ସରକାର ବଦଳିଲା, ଅଗ୍ରଗତି ହେଲାନି

ସୋନପୁର,୬।୬(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ନୂଆ ଭାଜପା ସରକାର ଆସିବା ପରେ ସୁବର୍ଣ୍ଣପୁରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଜିଲାବାସୀ ଆଶା କରିଥିଲେ। ଏହି ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ବଡ ପ୍ରତିଷ୍ଠାନ ନାହିଁ। ତେଣୁ ରାଜ୍ୟର ସବୁ ଅଞ୍ଚଳର ସମାନ ବିକାଶ ଉପରେ ଗୁରୁତ୍ୱ ଦେଉଥିବା ମୋହନ ସରକାରଙ୍କୁ ନେଇ ଆଶା ବଢିଥିଲା। ନୂଆ ସରକାର ବର୍ଷ ପୂର୍ତ୍ତି ପାଳନ କରିବାକୁ ଆଉ ୧ ସପ୍ତାହ ବାକି ଅଛି। ଏହି ସମୟ ମଧ୍ୟରେ ପ୍ରସ୍ତାବିତ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ସରକାରୀ ସ୍ତରରେ କୌଣସି ଅଗ୍ରଗତି ହୋଇନି। ଆସନ୍ତା ୭ ତାରିଖ ଅପରାହ୍ନରେ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ସୁବର୍ଣ୍ଣପୁରକୁ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ବେଶ ଆଶାବାଦୀ ଅଛନ୍ତି ଜିଲାର ବୁଦ୍ଧିଜୀବୀ ଓ ସଚେତନ ନାଗରିକ। ସେମାନେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସ୍ମାରକପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି। ଜିଲାରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨ବର୍ଷ ପୂର୍ବରୁ ଉଦ୍ୟମ ହୋଇଥିଲା। ଡିପିଆର ପ୍ରସ୍ତୁତ ପରେ ଜିଲା ପ୍ରଶାସନ ପକ୍ଷରୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ୨୦୨୩ ନଭେମ୍ବରରେ ଚିଠି ଲେଖା ଯାଇଥିଲା। ଏକ ଉଚ୍ଚସ୍ତରୀୟ ଟିମ୍‌ ପଠାଇ ଭିତ୍ତିଭୂମି ଓ ପ୍ରସ୍ତାବିତ ମହାବିଦ୍ୟାଳୟ ପ୍ରତିଷ୍ଠା ସ୍ଥାନ ନିରୂପଣ କରି ନିଷ୍ପତ୍ତି ନେବାକୁ ଅନୁରୋଧ ହୋଇଥିଲା। ଇତିମଧ୍ୟରେ ୧୮ ମାସ ବିତି ଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଟିମ୍‌ ପଠାଯାଇନି। ଜିଲାପାଳ ଅନ୍ୟା ଦାସ ୨୦୨୪ ଜୁଲାଇ ୨୩ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ପୁଣି ଏକ ଚିଠି ଲେଖିଥିଲେ। ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ ଲୋକ ସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ଗତ ଏପ୍ରିଲ ମାସରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଶିଳ୍ପବିହୀନ ଏହି ଜିଲାରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଧାନସଭାରେ ଦାବି କରିଥିଲେ। ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଳିକ କହିଥିଲେ, ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲାରୁ କୌଣସି ବିଧିବଦ୍ଧ ପ୍ରସ୍ତାବ ଆସିନାହିଁ। ସେଭଳି ପ୍ରସ୍ତାବ ଆସିଲେ ବିଚାର କରାଯିବ। ମନ୍ତ୍ରୀଙ୍କ ଏହି ଉତ୍ତର ଜିଲାବାସୀଙ୍କୁ ନିରାଶ କରିଥିଲା।
ବହୁ ନଦୀ ନଳ ପ୍ରବାହିତ ହେଉଥିବା ଜିଲା ହେଉଛି ସୁବର୍ଣ୍ଣପୁର। ଏଠାରେ ବିଭିନ୍ନ ପ୍ରଜାତିର ମଧୁର ଜଳ ମାଛ ଓ ଚିଙ୍ଗୁଡି ମିଳିଥାଏ। ଜିଲାରେ ମହାନଦୀ, ତେଲନଦୀ, ଅଙ୍ଗନଦୀ, ସୁକତେଲ ନଦୀର ବିସ୍ତୀର୍ଣ୍ଣ ଜଳରାଶି ସହ ବଡ ନାଳ, ହରିହରଯୋର ଡ୍ୟାମ୍‌, ଶତାଧିକ ବନ୍ଧ ଓ ପୋଖରୀ ରହିଥିବାରୁ ମତ୍ସ୍ୟ ଉତ୍ପାଦନ ସହ ଗବେଷଣା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖାନ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲାପାଳଙ୍କ ଜରିଆରେ ମତ୍ସ୍ୟ ମହାବିଦ୍ୟାଳୟ ସମ୍ପିର୍କତ ଅନୁରୋଧ ପତ୍ର ମତ୍ସ୍ୟ ଓ ପ୍ରାଣୀପାଳନ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ପୂର୍ବରୁ ଲେଖାଯାଇଥିଲା। ବିଭାଗର ପ୍ରମୁଖ ସଚିବ ଭିତ୍ତିଭୂମି ସମୀକ୍ଷା ସହିତ ଆନୁଷଙ୍ଗିକ ଖର୍ଚ୍ଚ, ଜମି ଆଦିର ବିସ୍ତୃତ ରିପୋର୍ଟ ମାଗିଥିଲେ। ସେହି ଅନୁସାରେ କମିଟି ଓ ସବ୍‌ କମିଟି ଗଠନ ହୋଇଥିଲା। ମହାବିଦ୍ୟାଳୟ ପାଇଁ ୫୦ ରୁ ୬୦ ଏକର ଜମି ଆବଶ୍ୟକ। ଏହି କ୍ୟାମ୍ପସ୍‌ରେ ଛୋଟରୁ ବଡ ପୋଖରୀ, ଖେଳ ପଡିଆ, ଆଡମିନିଷ୍ଟ୍ରେଟିଭ୍‌ ବ୍ଲକ, ହଷ୍ଟେଲ ଆଦି ନିର୍ମାଣ କରାଯିବ। ବିନିକା ନିକଟସ୍ଥ ରହିଲାରେ ପ୍ରାୟ ୫୫ ଏକର ପରିମିତ ଅଞ୍ଚଳରେ ଓଡିଶା ମତ୍ସ୍ୟ ଉନ୍ନୟନ ନିଗମର ଫାର୍ମ ରହିଛି। ସେହିପରି ମତ୍ସ୍ୟ ବିଭାଗର ସୁବର୍ଣ୍ଣପୁର ସରକାରୀ ଫାର୍ମରେ ୭୫ ଏକର ପରିମିତ ଅଞ୍ଚଳରେ ଏକାଧିକ ଛୋଟ ବଡ ପୋଖରି ରହିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?