Posted inଖେଳ

ଧୋନୀଙ୍କୁ ପୁଣି ସମାଲୋଚନା କଲେ ଯୁବିଙ୍କ ବାପା

ନୂଆଦିଲ୍ଲୀ,୧୦।୭- ପ୍ରାକ୍ତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ବାପା ତଥା ପୂର୍ବତନ ପେସର ଯୋଗରାଜ ପୁଣିଥରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଛନ୍ତି। ଏଥର ଅମ୍ବାତି ରାୟୁଡୁଙ୍କ ଅବସର ପାଇଁ ଧୋନୀଙ୍କୁ ଦାୟୀ କରିଛନ୍ତି। ବିଶ୍ୱକପ୍‌ ଦଳରୁ ବାଦ୍‌ ପଡ଼ିବା ଓ ପରେ ଚୟନକର୍ତ୍ତା ଉପେକ୍ଷା କରିବା ଯୋଗୁ ଚଳିତ ମାସରେ ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ରାୟୁଡୁ ଆହୁରି ଅଧିକରୁ ଅଧିକ ଖେଳିବା ଉଚିତ। ସେ ରଣ୍‌ଜୀ, ଇରାନୀ ଓ ଦିଲୀପ ଟ୍ରଫି ଖେଳିବା ଦରକାର। ତାଙ୍କ ନିକଟରେ ଆହୁରି କ୍ରିକେଟ ରହିଛି। ତୁମ ଅବସର ଲାଗି ଠିକ୍‌ ସମୟ ଆସିନାହିଁ। ଅବସରରୁ ଫେରି ଆସି ତୁମ ଦକ୍ଷତାର ପ୍ରଦର୍ଶନ କର। ଧୋନୀଙ୍କ ଭଳି ଖରାପ ଖେଳାଳି ଦଳରେ ସର୍ବଦା ରହିବେ ନାହିଁ ବୋଲି ଯୋଗରାଜ କହିଛନ୍ତି। ତେବେ ଯୋଗରାଜଙ୍କ ଏଭଳି ଟିପ୍ପଣୀ କ୍ରିକେଟ ପ୍ରଶଂସକ ଗ୍ରହଣ କରିନାହାନ୍ତି। ଅଧିନାୟକ ନ ଥିବାରୁ ବିଶ୍ୱକପ୍‌ ଦଳ ଚୟନରେ ଧୋନୀଙ୍କ ଭୂମିକା ନାହିଁ। ଉଲ୍ଲେଖଥାଉ କି, ଧୋନୀଙ୍କ ନେତୃତ୍ୱରେ ରାୟୁଡୁ ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ତ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

ଧୋନୀ ସବୁ ବିଗାଡ଼ି ଦେଇଛନ୍ତି….CSK ବିଦା ପରେ କାହିଁକି ଏମିତି କହିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୨।୫: ଚେନ୍ନାଇ ସୁପର କିଙ୍ଗ୍ସ ପୁଣିଥରେ IPLରୁ ଖାଲି ହାତରେ ଫେରିଛି। IPL ଇତିହାସର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ତଥା ପାଞ୍ଚ ଥର ଚାମ୍ପିଅନ…

କେତନଙ୍କୁ ମିଳିଲା ଗୁରୁଦାୟୀତ୍ୱ, ଜାଣନ୍ତୁ କେତନ କିଏ…

ଭୋପାଳ,୨୨ା୫: ଆସନ୍ତା ମେ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ହେବାକୁଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ପ୍ରତିଯୋଗିତା ପାଇଁ ଫରଓ୍ବାର୍ଡ କେତନ…

ପଛରେ ପଡିଗଲେ କୋହଲି: ଜାଣନ୍ତୁ କାହା ପାଖରେ ଅଛି ଅରେଞ୍ଜ-ପର୍ପଲ କ୍ୟାପ୍‌

ନୂଆଦିଲ୍ଲୀ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ (IPL 2026) ର ୧୯ତମ ସଂସ୍କରଣରେ ୬୬ଟି ମ୍ୟାଚ ଖେଳାଯାଇଛି। ଲିଗ ପର୍ଯ୍ୟାୟରେ ଆଉ ୪ଟି ମ୍ୟାଚ ବାକି ଅଛି। ତିନୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri