ସଅଁରାପଡ଼ା ଗଣହତ୍ୟା ଘଟଣା: ମାଷ୍ଟରମାଇଣ୍ଡ ବାପପୁଅ ଗିରଫ

ପାଟଣାଗଡ଼,୩ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା କୁସୁମକାନୀ ଗଣହତ୍ୟାର ମାଷ୍ଟରମାଇଣ୍ଡ ଓ ତାଙ୍କ ପୁଅକୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି । କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ବାପପୁଅ ହେଲେ ଗଙ୍ଗଓ୍ବା ମାଝୀ (୪୪) ଓ ତାଙ୍କ ପୁଅ ଦେବରାଜ ମାଝି(୨୩)।

ସୂଚନାଯୋଗ୍ୟ, ଗତ ୨୦୨୦ ନଭେମ୍ବର ୧୧ ତାରିଖ ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା କୁସୁମକାନୀରେ ପତିଆରା ଓ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ୬ଜଣକୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ପରିବାରର ବୁଲୁ ଯାନୀ (୫୦), ତାଙ୍କ ସ୍ତ୍ରୀ ଜ୍ୟୋତି (୪୮) ଦୁଇପୁଅ ଭୀଷ୍ମ (୫) ଓ ସଂଜୀବ (୨), ଦୁଇ ଝିଅ ସରିତା(୧୪) ଓ ଶ୍ରୀୟା (୩)ଙ୍କୁ ହତ୍ୟା କରିଥିଲେ। ଉକ୍ତ ଘଟଣାରେ ସେ ସମୟରେ ପୋଲିସ ବାବୁଲାଲ ଯାନୀ, ଛାୟା ଗୋଣ୍ଡ, ବଳଦେବ ଗୋଣ୍ଡ, ମନୀଷ ଗୋଣ୍ଡ, ଭୋଳା ଯାନୀ, ଶିବା ଯାନୀ, ବିକଳ କଲରୀ ପ୍ରମୁଖ ୭ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗଙ୍ଗଓ୍ବା ଓ ତା’ପୁଅ ଦେବରାଜ ସେହିଦିନଠାରୁ ଫେରାର ରହିଥିଲେ। ଫଳରେ ସେମାନଙ୍କ ନାଁରେ ଜାମିନବିହୀନ ଗିରଫ ପରାଓ୍ବାନା ଜାରି ହୋଇଥିଲା। ଏପରିକି ଗଙ୍ଗଓ୍ବା ହତ୍ୟାକାଣ୍ଡ ଭିଆଇ ନୂଆପଡ଼ା ଜିଲା ନୀଳଜୀ ଗାଁରେ ରହୁଥିଲା। ସେଠାରେ ଏକ ଖାତାରେ ଚିଠି ଲେଖି ପୋଲିସ ତାଙ୍କୁ ଗିରଫ କରିପାରିବନାହିଁ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଥିଲା। ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୂଜାରୀଙ୍କ ତତ୍ତ୍ୱାବଧାନରେ ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗତ ଗୁରୁବାର ଗଙ୍ଗୱା ଓ ତାଙ୍କ ପୁଅକୁ ଗିରଫ କରିଥିଲା। ଶୁକ୍ରବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି। ସେ ସମୟରେ ଉକ୍ତ ଲୋମଟାଙ୍କୁରା ଘଟଣା ପାଟଣାଗଡ଼ ଅଞ୍ଚଳ ସହ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ରାଜନୀତିରେ ବଡ଼ ହଲଚଲ: ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ TMCର ବିଦ୍ରୋହୀ, କହିଲେ- ଆପଣ ଲଢ଼ିଲେ ଆମେ…

କୋଲକାତା,୧୦।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ନନ୍ଦୀଗ୍ରାମରୁ ମମତା ବାନାର୍ଜୀ ନିର୍ବାଚନ ଲଢ଼ନ୍ତୁ ବୋଲି…

ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

‘ମୋତେ ଲାଜ ଲାଗୁଛି’, ଏମିତି କାହିଁକି କହିଲେ ନୀତିନ ଗଡକରୀ, ଯାହାକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍‌ଲୀ,୧୦।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମୁମ୍ୱାଇ-ଗୋଆ ହାଇୱେ ପ୍ରକଳ୍ପରେ ହୋଇଥିବା ବିଳମ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗୋଆର…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଘୋଷଣା କଲା BCCI, ଅକ୍ଟୋବର ୬ରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଛି ବଡ଼ ଖବର। ଆହତ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରେ…

ରଡ଼ିଆ-କଂସାର ଗୋବରୀ ନଦୀବନ୍ଧରେ ୩୦୦ ଫୁଟର ଫାଟ, କାଳ ସାଜିଛି ଚିଙ୍ଗୁଡ଼ି ଘେରି

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରଡ଼ିଆ-କଂସାର-ବଡ଼ଦାଣ୍ଡୁଆ ଗୋବରୀ ନଦୀ ପାର୍ଶ୍ୱ ଲୁଣା ଘେରି ବନ୍ଧ ସପ୍ତାହ ପୂର୍ବେ ଭୁଶୁଡ଼ି ପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri