ଦୁଇ ଭଉଣୀଙ୍କୁ ଉଠାଇ ନେଇ ବିଭିନ୍ନ ସ୍ଥାନରେ ରଖି ଗଣବଳାତ୍କାର, ଘଟଣା ଚପାଇ ଦେବାକୁ ଉଦ୍ୟମ

ଗୋପାଳପୁର,୬ା୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛ। ଗୋଳନ୍ଥରା ଥାନା ଅଞ୍ଚଳର ଏକ ଗ୍ରାମର ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଉଠାଇ ନେଇ ଦୁଇଦିନ ବିଭିନ୍ନ ସ୍ଥାନରେ ରଖି ବାରମ୍ବାର ଗଣବଳାତ୍କାର କରିଥିବା ନେଇ ଗୁରୁବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ ଏହି ଥାନା ଅଧିନସ୍ଥ ଏକ ଗ୍ରାମର ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଗତ ୩ ତାରିଖରେ ସେହି ଗ୍ରାମର ୪ ଜଣ ଯୁବକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଉଠାଇ ନେଇ ବିଭିନ୍ନ ସ୍ଥାନ ରଖି ଜୋର ଜବରଦସ୍ତ ବାରମ୍ବାର ବଳାତ୍କାର କରି କରିଥିଲେ। ଯୁବକ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ଦୁଇ ନାବାଳିକାଙ୍କୁ ଧମକ ଚମକ ଦେଇଥିଲେ। ଯୁବକମାନେ ଗ୍ରାମରେ ଛାଡ଼ିଥିଲେ। ପରଦିନ ପୁଣି ଯୁବକମାନେ ନାବାଳିକାଙ୍କୁ ଡାକିଥିଲେ କିନ୍ତୁ ସେ ଆସି ନ ଥିଲେ। ଅସୁସ୍ଥ ଅନୁଭବ କରି ଦୁଇ ନାବାଳିକା ଚାଲି ପାରି ନ ଥିଲେ। ପରିବାର ଲୋକେ ପଚାରିବାରୁ ଘଟଣା ବଖାଣିଥିଲେ ଯାହା କି ଚକିତ କରିଥିଲା। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ଗୁରୁବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଥାନା କେସ୍‌ ନଂ ୨୪୦/୨୫ ପ୍ରକାରେ ପୋଲିସ ବଳାତ୍କାର ମାମଲା ରୁଜୁ କରିଛିl ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି। ଅଭିଯୁକ୍ତ ଧରିବା ପାଇ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ନିର୍ଦ୍ଦେଶ କ୍ରମେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ନେତୃତ୍ୱରେ ଦୁଇଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନ ଚଢ଼ାଉ ଜାରି ରଖିଛି। କିଭଳି କେଉଁ ପରିସ୍ଥିତି ଦୁଇ ନାବାଳିକାଙ୍କୁ ୪ ଯୁବକ ଅତି ନୃଶଂସ ଭାବେ ବଳାତ୍କାର କରିଥିଲେ। ଯାହା କି ଜିଲାରେ ଆଲୋଡ଼ନ ଖେଳିଯାଇଛି। ଅନ୍ୟ ଶୁକ୍ରବାର ଗ୍ରାମରେ ବୈଠକ କରି ବଳାତ୍କାରୀ କରିଥିବା ପରିବାର ଲୋକ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ: କହୁକହୁ କହିଦେଲେ …

ଭୁବନେଶ୍ୱର,୨୫।୬: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। ।...

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ...

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା...

ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ...

ମୌଳିକ ସୁବିଧାରୁ ବଞ୍ଚିତ ମହୁଲପଡ଼ାବାସୀ

ନୂଆପଡ଼ା,୨୫।୬ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ସିଲ୍‌ଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡ଼ାବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ...

ଜୁଲାଇ ୧ରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା

ନୂଆଦିଲ୍ଲୀ,୨୫ା୬:ଭାରତୀୟ ରେଲ୍‌ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍‌, ଏକ୍ସପ୍ରେସ୍‌ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri