Posted inଖେଳ

ବିଶ୍ୱକପ ପାଇଁ ସମ୍ଭାବ୍ୟ ୧୯ ଜଣିଆ ଟିମ୍‌ ଇଣ୍ଡିଆ ନେଇ ପ୍ରସ୍ତୁତି ଆରମ୍ଭ, ୪ ଖେଳାଳି ବାହାର ହେବା ଆଶଙ୍କା…

କୋଲକାତା,୮।୮ : ବିଶ୍ୱକପ ପାଇଁ ଭାରତର ସମ୍ଭାବ୍ୟ ୧୯ ସଦସ୍ୟ ବିଶିଷ୍ଟ ଦଳ ପ୍ରାୟ ପ୍ରସ୍ତୁତ। ଏହି ୧୯ ଜଣଙ୍କ ମଧ୍ୟରୁ ୧୫ ଜଣିଆ ଟିମ୍‌ ଇଣ୍ଡିଆକୁ ବିସିସିଆଇ ଚୟନକର୍ତ୍ତାମାନେ ଆଇସିସି ଟୁର୍ନାମେଣ୍ଟରେ ସୁଯୋଗ ଦେବେ। ୱେଷ୍ଟଇଣ୍ଡିଜ ଗସ୍ତରେ ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ କିଛି ବିଶେଷ ପ୍ରଦର୍ଶନ କରିପାରି ନ ଥିଲେ। ଏପରି ପରିସ୍ଥିତିରେ, ୧୫ ଜଣିଆ ଦଳରେ ଉଭୟଙ୍କ ସ୍ଥାନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅତିରିକ୍ତ ଦ୍ରୁତ ବୋଲର ଭାବରେ ଜୟଦେବ ଉନାଦକଟ ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରୁ ଜଣେ ସ୍ଥାନ ପାଇପାରିବେ। ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ବିଶ୍ୱକପ ମ୍ୟାଚ ଅନୁଷ୍ଠିତ ହେବ। ଅକ୍ଟୋବର ୮ ରେ ହେବାକୁ ଥିବା ବିଶ୍ୱକପର ମ୍ୟାଚରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ।

ନ୍ୟୁଜ ଏଜେନ୍ସି ଅନୁଯାୟୀ ଭାରତ ଏସିଆ କପ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ ୧୬ ରୁ ୧୮ ଖେଳାଳି ଚୟନ କରିବ। ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏସିଆ କପ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଘରୋଇ ସିରିଜରେ ଜୟଦେବ ଉନାଦକଟ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିବାର ଆଶା ରହିଛି। ଆହତ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କ ଆଗମନ ସହିତ ଭାରତର ସ୍ଥିତି ଆହୁରି ମଜବୁତ ହେବ ବୋଲି କୁହାଯାଉଛି।

ଦଳର ଅତିରିକ୍ତ ଦ୍ରୁତ ବୋଲର ଏବଂ ଦଳର ତୃତୀୟ ସ୍ପିନରଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ଆଘାତରୁ ସୁସ୍ଥ ହେବା ପରେ ଜସପ୍ରୀତ ବୁମରା ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ସେ ୮୦ ପ୍ରତିଶତ ଫିଟ ହୋଇଥିଲେ ମଧ୍ୟ ବିଶ୍ୱକପରେ ଖେଳିବେ। ସେହିଭଳି ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କ ଖେଳିବା ମଧ୍ୟ ନିଶ୍ଚିତ ହୋଇଛି। ଚତୁର୍ଥ ଦ୍ରୁତ ବୋଲର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ରହିବେ। ଆଶା କରାଯାଉଛି ସେ ପ୍ରତ୍ୟେକ ମ୍ୟାଚରେ ୬ ରୁ ୮ ଓଭର ବୋଲିଂ କରିବେ ଏବଂ ଏଭଳି ପରିସ୍ଥିତିରେ ରିଜର୍ଭ ଫାଷ୍ଟ ବୋଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।

ପ୍ରଦର୍ଶନ ବିଷୟରେ କୁହାଗଲେ, ଶାର୍ଦ୍ଦୁଲ ଠାକୁର ବହୁତ ଆଗରେ ଅଛନ୍ତି ଏବଂ ୱେଷ୍ଟଇଣ୍ଡିଜ ଗସ୍ତରେ ସେ ୩ ଟି ଏକଦିବସୀୟରେ ୮ ୱିକେଟ ନେଇଛନ୍ତି। ଜୟଦେବ ଉନାଦକାଟ ବାମହାତୀ ଦ୍ରୁତ ବୋଲର ହେବାର ସୁବିଧା ପାଇପାରିବେ। ଅନ୍ୟ ଜଣେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ଏସୀୟ ଗେମ୍ସ ପାଇଁ ଦଳରେ ମନୋନୀତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ବିଶ୍ୱକପ ଦଳରେ ସ୍ଥାନ ପାଇବା ପାଇଁ ଉନାଦକଟ ଦୌଡ଼ରେ ଯୋଗ ଦେଇଛନ୍ତି।
ତୃତୀୟ ସ୍ପିନରଙ୍କ ମଧ୍ୟରେ, ଅକ୍ଷର ପଟେଲ ଏବେ ମଧ୍ୟ ଯୁଜବେନ୍ଦ୍ର ଚହଲଙ୍କଠାରୁ ଆଗରେ ଅଛନ୍ତି। ଯଦିଓ ସେ ରବିନ୍ଦ୍ର ଜାଡେଜାଙ୍କ ପରି ବୋଲିଂ କରନ୍ତି। ଏସିଆ କପ ପାଇଁ ଭାରତୀୟ ଦଳର ଚୟନ ଏହି ସପ୍ତାହ ଶେଷରେ କିମ୍ବା ଆସନ୍ତା ସପ୍ତାହରେ ହେବାର ସମ୍ଭାବନା ରହିଛି।

ଏସିଆ କପ ଏବଂ ବିଶ୍ୱକପ ପାଇଁ ଭାରତର ସମ୍ଭାବ୍ୟ ଦଳ ମଧ୍ୟରେ ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମରା, କୁଲଦୀପ ଯାଦବ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ (ଓ୍ବିକେଟ କିପର) ଅକ୍ଷର ପଟେଲ, ସଞ୍ଜୁ ସାମସନ, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକଟ, ମୁକେଶ କୁମାର, ୟୁଜବେନ୍ଦ୍ର ଚହଲ।

 


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?