ନୂଆଦିଲ୍ଳୀ,୯ା୮(ପି.ଟି.): ଚାଇନାର ହାଙ୍ଗଝୌରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଗେମ୍ସ ୨୦୨୩ର ହକି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପୁରୁଷ ବର୍ଗରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି। ଉଭୟ ଦଳ ଗ୍ରୁପ୍ ଏ’ରେ ସ୍ଥାନ ପାଇଥିବା ବେଳେ ଜାପାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜବେକିସ୍ତାନ ମଧ୍ୟ ସମାନ ଗ୍ରୁପ୍ରେ ସାମିଲ ଅଛନ୍ତି। ଭାରତ ସେପ୍ଟେମ୍ବର ୨୪ ତାରିଖରେ ଉଜ୍ବେକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଅନ୍ୟପକ୍ଷରେ ସେପ୍ଟେମ୍ବର ୩୦ ତାରିଖରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ। ମହିଳା ହକି ଦଳ ମଧ୍ୟ ପୁଲ୍ ଏ’ରେ ସ୍ଥାନ ପାଇଛି। ହଂକଂ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ମାଲେସିଆ ଏହି ଗ୍ରୁପ୍ରେ ସାମିଲ ଅଛନ୍ତି। ମହିଳା ଦଳ ସେପ୍ଟେମ୍ବର ୨୭ ତାରିଖରେ ସିଙ୍ଗାପୁର ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
୨୦୧୮ର ଜାକାର୍ତ୍ତା ଏସିଆନ୍ ଗେମ୍ସ ପରି ଆମେ ଏକ ଶକ୍ତିଶାଳୀ ଗ୍ରୁପ୍ରେ ସ୍ଥାନ ପାଇଛୁ ବୋଲି ଭାରତୀୟ ପୁରୁଷ ଦଳ ଅଧିନାୟକ ହରମନ୍ପ୍ରୀତ ସିଂ କହିଛନ୍ତି। ଉକ୍ତ ସଂସ୍କରଣର ସ୍ବର୍ଣ୍ଣ ବିଜେତା ଜାପାନ ଏହି ଗ୍ରୁପ୍ରେ ରହିଛି। ତେବେ ସମସ୍ତ ଦଳକୁ ଆମେ ସମାନ ଢଙ୍ଗରେ ଦେଖୁଛୁ। କୌଣସି ମୁକାବିଲାକୁ ଆମେ ହାଲୁକା ଭାବରେ ନେଉନାହୁଁ ବୋଲି ହରମନପ୍ରୀତ କହିଛନ୍ତି। ବର୍ତ୍ତମାନ ଏହି ଦଳଗୁଡ଼ିକ ମଧ୍ୟରୁ କିଛି ଦଳଙ୍କ ସହିତ ଆମେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରୁଛୁ। ଏହି ଅଭିଜ୍ଞତା ଏସିଆନ୍ ଗେମ୍ସରେ ଆମକୁ ଫାଇଦାରେ ରଖିବ ବୋଲି ହରମନ୍ପ୍ରୀତ୍ କହିଛନ୍ତି। ସମସ୍ତ ବିପକ୍ଷ ଦଳର ଶକ୍ତି ଓ ସାମର୍ଥ୍ୟ ଅନୁସାରେ ରଣନୀତି ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି। ପୁରୁଷ ଗ୍ରୁପ୍ ବି’ରେ ଦକ୍ଷିଣ କୋରିଆ, ମାଲେସିଆ, ଚାଇନା, ଓମାନ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ସ୍ଥାନ ପାଇଛନ୍ତି। ମହିଳା ବର୍ଗର ଗ୍ରୁପ୍ ବି’ରେ ଜାପାନ, ଚାଇନା, ଥାଇଲାଣ୍ଡ, କାଜାଖସ୍ତାନ ଓ ଇଣ୍ଡୋନେସିଆ ସହ ସ୍ଥାନ ପାଇଛନ୍ତି।
ପୁରୁଷ ଦଳ ଉଜବେକିସ୍ତାନ ସହ ପ୍ରଥମ ମ୍ୟାଚ୍ ଖେଳିବା ପରେ ସେପ୍ଟେମ୍ବର ୨୬ରେ ସିଙ୍ଗାପୁର, ୨୮ରେ ଜାପାନ ଓ ପାକିସ୍ତାନ ଏବଂ ବାଂଲାଦେଶ ସହିତ ଯଥାକ୍ରମେ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୨ ତାରିଖରେ ମ୍ୟାଚ୍ ଖେଳିବ। ୨୦୧୮ରେ ରୌପ୍ୟ ଜିତିଥିବା ଭାରତୀୟ ମହିଳା ଦଳ ଚଳିତ ସଂସ୍କରଣରେ ସ୍ବର୍ଣ୍ଣ ଜିତିବାକୁ ପ୍ରୟାସ କରିବ ବୋଲି କହିଛନ୍ତି ଅଧିନାୟିକା ସବିତା ପୁନିଆ। ଦଳର କ୍ୟାମ୍ପ ଓ ପ୍ରସ୍ତୁତି ଶିବିର ଚମତ୍କାର ରହିଥିବା ବେଳେ ଏଥିରୁ ଭଲ ଫଳ ମିଳିବ ବୋଲି ସେ ଆଶା ରଖିଛନ୍ତି। ଗୋଙ୍ଗସୁ କାନାଲ ସ୍ପୋଟର୍ସ ପାର୍କ ଷ୍ଟାଡିୟମରେ ସମସ୍ତ ହକି ମ୍ୟାଚ ଖେଳାଯିବ। ଅକ୍ଟୋବର ୬ ତାରିଖରେ ପୁରୁଷ ଓ ଏହାର ଗୋଟିଏ ଦିନ ପରେ ମହିଳା ବର୍ଗର ଫାଇନାଲ ମ୍ୟାଚ୍ ଖେଳାଯିବ।
ଭାରତରେ କିଏ ସ୍ଥିର କରେ ଚିନି ଦାମ୍? ସରକାର ନା କୃଷକ, ଜାଣନ୍ତୁ…
ନୂଆଦିଲ୍ଲୀ,୨୩ା୮: ଚା’ କପ୍ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…
୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା
ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ
ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…
ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍ପି
ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…
Archives

