା ସାଇକେଲର ହ୍ୟାଣ୍ଡାଲ ସହ କିଛି ଷ୍ଟିଲ ପାଇପ ଓ ସିଟକୁ ଯୋଡି ନିର୍ମାଣ ଆରମ୍ଭ କରିଥିଲେ। ପରେ ଅନଲାଇନ୍‌ ମାଧ୍ୟମରେ ଦୁଇଟି ଚକ ଓ ମଟର ସଂଗ୍ରହ କରିଥିଲେ। ନିଜ ଉଦ୍ୟମରେ ଏକ ବ୍ୟାଟେରୀ ନିର୍ମାଣ ମଧ୍ୟ କରିଛନ୍ତି ଏହି ସବୁକୁ ଯୋଡିବା ସହ ହ୍ୟାଣ୍ଡେଲରେ ଏକ ସୁଇଚ ଓ ଏକ୍ସଲିଟର ଲଗାଇଛନ୍ତି । ଏହି ଷ୍ଟାଣ୍ଡିଙ୍ଗ ସ୍କୁଟରଟି ବହୁ ସ୍ପିଡ଼ ରେ ଯାଉଥିବାରୁ ତାର ଗତି ରୋକିବା ପାଇଁ ବ୍ରେକ ଲଗାଇଛନ୍ତି। ଏସ୍କୁଟରକୁ ଦେଢ଼ ଘଣ୍ଟା ଚାର୍ଜ କଲେ ୧୫ କିଲୋମିଟର ଯାଉଛି ବୋଲି ବିନୋଦ କହିଛନ୍ତି । ଏହି ଷ୍ଟାଣ୍ଡିଙ୍ଗ ସ୍କୁଟର ରେ ଜଣେ କିମ୍ବା ଦୁଇ ଜଣ ଠିଆ ହୋଇ ଯାଇ ପାରୁଛନ୍ତ। ସ୍କୁଟର ନିର୍ମାଣ କରିବା ପାଇଁ ବିନୋଦଙ୍କୁ ଏକ ମାସ ସମୟ ଲାଗିଥିଲା । ଏହି ସ୍କୁଟର ନିର୍ମାଣରେ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବିନୋଦ କହିଛନ୍ତି । ଆଗାମୀ ଦିନରେ ବସି ଚଳାଇବା ଭଳି ସ୍କୁଟର ନିମାଣ କରିବା ନେଇ ଲକ୍ଷ୍ୟ ରଖିଛନ୍ତି। ଇଞ୍ଜିନିୟରିଂ ପାଠ ପଢିବେ ବୋଲି ଇଚ୍ଛା ରଖିଛନ୍ତି ବିନୋଦ। ଯୁବପିଢି ଘରେ ନ ବସି କିଛିନା କିଛି ନୂଆ ଅନୁସନ୍ଧାନ କରିବା ନେଇ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ରାଜନୀତିରେ ବଡ଼ ହଲଚଲ: ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ TMCର ବିଦ୍ରୋହୀ, କହିଲେ- ଆପଣ ଲଢ଼ିଲେ ଆମେ…

କୋଲକାତା,୧୦।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ନନ୍ଦୀଗ୍ରାମରୁ ମମତା ବାନାର୍ଜୀ ନିର୍ବାଚନ ଲଢ଼ନ୍ତୁ ବୋଲି…

ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

‘ମୋତେ ଲାଜ ଲାଗୁଛି’, ଏମିତି କାହିଁକି କହିଲେ ନୀତିନ ଗଡକରୀ, ଯାହାକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍‌ଲୀ,୧୦।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମୁମ୍ୱାଇ-ଗୋଆ ହାଇୱେ ପ୍ରକଳ୍ପରେ ହୋଇଥିବା ବିଳମ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗୋଆର…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଘୋଷଣା କଲା BCCI, ଅକ୍ଟୋବର ୬ରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଛି ବଡ଼ ଖବର। ଆହତ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରେ…

ରଡ଼ିଆ-କଂସାର ଗୋବରୀ ନଦୀବନ୍ଧରେ ୩୦୦ ଫୁଟର ଫାଟ, କାଳ ସାଜିଛି ଚିଙ୍ଗୁଡ଼ି ଘେରି

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରଡ଼ିଆ-କଂସାର-ବଡ଼ଦାଣ୍ଡୁଆ ଗୋବରୀ ନଦୀ ପାର୍ଶ୍ୱ ଲୁଣା ଘେରି ବନ୍ଧ ସପ୍ତାହ ପୂର୍ବେ ଭୁଶୁଡ଼ି ପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri