Posted inଖେଳ

ଜିମ୍ବାଓ୍ବେ ଗସ୍ତରେ ବାହାରିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨।୭: ଭିଭିଏସ ଲକ୍ଷ୍ମଣଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଜିମ୍ବାୱେ ଗସ୍ତରେ ଯାଇଛି। ବିସିସିଆଇ ଭାରତୀୟ ଖେଳାଳିଙ୍କ କିଛି ଫଟୋ ଶେୟାର କରିଛି। ଏଥିରେ ଭିଭିଏସ ଲକ୍ଷ୍ମଣ, ରିଆନ ପରାଗ ଏବଂ ଅନ୍ୟାନ୍ୟ ଖେଳାଳି ନଜର ଆସିଛନ୍ତି।
ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ପାଞ୍ଚଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଅଧିକାଂଶ ବରିଷ୍ଠ ଖେଳାଳି ଏହି ଗସ୍ତରୁ ବାଦ୍‌ ପଡ଼ିଛନ୍ତି। ଯୁବ ଖେଳାଳିମାନଙ୍କୁ ଜିମ୍ବାୱେ ଯାତ୍ରା ପାଇଁ ଦଳରେ ସ୍ଥାନ ଦିଆଯାଇଛି। ଶୁଭମାନ ଗିଲଙ୍କୁ ଟିମ୍‌ଇଣ୍ଡିଆର ଅଧିନାୟକ କରାଯାଇଛି।
ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ମଧ୍ୟରେ ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିଲା। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ଦିଆଯାଇଥିଲା। ଯୁବ ଖେଳାଳିଙ୍କ ଦ୍ୱାରା ସଜ୍ଜିତ ଏହି ଦଳର ଅଧିନାୟକ ଶୁଭମାନ ଗିଲଙ୍କୁ ନିଯୁକ୍ତ କରାଯାଇଥିଲା। ଅଭିଷେକ ଶର୍ମା, ରିୟାନ ପରାଗ, ତୁଷାର ଦେଶପାଣ୍ଡେ ପ୍ରଥମ ଥର ପାଇଁ ଭାରତୀୟ ଦଳର ସ୍ଥାନ ପାଇଛନ୍ତି।
ଜିମ୍ବାୱେ ସିରିଜ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ରୁତୁରାଜ ଗାଇକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ଉଇକେଟ୍‌ କିପର), ଧ୍ରୁଭ ଜୁରେଲ (ଉଇକେଟ୍‌ କିପର), ରିଆନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ଖାଲିଲ ଅହମ୍ମଦ , ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ଶିବମ ଦୁବେ।
ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଆନ୍ତର୍ଜାତୀୟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ୬ ଜୁଲାଇରେ ଖେଳାଯିବ। ଦ୍ୱିତୀୟ ଟି-୨୦ ମ୍ୟାଚ ୭ ଜୁଲାଇରେ, ତୃତୀୟଟି ୧୦ ଜୁଲାଇରେ ଚତୁର୍ଥ, ୧୩ ଜୁଲାଇରେ ଚତୁର୍ଥ ଏବଂ ୧୪ ଜୁଲାଇରେ ଖେଳାଯିବ। ଏହି ସମସ୍ତ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୪.୩୦ରେ ଆରମ୍ଭ ହେବ ଏବଂ ଜିମ୍ବାୱେର ରାଜଧାନୀ ହରାରେର ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri