ଖେଳ

ଆସିଗଲେ ‘ମିନି ମାକ୍ସଓ୍ବେଲ୍‌’: ଚୌକା-ଛକା ବର୍ଷା କଲେ କୁନି ଶିଶୁ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବିଭିନ୍ନ କ୍ରିକେଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଷ୍ଟ୍ରେଲିଆର ୩ ବର୍ଷର ଶିଶୁଙ୍କ ବ୍ୟାଟିଂର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ…

ରାଜକୋଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଟିମ ଆଖିରୁ ହଜିଲା ନିଦ…

ରାଜକୋଟ,୧୩।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଫେବୃଆରୀ ୧୫ରେ ରାଜକୋଟରେ ଖେଳାଯିବ। ଏହି ଷ୍ଟାଡିୟମରେ ଭାରତର ରେକର୍ଡ ବେଶ୍‌ ପ୍ରଭାବଶାଳୀ ରହିଛି। ଏହା ଦେଖିବା ପରେ ଅଧିନାୟକ ବେନ ଷ୍ଟୋକ୍ସଙ୍କ ସହ କୋଚ ବ୍ରାଣ୍ଡନ ମ୍ୟାକକୁଲମଙ୍କ…

ଆଖିବୁଜିଲେ ଭାରତର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୧୩।୨: ପୂର୍ବତନ ଭାରତୀୟ ଅଧିନାୟକ ତଥା ଦେଶର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ଦତ୍ତାଜିରାଓ ଗାଇକ୍ୱାଡ ଦୁନିଆରୁ ବିଦାୟ ଦେଇଛନ୍ତି। ବୟସ ସମ୍ବନ୍ଧୀୟ ରୋଗ ହେତୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ଦତ୍ତାଜିରାଓ ଗାଏକ୍ୱାଡ ୧୯୫୨ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ…

ଇଶାନ, ଶ୍ରେୟସଙ୍କର ଟିମ ଇଣ୍ଡିଆରେ ହେବ ନାହିଁ ପ୍ରତ୍ୟାବର୍ତ୍ତନ, ଉଭୟଙ୍କ ଉପରେ ଏହି କଠୋର ନିଷ୍ପତ୍ତି ନେଲା ବିସିସିଆଇ

ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଉଇକେଟ୍‌ କିପର ବ୍ୟାଟର୍‌ ଇଶାନ କିଷନ ଏହି ସିରିଜରେ ଚୟନ କରାଯାଇନାହିଁ। ଯେଉଁ କାରଣରୁ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପୂର୍ବରୁ ଖବର ଆସିଥିଲା ଯେ ସେ…

ଚାଲୁଥିଲା ମ୍ୟାଚ, ଖେଳାଳିଙ୍କୁ ମାରିଲା ବିଜୁଳି, ଆଉ ତା’ପରେ…ଦେଖନ୍ତୁ ହୃଦୟ ବିଦାରକ ଭିଡିଓ

ଜାକର୍ତ୍ତା,୧୩।୨: ଇଣ୍ଡୋନେସିଆରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏକ ଲାଇଭ ମ୍ୟାଚ ସମୟରେ ବଜ୍ରପାତରେ ଖେଳାଳିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇଣ୍ଡୋନେସିଆରେ ଏକ ଫ୍ରେଣ୍ଡଲି ଫୁଟବଲ ମ୍ୟାଚ ସମୟରେ ଶନିବାର…

ଭାରତ ପାଇଁ କାଳ ସାଜିଛି ନକ୍‌ଆଉଟ୍‌ ଷ୍ଟେଜ୍‌: ୧୦ ବର୍ଷରେ ହାରିଲାଣି…

ନୂଆଦିଲ୍ଲୀ,୧୩।୨: ଆଇସିସି ଟୁର୍ନାମେଣ୍ଟର ନକଆଉଟ ମ୍ୟାଚରେ ଟିମ ଇଣ୍ଡିଆର ହାରିବା ପ୍ରକ୍ରିୟା କ୍ରମାଗତ ଭାବେ ଜାରି ରହିଛି। ନିକଟରେ ଭାରତୀୟ ମାଟିରେ ଏକଦିବସୀୟ ବିଶ୍ୱକପ ଖେଳାଯାଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ୧୦ଟି ମ୍ୟାଚ ଜିତିଥିଲା, କିନ୍ତୁ ଫାଇନାଲରେ…

ବିମାନବନ୍ଦରରେ ଅଟକ ରହିଲେ ଇଂଲଣ୍ଡ ଖେଳାଳି

ରାଜକୋଟ,୧୩।୨: ଇଂଲଣ୍ଡ କ୍ରିକେଟ ଦଳର ସ୍ପିନର ରେହାନ ଅହମ୍ମଦଙ୍କୁ ରାଜକୋଟ ବିମାନ ବନ୍ଦରରେ ଅଟକାଯାଇଥିଲା। ସେ ଆବୁଧାବିରୁ ଭାରତ ଫେରିଥିଲେ। ଦ୍ୱିତୀୟ ଟେଷ୍ଟ ପରେ ଇଂଲଣ୍ଡ ଦଳ ଆବୁଧାବି ଯାଇଥିଲା। ଏବେ ତୃତୀୟ ଟେଷ୍ଟ ପାଇଁ ସେମାନେ ଫେରିଛନ୍ତି। ରେହାନ ଅହମ୍ମଦଙ୍କ…

ଅମିତ ଶାହାଙ୍କୁ ଭେଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୨: ଆଜିକାଲି ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିରତି ନେଇଛନ୍ତି। ଆହତ କାରଣରୁ ସେ ଭାରତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ନିକଟରେ ପାଣ୍ଡ୍ୟା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଉଭୟେ ଗାନ୍ଧୀ ନଗର ପ୍ରିମିୟର ଲିଗ ଉଦ୍‌ଘାଟନ…

ଆଇସିସିର ‘ଟିମ ଅଫ ଟୁର୍ନାମେଣ୍ଟ’ ଘୋଷଣା: ଭାରତର ୪ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୩।୨: ୨୦୨୩ ବିଶ୍ୱକପ ପରି ୨୦୨୪ ଅଣ୍ଡର-୧୯ ବିଶ୍ୱକପରେ ମଧ୍ୟ ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ପରାସ୍ତ କରି ଟାଇଟଲ ଜିତିଛି। ୧୪ ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ଅଣ୍ଡର-୧୯ ବିଶ୍ୱକପ ଟାଇଟଲ ଜିତିଥିଲା। କଙ୍ଗାରୁମାନେ ପ୍ରଥମ ଥର ପାଇଁ ଫାଇନାଲରେ ଭାରତକୁ…

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡଠାରୁ ହାରିଲା ଓଡ଼ିଶା

ଭୁବନେଶ୍ୱର, ୧୩।୨(ତପନ ସ୍ବାଇଁ): ଚଳିତ ସିଜନରେ ପ୍ରଦର୍ଶନରେ ସ୍ଥିରତାର ଅଭାବ ଓଡ଼ିଶା ରଣ୍‌ଜୀ ଦଳ ପାଇଁ ମହଙ୍ଗା ପଡ଼ିଛି। କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଗ୍ରୁପ୍‌ ‘ଡି’ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ୧୬୨ ରନରେ ଉତ୍ତରାଖଣ୍ଡଠାରୁ…

ଚାଇନାଠୁ ଭାରତ ପୁଣି ହାରିଲା

ରାଉରକେଲା,୧୩।୨(ଦିନେଶ ମିଶ୍ର): ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସୋମବାର ମହିଳା ହକି ପ୍ରୋ ଲିଗ୍‌ର ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ଚାଇନା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଭାରତକୁ ଚାଇନା ମହିଳା ହକି ଦଳ ୨-୧ ଗୋଲରେ ପରାସ୍ତ କରଛି।…

ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନରେ ବ୍ରାଜିଲ ବିଫଳ

କାରାକାସ୍‌,୧୩ା୨(ପି.ଟି.): ଫୁଟବଲର ପାଓ୍ବାର ହାଉସ୍‌ ବ୍ରାଜିଲ୍‌ ଫୁଟବଲ ଦଳ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛି। ସୋମବାର ଆର୍ଜେଣ୍ଟିନା ୨୩ ବର୍ଷରୁ କମ୍‌ ଦଳ ନିକଟରୁ ୧-୦ରେ ହାରିବା ସହ ଡିଫେଣ୍ଡିଂ ଚାମ୍ପିୟନ ବ୍ରାଜିଲ ଯୋଗ୍ୟତା ଅର୍ଜନରେ ବିଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri