Posted inଖେଳ

ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ: ଚାପ ସ୍ଥିତିରେ ସର୍ବଦା ଭଲ ପ୍ରଦର୍ଶନ କରି ଆସିଛି -ଦୂତୀ

ଭୁବନେଶ୍ୱର, ୧୧।୭(କ୍ରୀଡ଼ା ପ୍ରତିନିଧି)- ”ଇଟାଲି ପ୍ରତିଯୋଗିତାରେ ୧୦୦ ମିଟର ପ୍ରତିଦ୍ୱନ୍ଦ୍ୱିତା ବହୁତ ଟପ୍‌ ଥିଲା। ଟାଇମିଂ ଅନୁସାରେ ମୁଁ ୫ ନମ୍ବରରେ ଥିଲି। ୩ ପ୍ରତିଯୋଗି ୧୧ ସେକେଣ୍ଡ, ୧୧.୦୩ ଓ ୧୧.୧୫ ଥିଲେ। ତେଣୁ ପଦକ ଜିତିବା ଆଶା ନ ଥିଲା। ତେବେ ଭଲ ଟାଇମିଂ ଦେବି ବୋଲି ଆଶା ରଖିଥିଲି। ସେହି ଅନୁସାରେ ମୁଁ ହିଟ୍ସରୁ ସେମିଫାଇନାଲରେ ଭଲ ଏବଂ ସେମିଫାଇନାଲରୁ ଫାଇନାଲରେ ଭଲ ଟାଇମିଂ ଦେଇ ସଫଳ ହେଲି। ଖେଳ ଜୀବନର ୧୫ ବର୍ଷର କ୍ୟାରିୟରରେ ପ୍ରଥମଥରପାଇଁ ଏପରି ଏକ ସଫଳତା ପାଇ ମୁଁ ବହୁତ ଖୁସି। ସ୍ବର୍ଣ୍ଣ ପଦକ ପାଇଲି ଏବଂ ବିଶ୍ୱର ନମ୍ବରଓ୍ବାନ ହୋଇ ପାରିଲି। ଏହା ମୋ ପାଇଁ ବହୁତ ବଡ଼ ସଫଳତା“ ବୋଲି ନାପୋଲିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ମହିଳା ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶାର ଦୂତୀ ଚାନ୍ଦ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ୧୦୦ ମିଟର ହିଟ୍ସରେ ୧୧.୪୮, ସେମିଫାଇନାଲରେ ୧୧.୪୧ ଓ ଫାଇନାଲରେ ୧୧.୩୨ ସେକେଣ୍ଡ ସମୟ ନେଇଥିଲେ। କିଛିଦିନ ତଳେ ସମଲିଙ୍ଗି ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ ଏହି ଓଡ଼ିଆ ସ୍ପ୍ରିଣ୍ଟର। ମାତ୍ର ଏହା ତାଙ୍କ ପଦର୍ଶନକୁ ପ୍ରଭାବିତ କରିପାରି ନାହିଁ ବୋଲି ସେ କହିଛନ୍ତି। ”ମୋ ଜୀବନରେ ଏପରି କିଛି ନା କିଛି ଘଟଣା ଘଟି ଚାଲିଛି। ତେବେ ଚାପ ପରିସ୍ଥିତିରେ ମୁଁ ସବିବେଳେ ଭଲ ପ୍ରଦର୍ଶନ ଦେଇ ଆସିଛି। କାରଣ ୨୦୧୪ରେ ହାଇପରଆଣ୍ଡ୍ରୋଜେନିଜମ୍‌କୁ ନେଇ ବଡ଼ ବିପଦର ସମ୍ମୁଖୀନ ହୋଇଥିଲି ପରେ ୨୦୧୬ରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କଲି। ୨୦୧୭ରେ ଅନ୍ୟ ଏକ ସମସ୍ୟା ଆସିଥିଲା। ପରେ ୨୦୧୮ରେ ମୁଁ ଏସିଆନ ଗେମ୍ସରେ ୨ଟି ପଦକ ହାସଲ କଲି। ପୁଣି ଏବେ ବ୍ୟକ୍ତିଗତ କାରଣକୁ ନେଇ ମୁଁ ଚର୍ଚ୍ଚାରେ ରହିଥିଲି, ମାତ୍ର ତାକୁ ପଛରେ ପକାଇ ଜୀବନରେ ଏକ ଏକ ବଡ଼ ସଫଳତା ପାଇଲି। ହଁ ସମଲିଙ୍ଗି ସମ୍ପର୍କ ଘଟଣା ବାହାରକୁ ଆସିବା ପରେ ମୁଁ ୧୦-୧୫ ଦିନ ଚାପରେ ରହିଥିଲି, ମାତ୍ର ପରେ ସବୁକିଛି ଠିକ୍‌ ହୋଇ ଯାଇଥିଲା। କ୍ୟାରିୟର ଉପରେ ଫୋକସ ରଖିଲେ ସବୁକିଛି ଠିକ୍‌ ରହିବ ବୋଲି ସମ୍ପ୍ରତି ଇଟାଲିରେ ଥିବା ଦୂତୀ ପ୍ରକାଶ କରିଛନ୍ତି।

ଜାତୀୟ ରେକର୍ଡର ଅଧିକାରିଣୀ ଦୂତୀ ପ୍ରଥମ ଭାରତୀୟ ମହିଳା ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ଭାବେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୮ ଆଥଲେଟ୍‌ଙ୍କୁ ନେଇ ଅନୁଷ୍ଠିତ ଫାଇନାଲରେ ଦୂତୀ ୪ ନମ୍ବର ଲେନ୍‌ରେ ରେସ୍‌ କରିଥିଲେ। ସୁଇଜରଲାଣ୍ଡର ଡେଲ୍‌ ପୋଣ୍ଟେଙ୍କ ନିକଟରୁ ସେ କଡ଼ା ଚ୍ୟାଲେଞ୍ଜ ପାଇଥିଲେ ହେଁ ଶେଷରେ ୧ ସେକେଣ୍ଡ ବ୍ୟବଧାନରେ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ପୋଣ୍ଟେ ୧୧.୩୩ ସେକେଣ୍ଡ ସହ ରୌପ୍ୟ ଏବଂ ଜର୍ମାନୀର ଲିସା କ୍ୱାୟି ୧୧.୩୯ ସେକେଣ୍ଡ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୧୧.୨୪ ସେକେଣ୍ଡ ଟାଇମିଂ ସହ ଜାତୀୟ ରେକର୍ଡର ଅଧିକାରିଣୀ ଦୂତୀ ପ୍ରଥମ ଭାରତୀୟ ଆଥଲେଟ୍‌ଭାବେ ଏପରି ଏକ ବିଶ୍ୱସ୍ତରୀୟ ଇଭେଣ୍ଟର ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଲେ। ମୋଟ ଉପରେ ଦେଖିବାକୁଗଲେ ବିଶ୍ୱସ୍ତରୀୟ ଇଭେଣ୍ଟର ଆଥଲେଟିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ। ତାଙ୍କ ପୂର୍ବରୁ ହିମା ଦାସ ଗତବର୍ଷ ବିଶ୍ୱ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୪୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିଲେ। ୨୦୧୮ ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିବା ଦୂତୀ ଭାରତର ଦ୍ୱିତୀୟ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ଭାବେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ୨୦୧୫ରେ ପୁରୁଷ ଶଟ୍‌ପୁଟ୍‌ ଇଭେଣ୍ଟରେ ଭାରତର ଇନ୍ଦରଜିତ ସିଂ ଏହି ସଫଳତା ପାଇଥିଲେ। ୨୦୧୭ ଓ୍ବାଲର୍‌ଡ ୟୁନିଭର୍ସି ଗେମ୍ସରେ ଦୂତୀ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭାବେ ସେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏଥର ବଡ଼ ସଫଳତା ପାଇଛନ୍ତି। ଗତ ଏପ୍ରିଲରେ ଦୂତୀ ଦୋହା ଏସିଆନ ଚାମ୍ପିୟନଶିପ୍‌ରେ ସିଜନଶ୍ରେଷ୍ଠ ୧୧.୨୬ ସେକେଣ୍ଡ ସମୟ ନେଇଥିଲେ।

ରାଷ୍ଟ୍ରପତି, କ୍ରୀଡ଼ାମନ୍ତ୍ରୀଙ୍କ ଅଭିନନ୍ଦନ

ଏପରି ଏକ ବଡ଼ ସଫଳତା ପାଇଁ ଦୂତୀଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ଅଭିନନ୍ଦନ ଜଣାଇଛନ୍ତି। ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଁ ଦୂତୀଙ୍କୁ ଅଭିନନ୍ଦନ। ପ୍ରଥମ ଭାରତୀୟଭାବେ ଏପରି ସଫଳତା ଅର୍ଜନ କରି ଦୂତୀ ଦେଶକୁ ଗର୍ବିତ କରିଛନ୍ତି। ଏପରି ପ୍ରଦର୍ଶନ ଜାରି ରଖି ଅଲିମ୍ପିକ୍ସରେ ସଫଳତା ଅର୍ଜନ କର ବୋଲି ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି। ଜବାବରେ ଦୂତୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଆଣିବାକୁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି। ଦୂତୀଙ୍କ ପ୍ରଦର୍ଶନରେ କ୍ରୀଡ଼ାମନ୍ତ୍ରୀ ଶତମୁଖ ହୋଇଛନ୍ତି। ମୁଁ ପିଲାଦିନରୁ ଏପରି ସଫଳତାର ସନ୍ଧାନରେ ଥିଲି, ମାତ୍ର ସେ କ୍ଷଣ କେବେ ଆସି ନ ଥିଲା। ପ୍ରଥମଥରପାଇଁ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିବାରୁ ତୁମକୁ ଅଭିନନ୍ଦନ ବୋଲି ରିଜଜୁ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri