ବକେୟା ପଡ଼ିଛି ଶ୍ରମିକଙ୍କ ପାଉଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଧିନସ୍ଥ ଗନ୍ଧମାର୍ଦ୍ଦନ ସ୍ପଞ୍ଜ୍‌ ଇଣ୍ଡଷ୍ଟ୍ରି ଲିଃ କମ୍ପାନୀର ପୁତୁଳିପାଣି ଲୌହଖଣି ଆଜିକୁ ୮ ବର୍ଷ ହେଲା ବନ୍ଦ ହେଲାଣି। ତେବେ ଏହି ଖଣି ଖୋଲୁ ନ ଥିବା ଏବଂ ଶ୍ରମିକଙ୍କ ବକେୟା ମଜୁରୀ ମିଳୁନାହିଁ। ଏଣୁ ତୁରନ୍ତ ଶ୍ରମିକଙ୍କ ମଜୁରୀ ପ୍ରଦାନ ଦାବିରେ ଶନିବାର କେନ୍ଦୁଝର ମାଇନ୍‌ସ ଆଣ୍ଡ୍‌ ଫରେଷ୍ଟ ଓ୍ବାର୍କର୍ସ ୟୁନିୟନ ( ଏଆଇଟିୟୁସି) ତରଫରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରମିକମାନଙ୍କର ଏକ ବିକ୍ଷୋଭ ଅନୁଷ୍ଠିତ ହେବା ସହ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ପ୍ରକାଶ ଯେ, କେନ୍ଦ୍ର ପରିବେଶ ବିଭାଗର ଅନୁମତି ନ ଥିବାରୁ ସରକାର ୨୦୧୪ରୁ ଖଣି କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇ ଖୁବ୍‌ଶୀଘ୍ର ପରିବେଶ ଅନୁମତି ନେଇ ଖଣି ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୁବ୍‌ଶୀଘ୍ର ଖଣି ଖୋଲାଯିବ କହି କମ୍ପାନୀ ତରଫରୁ କୁହାଗଲା ଓ ୩୧ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ସମସ୍ତ ଶ୍ରମିକମାନେ ପ୍ରତିଦିନ ଖଣି କାର୍ଯ୍ୟାଳୟ ଆସି ନିଜ ନିଜର ହାଜିରା ଦେଉଥିଲେ।

ଜାନୁଆରୀ ୨୦୧୮ରୁ କମ୍ପାନୀ ହଠାତ୍‌ ବିନା ନୋଟିସ୍‌ରେ ଖଣି କାର୍ଯ୍ୟାଳୟ ବନ୍ଦ କରି ଶ୍ରମିକମାନଙ୍କ ହାଜିରା ବନ୍ଦ କରିଦେଲେ ଏବଂ ଖୁବ୍‌ଶୀଘ୍ର ବକେୟା ପ୍ରାପ୍ୟ ମିଳିଯିବ ବୋଲି କହିଲେ। ଏପରିକି କେନ୍ଦୁଝରର ନରଣପୁରଠାରେ ଥିବା କମ୍ପାନୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରି ଦିଆଗଲା। ଖଣି ଖୋଲିବା ଆଶାରେ ଅପେକ୍ଷା କରି କରି ଆଠ ବର୍ଷ ବିତିଗଲା ପରେ ବି କମ୍ପାନୀ ଶ୍ରମିକମାନଙ୍କର ବକେୟା ମଜୁରୀ, ବୋନ୍‌ସ, ଛୁଟି, ଗ୍ରାଚ୍ୟୁଇଟି ଆଦି ଦେଉ ନାହାନ୍ତି। ଆମେ ଏଥିପାଇଁ ବାରମ୍ବାର ଆନ୍ଦୋଳନ କଲା ପରେ କେହି ଶୁଣୁ ନାହାନ୍ତି।

୨୦୧୯ ଭୟାବହ କରୋନା ସମୟରେ କୋଲକାତାସ୍ଥିତ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ ଦରଖାସ୍ତ କରି କମ୍ପାନୀର ମାଲିକାନା ବଦଳାଇ ଦେଇଛନ୍ତି। କିନ୍ତୁ ଶ୍ରମିକମାନଙ୍କର ପ୍ରାପ୍ୟ ପ୍ରଦାନର କୌଣସି ବ୍ୟବସ୍ଥା କରାଯାଇନାହିଁ। ରାଜ୍ୟ ସରକାରଙ୍କ ଦ୍ବାରା ବର୍ତ୍ତମାନ ଏହି ଖଣି ନିଲାମ କରାଯାଉଛି। ତେଣୁ ଶ୍ରମିକମାନଙ୍କ ଦ୍ବାରା ଉତ୍ପାଦିତ ଓ ଖଣିରେ ଗଚ୍ଛିତ ଥିବା ୨୦ ହଜାର ଟନ୍‌ରୁ ଅଧିକ ଲୁହା ପଥରକୁ ବିକ୍ରି କରି ଶ୍ରମିକମାନଙ୍କର ବାକି ଥିବା ୫୦ କୋଟିରୁ ଊଦ୍ଧର୍‌ବ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବାକୁ ଦାବି କରିଛନ୍ତି। ଯଦି ନିଲାମ ପୂର୍ବରୁ ଶ୍ରମିକମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରା ନ ଯାଏ ତେବେ ତେବେ ବାଧ୍ୟ ଶ୍ରମିକମାନେ ଅନଶନ କରିବା ସହ ନୂତନ ଲିଜଧାରୀ କମ୍ପାନୀ ଖଣି କାର୍ଯ୍ୟ ପରିଚାଳନା କରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଏଆଇଟିୟୁସିର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ୟୁନିୟନର ସାଧାରଣ ସମ୍ପାଦକ ମହେଶ୍ବର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ୟୁନିୟନର ଉପସାଧାରଣ ସମ୍ପାଦକ କପିଳ ମହାନ୍ତି, ସାଥୀ କାହ୍ନୁ ସାମଲ, ଶ୍ରୀହରି ଘଣା, ହୃଦାନନ୍ଦ ପାତ୍ର, ବିରଞ୍ଚି ଦେହୁରୀ, ମାର୍କଣ୍ଡ ଦେହୁରୀ, ଖଗେଶ୍ବର ମହାନ୍ତ, ବଦ୍ରୁ ଜାମା, ରାଜାରାମ ମୁଣ୍ଡା, ବାଗ୍ରା ଚାତାର ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri