ଖେଳ

ବିବାହ ପରେ ସୁଧୁରିଛି ଜୀବନଶୈଳୀ: କୋହଲି

ଲଣ୍ଡନ, ୨୮।୫: ଟିମ୍‌ ଇଣ୍ଡିଆର ‘ମିଶନ୍‌ ବିଶ୍ୱକପ୍‌’ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବିରାଟ କୋହଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ ବ୍ୟକ୍ତିଗତ ଜୀବନଶୈଳୀଠାରୁ ଆରମ୍ଭ କରି…

ବୀରେନ୍ଦ୍ରଙ୍କୁ ଭାରତୀୟ ଦଳର ଉପଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର, ୨୮।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସଠାରେ ଜୁନ ୬ରୁ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ଆରମ୍ଭ ହେବ। ଏହି ସମ୍ମାନଜନକ ହକି ଟୁର୍ନାମେଣ୍ଟ ଲାଗି ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଦଳ…

ସଚିନଙ୍କ ଭବିଷ୍ୟବାଣୀ: ଏହି ୪ଟି ଟିମ୍‌ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚିବେ

ମୁମ୍ବାଇ, ୨୮।୫: କ୍ରିକେଟ ବିଶ୍ୱକପ୍‌ ଯେତିକି ପାଖେଇ ଆସୁଛି, ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ମେ ୩୦ରୁ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ରେ କେଉଁ ୪ଟି ଦଳ ସେମିଫାଇନାଲ୍‌ ଖେଳିବେ ତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ…

ମାତ୍ର ୧୯ବର୍ଷ ବୟସରେ ବିଶ୍ୱକପ୍‌ରେ ଦୁଇଥର ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୮।୫: ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ରେକର୍ଡର ବର୍ଷା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେହିପରି ଯଦି ବିଶ୍ୱକପ୍‌ ରେକର୍ଡ ଉପରେ ନଜର ପକାଇବା, ତେବେ ଶୀର୍ଷରେ ଅଛନ୍ତି ସଚିନ। ବିଶ୍ୱକପରେ ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ ଟିମର…

ଗମ୍ଭୀରଙ୍କ ବିଜୟ ପରେ ଆଫ୍ରିଦି କହିଲେ: ଯାହାର ବୁଦ୍ଧି ନାହିଁ, ଲୋକ ତାଙ୍କୁ ଭୋଟ ଦେଇଛନ୍ତି

ଇସଲମାବାଦ୍‌. ୨୮।୫: କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ସାଧାରଣ ନିର୍ବାଚନରେ ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ ଲଢି ବିଜୟ ହାସଲ କରିଛନ୍ତି। ଗମ୍ଭୀରଙ୍କ ଏହି ଜବରଦସ୍ତ ବିଜୟ ପରେ ତାଙ୍କୁ ତାତ୍ସଲ୍ୟ କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସହିଦ…

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

ବେଲ୍‌ଗାଭି, ୨୮।୫- ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲି ଟେଷ୍ଟ ମ୍ୟାଚ୍‌କୁ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ଏକ ଇନିଂସ ଓ ୨୦୫ ରନର ବୃହତ୍‌ ବ୍ୟବଧାନରେ ଜିତିନେଇଛି। ମ୍ୟାଚ୍‌ର ୩ୟ ଦିବସରେ ସୋମବାର ମୋଟ୍‌ ୧୬…

ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌: ଇଂଲଣ୍ଡ, ଅଷ୍ଟ୍ରେଲିଆ ବିଜୟୀ

ଲଣ୍ଡନ,୨୮।୫- ବିଶ୍ୱକପ୍‌ ଓ୍ବାର୍ମଅପ୍‌ରେ ସୋମବାର ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ୩୧ଟି ବଲ ବାକି ରଖି ୫ ଉଇକେଟରେ ଶ୍ରୀଲଙ୍କାକୁ ହରାଇଛି। ସେହିପରି ଅନ୍ୟ ଏକ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡ ଆଫଗାନିସ୍ତାନକୁ ପରାସ୍ତ କରିଛି। ସାଉଥାମ୍ପଟନର ରୋଜ…

୧ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ବିଶ୍ୱକପ୍‌ ଟିକେଟ କିଣିଛନ୍ତି: ଆଇସିସି

ଲଣ୍ଡନ, ୨୮।୫(ପି.ଟି.)- ଆଗାମୀ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବିଶ୍ୱକପ୍‌ ପାଇଁ ରେକର୍ଡ ସଂଖ୍ୟାରେ ଟିକେଟ୍‌ ବିକ୍ରି ହୋଇଛି। ଖାସ୍‌ କରି ମହିଳାମାନେ ଟିକେଟ କ୍ରୟ କରିବାରେ ବେଶ୍‌ ଆଗ୍ରହ ପ୍ରକଟ କରିଛନ୍ତି। ଏକ ଲକ୍ଷରୁ ଉର୍ଦ୍ଧ୍ୱ ସଂଖ୍ୟାର ମହିଳା ବିଶ୍ୱକପ୍‌…

ଫ୍ରେଞ୍ଚ୍‌ ଓପନ୍‌: ନାଡ଼ାଲ, ଜୋକୋଭିଚ୍‌ଙ୍କ ଅଗ୍ରଗତି

ପ୍ୟାରିସ୍‌,୨୮।୫ (ଏଏଫ୍‌ପି)- ଗତଥରର ଚାମ୍ପିୟନ ସ୍ପେନ୍‌ର ରାଫାଲ ନାଡ଼ାଲ ଓ ସର୍ବିଆ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୧୭ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ନାଡ଼ାଲ ୬-୨, ୬-୧, ୬-୩…

ତେନ୍ଦୁଲକର ସ୍ବାର୍ଥ ନିହିତ ମାମଲାରୁ ମୁକ୍ତ

ନୂଆଦିଲ୍ଲୀ, ୨୮ା୫ (ପି.ଟି.)- କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ରେ ରହିବେ ନାହି ବୋଲି ସଚିନ ତେନ୍ଦୁଲକର କହିବା ପରେ ସେ ସ୍ବାର୍ଥ ନିହିତ ମାମଲାରୁ ମୁକ୍ତି ପାଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ଜଷ୍ଟିସ ଡି.କେ.…

୬ ଖେଳାଳିଙ୍କୁ ରିଲିଜ କଲେ ଷ୍ଟିମାକ୍‌

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଜାତୀୟ ଫୁଟ୍‌ବଲ ପ୍ରସ୍ତୁତି କ୍ୟାମ୍ପରେ ଯୋଗ ଦେଇଥିବା ୩୭ ଜଣ ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରୁ ସୋମବାର ୬ଜଣଙ୍କୁ ରିଲିଜ କରିଛନ୍ତି କୋଚ୍‌ ଇଗୋର ଷ୍ଟିମାକ୍‌। ଜୁନ୍‌ ୫ରୁ ୮ ପର୍ଯ୍ୟନ୍ତ ଥାଇଲାଣ୍ଡର ବୁରିରାମଠାରେ କିଙ୍ଗ୍ସ କପ୍‌ ଖେଳାଯିବ। ଏହି…

‘ଏଥର ଇଂଲଣ୍ଡ ଫେଭରାଇଟ୍‌’

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଆସନ୍ତା ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଇଂଲଣ୍ଡ ଫେଭରାଇଟ୍‌ ଦଳ। କିନ୍ତୁ ଟାଇଟଲ ଦୌଡ଼ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ରହିଛନ୍ତି ବୋଲି ଅଷ୍ଟ୍ରେଲୀୟ ପେସ୍‌ କିମ୍ବଦନ୍ତୀ ଗ୍ଲେନ ମ୍ୟାକ୍‌ଗ୍ରା ପ୍ରକାଶ କରିଛନ୍ତି। ମ୍ୟାକ୍‌ ଗ୍ରା ୨୦୦୭ ବିଶ୍ୱକପ୍‌ ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?