ଭାରତ ସାମ୍ନାରେ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜ
ଲଣ୍ଡନ, ୭ା୬ (ପି.ଟି.): ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଦଳ ନିର୍ଦ୍ଧାରଣ ପାଇଁ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ। ଇଂଲଣ୍ଡର ଓଭାଲରେ ଖେଳାଯିବ ଏହି ମହାସମର। ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବାକୁ…
ଓଡ଼ିଶା ବାଳିକା ଦଳକୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ରଗ୍ବୀ ଫୁଟବଲ ୟୁନିୟନ ଓ ରଗ୍ବୀ ଆସୋସିଏଶନ ଅଫ୍ ମହାରାଷ୍ଟ୍ର ଆନୁକୂଲ୍ୟରେ ପୁଣେଠାରେ ଅନୁଷ୍ଠିତ ଜୁନିୟର ରଗ୍ବୀ ସେଭେନ୍ସ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା…
ଦୁଇ ସ୍ପିନର ସପକ୍ଷରେ ପାନେସର
ଲଣ୍ଡନ, ୬ା୬ (ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍ ୭ ତାରିଖରେ ଓଭାଲରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ। ଏହି ମ୍ୟାଚରେ ଭାରତ ଦୁଇ ସ୍ପିନରଙ୍କ ସହିତ ଖେଳିବା ଉଚିତ୍ ବୋଲି ପୂର୍ବାନୂମାନ କରିଛନ୍ତି ଇଂଲଣ୍ଡର ପୂର୍ବତନ…
‘ଓଡ଼ିଶାକୁ ଭଲ ସ୍ପିନର ଦେବା ଲକ୍ଷ୍ୟ’
କଟକ ଅଫିସ, ୬ା୬: ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସ୍ପିନରଙ୍କ ପାଇଁ ଅନୁଷ୍ଠିତ ୧୫ ଦିନିଆ ଶିବିର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁଙ୍କ ତତ୍ତ୍ୱାବଧାନରେ ସୋମବାର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ୪୬ ଜଣ ସ୍ପିନରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି…
ଧନୁଷ ଶ୍ରୀକାନ୍ତଙ୍କୁ ସ୍ବର୍ଣ୍ଣ
ସୁଲ୍ (ଜର୍ମାନୀ), ୬ା୬ (ପି.ଟି.): ଜର୍ମାନୀର ସୁଲ୍ଠାରେ ଚାଲିଥିବା ଆଇଏସଏସ୍ଏଫ୍ ଜୁନିୟର ଶୁଟିଂ ବିଶ୍ୱକପ୍ରେ ଭାରତର ଧନୁଷ ଶ୍ରୀକାନ୍ତ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତର ଏହା ହେଉଛି ତୃତୀୟ ସ୍ବର୍ଣ୍ଣ…
ସିଦ୍ଧାର୍ଥ ଚୌଧାରୀଙ୍କୁ ଶଟ୍ପୁଟ୍ରେ ସ୍ବର୍ଣ୍ଣ
ଇଚିଅନ (ଦକ୍ଷିଣ କୋରିଆ), ୬।୬: ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍ ଏସିଆନ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ସିଦ୍ଧାର୍ଥ ଚୌଧାରୀ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଆଣିଦେଇଛନ୍ତି। ସୋମବାର ଅନୁଷ୍ଠିତ ଶଟ୍ପୁଟ ଇଭେଣ୍ଟରେ ସେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ୧୯.୫୨ ମିଟର…
ମାଲେସିଆକୁ ହରାଇଲା ଭାରତ
କାକାମିଘାରା, ୬ା୬ (ପି.ଟି.): ଜୁନିୟର ମହିଳା ଏସିଆ କପ୍ ହକି ଟୁର୍ନାମେଣ୍ଟରେ ସୋମବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ ସହ ମାଲେସିଆକୁ ୨-୧ ଗୋଲ୍ରେ ପରାସ୍ତ କରିଛି। ଖେଳର ୬ଷ୍ଠ ମିନିଟ୍ରେ ଦିଆନ ନାଜେରିଙ୍କ ଗୋଲ ଜରିଆରେ ମାଲେସିଆ…
ଶୈଳେଶଙ୍କ ଶତକ, ଆଜାଦ୍ଙ୍କୁ ୬ ଉଇକେଟ
ଭୁବନେଶ୍ୱର, ୬ା୬ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ୧୬ ବର୍ଷରୁ କମ୍ ଆନ୍ତଃଜିଲା ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ସୋମବାର ଭୁବନେଶ୍ୱର ‘ଏ’, ସମ୍ବଲପୁର, କୋରାପୁଟ, ନୟାଗଡ଼, ବାଲେଶ୍ୱର ଓ ଢେଙ୍କାନାଳ ସେମାନଙ୍କ ମ୍ୟାଚରେ ବିଜୟୀ ହୋଇଛନ୍ତି।…
ସ୍ପେଶାଲ ଅଲିମ୍ପିକ୍ସକୁ ଭାରତର ୨୫୫ ଜଣିଆ ଦଳ
ନୂଆଦିଲ୍ଲୀ, ୬ା୬(ପି.ଟି.): ଜର୍ମାନୀର ବର୍ଲିନ୍ଠାରେ ଜୁନ୍ ୧୭ରୁ ୨୫ ପର୍ଯ୍ୟନ୍ତ ହେବାକୁଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍ଡ ସମର ଗେମ୍ସ ରେ ଭାରତର ୨୫୫ ସଦସ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ଦଳ ଅଂଶଗ୍ରହଣ କରିବ। ଦଳରେ ୧୯୮ ଆଥଲେଟ ଓ ୫୭ କୋଚ୍…
ସେମି ଲାଇନ୍ଅପ୍ ଚୂଡାନ୍ତ
ବୁଏନ୍ସ ଏୟାର୍ସ, ୬ା୬(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଫୁଟବଲ ବିଶ୍ୱକପର ସେମିଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହୋଇଛି। ରବିବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ମ୍ୟାଚକୁ ଜିତିବା ସହ ଉରୁଗୁଏ ଓ ଦକ୍ଷିଣ କୋରିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୂର୍ବରୁ…
ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ
ଭୁବନେଶ୍ୱର, ୬ା୬, (ସ୍ପୋଟର୍ସ ବ୍ୟୁରୋ): ଜୁନ୍ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ହିରୋ କଣ୍ଟିନେଣ୍ଟାଲ କପ୍ ପାଇଁ ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧.୦୦ଟାରୁ ଅପରାହ୍ନ ୫ଟା ଯାଏ ଟିକେଟ ବିକ୍ରି ହେଉଥିବା ବେଳେ…
ଇତିହାସ ରଚିଲେ ହଦାଦ ମାଇଆ
ପ୍ୟାରିସ୍,୬ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ୍ ଫ୍ରେଞ୍ଚ ଓପନରେ ଇତିହାସ ରଚିଛନ୍ତି ବ୍ରାଜିଲଲ ବିଟ୍ରିଜ୍ ହଦାଦ ମାଇଆ। ୧୯୬୮ ମସିହା ପରେ ଦେଶର ପ୍ରଥମ ଖେଳାଳି ଭାବରେ ସେ କୌଣସି ଗ୍ରାଣ୍ଡସ୍ଲାମ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୯୬୮ରେ ଶେଷ ଥର…

