ରାଜ୍ୟ

ଗହୀରମଥା ଚଳଚଞ୍ଚଳ: ଦୁଇଦିନରେ ୮୨ ଲକ୍ଷ କଇଁଛ ଶାବକ ଅଣ୍ଡାରୁ ବାହାରି ହେଲେ ସମୁଦ୍ରମୁହାଁ

ରାଜନଗର,୨୫ା୪: ଦୀର୍ଘ ୫୦ ଦିନ ପରେ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇପଡ଼ିଛି। ଲକ୍ଷଲକ୍ଷ ମାଈ କଇଁଛ ଗହୀରମଥାର ଅଗରନାସୀ-୨ରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ କରିଛନ୍ତି। ଗତ ଦୁଇଦିନ ଭିତରେ ୮୨ ଲକ୍ଷ ଶାବକ ଅଣ୍ଡାରୁ ବାହାରି ମା’ଙ୍କ…

ନିୟମକୁ ଅଣଦେଖା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଯାତ୍ରୀ ଥାଇ ଡିଜେଲ ଭର୍ତ୍ତି କରୁଛି ଲକ୍ଷ୍ମୀବସ୍‌, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୫ା୪(ଅରୁଣ ସାହୁ): ରାଜ୍ୟ ସରକାର ସମସ୍ତ ପଞ୍ଚାୟତରୁ ବ୍ଲକ ହେଡକ୍ୱାର୍ଟରକୁ ସୁବିଧା ଓ ଶସ୍ତାରେ ଯାତାୟାତ ପାଇଁ ଲକ୍ଷ୍ମୀବସ୍‌ର ବ୍ୟବସ୍ଥା କରିଛନ୍ତି କିନ୍ତୁ ଅନେକ ସମୟରେ ଏହି ବସ୍‌ରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ମନମାନି ଓ ସରକାରୀ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ…

ଅଟୋରେ ଯାଉଥିବା ବେଳେ ଉପରେ ପଡ଼ିଲା ଗଛ: ଚାଲିଗଲା ୨ ଜୀବନ

ବଲାଙ୍ଗୀର,୨୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କଂସାବାହାଲ ଛକ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। କାଳବୈଶାଖୀ ତାଣ୍ଡବରେ ଜୋରରେ ପବନ ବହି ଏକ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କେସିଙ୍ଗା ମୁସଲମାନ ସମାଜର ବିରୋଧ, ଦୋଷୀଙ୍କୁ କଠୋର ଦଣ୍ଡ ସହ ଫାଶୀ ପାଇଁ ଦାବି

କେସିଙ୍ଗା,୨୫ା୪(ତୁମେଶ୍ୱର ସାହୁ): କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କେସିଙ୍ଗା ମୁସଲମାନ ସମାଜ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି କରି ସ୍ଥାନୀୟ…

ବଡ଼ ଖବର: ଓଡ଼ିଶାରେ ପାକିସ୍ତାନୀ, ଆକ୍ସନ ମୋଡରେ ସରକାର

ଭୁବନେଶ୍ୱର,୨୫।୪: ପହଲଗାମ ଘଟଣାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚହଳ ପଡିଛି। ଏଥିରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣର ଦାୟିତ୍ୱ ପାକିସ୍ତାନ ଆଧାରିତ…

ପାକିସ୍ତାନ ବିରୋଧରେ ବାହାରିଲା ମୁସ୍‌ଲିମ୍‌ ଅଞ୍ଜୁମାନ କମିଟି, ନାରାରେ କମ୍ପୁଛି ଜୟପୁର

ଜୟପୁର,୨୫ା୪: ଜୟପୁର ବ୍ରହ୍ମାସାହି ନିକଟ ମସ୍‌ଜିଦ୍‌ରେ ଶୁକ୍ରବାର ଅବସରେ ନାମଜ ପରେ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ମୁସଲିମ ଅଞ୍ଜୁମାନ କମିଟିର ସଦସ୍ୟମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହିନ୍ଦୁସ୍ତାନ ଜିନ୍ଦାବାଦ୍‌ ପାକିସ୍ତାନ ମୁର୍ଦ୍ଦାବାଦ୍‌ ନାରା ଦେଇଛି। ପହଲଗାମ୍‌ (କଶ୍ମୀର)ରେ…

ହତ୍ୟାକାଣ୍ଡ ରାୟ ପ୍ରକାଶ: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା,୨୫ା୪(ପ୍ରଭାତ ପାଣିଗ୍ରାହୀ): ୧୦ବର୍ଷ ପରେ ଏକ ହତ୍ୟାକାଣ୍ଡ ରାୟ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ (୧ମ) ମଞ୍ଜୁଲତା ଲେଙ୍କା ୩୦୨ ଦଫାରେ ୪ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ…

ଛୁଟିରେ ସ୍କୁଲ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୫ା୪: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ ମାନି ସ୍କୁଲ, କଲେଜ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ରୀଷ୍ମ ପ୍ରବାହକୁ ନେଇ…

ବିନା କାମରେ ୫୭ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ଠିକାଦାର

ଭୁବନେଶ୍ୱର,୨୫ା୪: ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ନୂଆପଡ଼ା ଜିଲା ଖଡ଼ିଆଳରେ ବିନା କାମରେ ସେ ୫୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ…

ଅନ୍ତ୍ୟୋଦୟ ଯୋଜନାରେ ସାମିଲ୍‌ ହେବେ ଆଉ ଲକ୍ଷେ ହିତାଧିକାରୀ, ମେ’ ଶେଷ ଯାଏ ଚାଲିବ ଆବାସ ସର୍ଭେ

ଭୁବନେଶ୍ୱର,୨୫।୪: ଓଡ଼ିଶା ସରକାର ଆଗାମୀ ମାସରେ ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ଆଉ ଏକ ଲକ୍ଷ ଘର ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ପ୍ରସ୍ତୁତି କରୁଛନ୍ତି, ବୋଲି ଶୁକ୍ରବାର ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି। ରାଜ୍ୟର ଅର୍ଥନୈତିକ ଦୁର୍ବଳ…

ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ, ଆଗାମୀ ୧୦ ବର୍ଷରେ ୧୦୦ ଟାର୍ଗେଟ

ଭୁବନେଶ୍ୱର,୨୫।୪: ମୟୁରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବା ପରେ ଆସିଛି ଆଉ ଏକ ଖୁସି ଖବର। ଶୁକ୍ରବାର ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ଦେଇଥିବା ସୂଚନା ଅନୁଯାୟୀ ଶିମିଳିପାଳ ଜାତୀୟ ଉଦ୍ୟାନରେ ୪୦ ମହାବଳ ଅଛନ୍ତି।…

ରାଜ୍ୟରେ ଗଠିତ ହେଲା ୪୬ ସିଭିଲ ଜଜ୍‌ କୋର୍ଟ

ଭୁବନେଶ୍ୱର,୨୫ା୪: ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟଗୁଡ଼ିକ ବାଲେଶ୍ୱର ଜିଲାର ବାଲିଆପାଳ, ସିମୁଳିଆ, ସୋର, ବାହାନଗା ଓ ଜଳେଶ୍ୱର, ସମ୍ବଲପୁର ଜିଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା, ପୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?