ବିଭାଗୀୟ ଅଧିକାରୀଙ୍କୁ ‘ୟୁସି’ ଡର

ଭୁବନେଶ୍ୱର,୬ା୬(ରବିନାରାୟଣ ଜେନା): ରାଜ୍ୟରେ ଆର୍ଥିକ ଶୃଙ୍ଖଳା କିଭଳି ନିୟନ୍ତ୍ରଣରେ ରହିବ ଓ ବିଭାଗଗୁଡ଼ିକ ସରକାରୀ ଯୋଜନା ଅନୁଯାୟୀ ଅର୍ଥ ଖର୍ଚ୍ଚ କରିବେ, ତାହାକୁ ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ବୈଠକ ବସୁଛି। ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ତଥା ଅର୍ଥନୈତିକ ପରାମର୍ଶଦାତାମାନେ ଠିକ୍‌ ଭାବେ ସରକାରୀ ନିୟମାବଳୀ ଅନୁପାଳନ କରୁ ନ ଥିବାରୁ ଅସଙ୍ଗତି ଦେଖାଦେଉଛି। ଅଭିଯୋଗ ହୋଇଥାଏ ବହୁ ସମୟରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଲାଗି ଥିବା ଅର୍ଥକୁ ଭିନ୍ନ ଦିଗରେ ଖର୍ଚ୍ଚ କରି ଦିଆଯାଉଥିବାରୁ ଠିକଣା ସମୟ ବେଳକୁ ସେମାନେ ବିନିଯୋଗ ପ୍ରମାଣପତ୍ର (ୟୁଟିଲାଇଜେଶନ ସାର୍ଟିଫିକେଟ ବା ୟୁସି) ଦେଇପାରୁ ନାହାନ୍ତି। ସ୍ଥିତି ଏଭଳି ହୋଇଛି ଯେ, ସରକାରଙ୍କ ବଜେଟର ପ୍ରାୟ ଏକଚତୁର୍ଥାଂଶ ଅର୍ଥର ବିନିଯୋଗ ପ୍ରମାଣପତ୍ର ଏବେ ବିଭିନ୍ନ ବିଭାଗ ଉପରେ ଗଡୁଛି। ଏହାକୁ ନେଇ ପ୍ରମୁଖ ମହାଲେଖାକାର (ପିଏଜି) ବାରମ୍ବାର ଅର୍ଥ ବିଭାଗକୁ ପତ୍ର ଲେଖୁଥିବାବେଳେ ଅର୍ଥ ବିଭାଗ ନାଚାର ଭଳି ପ୍ରତୀୟମାନ ହେଉଛି ।
ଏଭଳି ପ୍ରଚ୍ଛଦପଟରେ ସରକାରଙ୍କ ପକ୍ଷରୁ ଶୁକ୍ରବାର ‘ଏଣ୍ଟ୍ରି କନ୍‌ଫରେନ୍ସ’ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷ-୩ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପିଏଜିଙ୍କ ସହିତ ସଂପୃକ୍ତ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପିଏଜିଙ୍କ ପକ୍ଷରୁ ପ୍ରଦତ୍ତ ବିନିଯୋଗ ପ୍ରମାଣପତ୍ର ବିବରଣୀ ଉପସ୍ଥାପନ କରାଯିବା ସହିତ ଗତ ୨୦୨୪-୨୫ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ଖର୍ଚ୍ଚ ଉପରେ ସମୀକ୍ଷା କରାଯିବ। ଏସବୁ ଜାଣିବା ପରେ କେତେକ ବିଭାଗୀୟ ଅର୍ଥ ପରାମର୍ଶଦାତାଙ୍କ ନିଦ ହଜିଯାଇଛି। ୧୦ଟି ବିଭାଗ ଉପରେ ପ୍ରାୟ ୩୮ହଜାର କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଗଡୁଥିବାବେଳେ ଅବଶିଷ୍ଟ ବିଭାଗ ଉପରେ ୫ହଜାର କୋଟି ଟଙ୍କାର ୟୁସି ବାକି ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି।
ତଥ୍ୟ ଅନୁଯାୟୀ, ପଞ୍ଚାୟତିରାଜ ବିଭାଗ ଉପରେ ସର୍ବାଧିକ ୧୦,୨୯୪.୮୦କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ବାକି ରହିଥିବାବେଳେ ନଗର ଉନ୍ନୟନ ବିଭାଗ ଉପରେ ୯,୩୮୧.୧୪କୋଟି ଟଙ୍କାର ୟୁସି ବକେୟା ପଡ଼ିଛି। ସେହିପରି ଯୋଜନା ଓ ସଂଯୋଜନା ବିଭାଗ ଉପରେ ୩,୩୦୦କୋଟି, ସ୍ବାସ୍ଥ୍ୟ ବିଭାଗ ଉପରେ ୩,୨୩୨.୯୮କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ୩,୦୦୩ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉପରେ ୨,୩୦୯.୭୬ କୋଟି, ମିଶନଶକ୍ତି ବିଭାଗ ଉପରେ ୨,୧୧୩.୪୩ କୋଟି, ଉଚ୍ଚଶିକ୍ଷା ଉପରେ ୧,୯୧୧କୋଟି, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଉପରେ ୧୨୧୮.୪୨କୋଟି ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉପରେ ୧୧୬୬.୫୭କୋଟି ଟଙ୍କାର ୟୁସି ବାକି ରହିଛି। ଏହାବାଦ୍‌ ଶିଳ୍ପ ବିଭାଗ ଉପରେ ୮୪୯ କୋଟି, ଆଇନ ବିଭାଗ ଉପରେ ୬୯୪.୧୩କୋଟି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଉପରେ ୫୩୩ କୋଟି, ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ୫୨୧କୋଟି, କୃଷି ବିଭାଗ ଉପରେ ୩୮୪.୯୦କୋଟି, ବିଜ୍ଞାନ ଓ କାରିଗରି ଉପରେ ୩୭୯କୋଟି, ସମବାୟ ଉପରେ ୨୯୭ କୋଟି, ଏମ୍‌ଏସ୍‌ଏମ୍‌ଇ ଉପରେ ୨୫୫କୋଟି, ଶକ୍ତି ବିଭାଗ ଉପରେ ୨୨୩.୫୦କୋଟି, ପରିବହନ ଉପରେ ୧୯୪କୋଟି, ଗ୍ରାମ୍ୟ ଉନ୍ନୟନ ଉପରେ ୧୬୩କୋଟି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପରେ ୧୬୦କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ବକେୟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

କ୍ରିଷ୍ଣ ମୋହନଙ୍କୁ ମିଳିଲା ଗୁରୁଦାୟିତ୍ୱ: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୬।୭: ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଆତ୍ମସାତ ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା…

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍‌

ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri