ମଣ୍ଡିରେ ପଡ଼ିଛି ୩ ଲକ୍ଷ ପ୍ୟାକେଟ ଧାନ

ଅତାବିରା,୬।୬(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ଚାଷୀ ସର୍ବାଧିକ ଧାନ ଉତ୍ପାଦନ କରିଥାନ୍ତି। ଚଳିତବର୍ଷ ଧାନ ଫସଲ ବେଶ୍‌ ଆଶାଜନକ ଭାବେ ହୋଇଥିଲା। ହେଲେ ଧାନ ଅମଳ କରି ବିକିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ଚିନ୍ତିତ ହୋଇଛନ୍ତି। ମନ୍ଥର ଗତିରେ ମଣ୍ଡିରେ ଧାନ କିଣା ଯାଉଛି। ଫଳରେ ମଣ୍ଡିରେ ୩ଲକ୍ଷ ୬ହଜାର ୪୭୬ ପ୍ୟାକେଟ ଧାନ ପଡ଼ି ରହିଛି।
ଚଳିତବର୍ଷ ଫସଲ ଦେଖି ବେଶ ଖୁସି ଅନୁଭବ କରୁଥିଲେ ଚାଷୀ। ତେବେ ଗତ ମେ’ ମାସ ଶେଷ ସପ୍ତାହରେ ଅଦିନିଆ ଝଡ଼ବତାସ ସହ ଲଗାଣ ବର୍ଷା ଚାଷୀଙ୍କ ଫସଲ ଉଜାଡ଼ି ଦେଇଥିଲା। କ୍ଷେତ, ଖଳା, ରାସ୍ତା କଡ଼ ହୋଇ ମଣ୍ଡିଯାଏଁ ଅଦିନିଆ ବର୍ଷା ପାଣିରେ ଭିଜିଥିଲା ଧାନ। ସପ୍ତାହେ ବ୍ୟାପି ଲଗାଣ ବର୍ଷା ଫଳରେ ଅନେକ ଚାଷୀଙ୍କ ଧାନ ଗଜା ହୋଇଥିଲା। ରାସ୍ତା ପାର୍ଶ୍ୱରେ ଚାଷୀ ଧାନ ଶୁଖାଇଥିଲେ। ସେମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଜୁନ ପହିଲାରୁ ଟିକେ ଶୁଖିଲା ପାଗ ଚାଷୀଙ୍କୁ କିଛିଟା ଆଶ୍ବସ୍ତି ଦେଇଥିଲା। ହେଲେ ବୁଧବାର ସାରେ ପୁଣି ବର୍ଷା ହେବାରୁ ଚାଷୀ ବେହାଲ ହୋଇପଡିଛନ୍ତି। ଆଗକୁ ମୌସୁମୀ ବର୍ଷା ଆସୁଥିବାରୁ ଚିନ୍ତାରେ ଅଛନ୍ତି ଚାଷୀ। ଫଳରେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିବାବେଳେ ସେମାନଙ୍କ ମାନସିକ, ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଛି। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ରାଜ୍ୟ ସରକାର ଚାଷୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ କୋହଳ ମାନ ଯୋଜନା(ୟୁଆରଏସ୍‌)ରେ ସମସ୍ତ ଚାଷୀଙ୍କ ସବୁଧାନକୁ ସର୍ବନିମ୍ନ ସହାୟକ ଦରରେ କିଣିବା ପାଇଁ ଘୋଷଣା କରନ୍ତୁ ବୋଲି ବିଭିନ୍ନ କୃଷକ ସଙ୍ଗଠନ ସହ ବିରୋଧି ଦଳଗୁଡିକ ଦାବି କରିଛନ୍ତି। ଏଭଳି ଅବସ୍ଥାରେ ଗତ ମେ’୧୪ରୁ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ରବି ଧାନ କିଣାବିକାରେ ମନ୍ଥରତା ଦେଖା ଦେଇଛି। ପ୍ରଥମ ଦିନରୁ ଧାନ ଉଠାଣ ମନ୍ଥରତା ପାଇଁ ଦିନକୁ ଦିନ ମଣ୍ଡିଗୁଡିକରେ ଧାନ ପଡ଼ି ରହିଥିବା ବଢ଼ିବାରେ ଲାଗିଛି। ଯେଉଁ ମଣ୍ଡିକୁ ଦେଖିବେ ଧାନ ଭର୍ତ୍ତିହୋଇ ରହିଛି। ଫଳରେ ଧାନ ମଣ୍ଡିଗୁଡିକରେ ଅଭାବୀ ଧାନ ବିକ୍ରି ସମସ୍ୟା ଦେଖା ଦେଇଛି। କଟନୀ ଛଟନୀ ଜୋର ଚାଲିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପ୍ୟାକେଟ ପିଛା ୩ କେଜି ଧାନ କାଟୁଥିବା ଜଣେ ଚାଷୀ ରାଜ୍ୟ କୃଷକ ସଙ୍ଗଠନକୁ ଜଣାଇଛନ୍ତି। ଧାନ ମନ୍ଥରଗତିରେ ଉଠାଣ ସବୁ ଗଣିତ ଓଲଟ ପାଲଟ କରି ଦେଉଛି। ଗୁରୁବାର ସା ୬ଟା ଯାଏଁ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ସମସ୍ତ ମଣ୍ଡିରେ ମୋଟ ୩୪ ଲକ୍ଷ ୪୭ହଜାର ୪୧୪ ପ୍ୟାକେଟ ଧାନ ଆସିଥିବା ବେଳେ ୩୧ଲକ୍ଷ ୪୦ହଜାର ୯୩୮ ପ୍ୟାକେଟ ଧାନ ଉଠିଛି। ଫଳରେ ଏବେ ମଣ୍ଡିଗୁଡିକରେ ୩ଲକ୍ଷ ୬ହଜାର ୪୭୬ ପ୍ୟାକେଟ ଧାନ ପଡ଼ିରହିଛି। ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ପଡ଼ିରହି ପ୍ୟାକେଟ ସଂଖ୍ୟା ବଢିବାରେ ଲାଗିଛି। ଏପରି ଅବସ୍ଥା ଲାଗି ରହିଲେ ଯେକୌଣସି ମୁହୂର୍ତ୍ତରେ ଯେ ବଡ଼ ଧରଣର ଚାଷୀ ଆନ୍ଦୋଳନ ନ ହେବ ତାହାକୁ ଏଡାଇ ଦିଆଯାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?