ଖେଳ

ସାକିବଙ୍କ ମାଇଲଷ୍ଟୋନ

ଲଣ୍ଡନ,୫।୬(ଏଏଫ୍‌ପି)- ବାଂଲାଦେଶ ଦଳର ଅଭିଜ୍ଞ ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ଲାଗି ବୁଧବାର ଏକ ସ୍ମରଣୀୟ ଦିବସ। ସେ ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ କ୍ୟାରିୟରର ୨୦୦ତମ ମ୍ୟାଚ୍‌ ଖେଳିଛନ୍ତି। ୩୨ ବର୍ଷୀୟ ଖେଳାଳି ଦେଶର ୩ୟ କ୍ରିକେଟର ଭାବେ ଏହି…

ବୁମ୍‌ରାଙ୍କ ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌

ସାଉଥାମ୍ପ୍‌ଟନ,୫।୬- ଭାରତୀୟ ପେସର ଯଶ୍‌ପ୍ରୀତ ବୁମ୍‌ରା ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ୟାରିୟରର ୫୦ତମ ମ୍ୟାଚ୍‌ ଖେଳିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ଦକ୍ଷିଣ ଆଫ୍ରିକୀୟ ଓପ୍‌ନର ହାସିମ ଅମ୍‌ଲା ଓ କ୍ୱିଣ୍ଟନ ଡିକକ୍‌ଙ୍କ ଉଇକେଟ ନେଇଛନ୍ତି। ଏଥିଯୋଗୁ…

ଅଷ୍ଟ୍ରେଲିଆନ ଓପନ୍‌:ସିନ୍ଧୁ, ସମୀରଙ୍କ ବିଜୟ ଅଭିଯାନ

ସିଡ୍‌ନୀ,୫।୬(ପିଟି)- ଭାରତୀୟ ଷ୍ଟାର ଶଟ୍‌ଲର ପି.ଭି. ସିନ୍ଧୁ ଓ ସମୀର ବର୍ମା ଏଠାରେ ଚାଲିଥିବା ଦେଢ଼ ଲକ୍ଷ ପୁରସ୍କାର ରାଶିବିଶିଷ୍ଟ ଅଷ୍ଟ୍ରେଲିଆ ଓପନ୍‌ ଓ୍ବାଲର୍‌ଡ ଟୁର୍‌ ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଅଲିମ୍ପିକ୍‌ ତଥା ୨୦୧୭…

ପରିବେଶଭିତ୍ତିକ ହେବ ସାଇର ସମସ୍ତ ଷ୍ଟାଡିୟମ

ନୂଆଦିଲ୍ଲୀ,୫।୬(ପିଟି)- ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ସମସ୍ତ ଷ୍ଟାଡିୟମ ଓ ଏକାଡେମୀ ପରିବେଶଭିତ୍ତିକ ହେବ ବୋଲି ନୂଆ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ବୁଧବାର ଘୋଷଣା କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ରିଜିଜୁ ଏଭଳି ସ୍ପଷ୍ଟ କରିଛନ୍ତି। ଦୀର୍ଘ ମିଆଦୀ ଯୋଜନାର…

ଫିଫା ସଭାପତି ଇନ୍‌ଫାଣ୍ଟିନୋଙ୍କ ଦ୍ୱିତୀୟ ଇନିଂସ

ପ୍ୟାରିସ୍‌, ୫।୬(ପିଟି)- ଜିଆନ୍ନି ଇନ୍‌ଫାଣ୍ଟିନୋ ବୁଧବାର ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ସଭାପତି ଭାବେ ଦ୍ୱତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ଏଠାରେ ଅନୁଷ୍ଠିତ ଫିଫା କଂଗ୍ରେସ ନିର୍ବାଚନ ପ୍ରକ୍ରିୟାରେ ସେ ସଭାପତି ପଦରେ ପୁନଃ ନିର୍ବାଚିତ ହୋଇଛନ୍ତି। ୨୦୧୬ ଫେବୃୟାରୀରେ…

ପ୍ରଥମେ ବୋଲିଂ କରିବ ଭାରତ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ ଫାଫ ଡୁପ୍ଲେସିଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଦୁଇ ମ୍ୟାଚ୍‌ରେ ଦ୍ୱିତୀୟ ବ୍ୟାଟିଂ କରି ଚାପର ସମ୍ମୁଖୀନ ହୋଇଥିବାରୁ ଡୁପ୍ଲେସି ଏଥର ଭିନ୍ନ…

ବିଶ୍ୱକପ୍‌ରେ ଅଜବ ସଂଯୋଗ

କ୍ରିକେଟ ବିଶ୍ୱକପର ଗତ ୩ ସଂସ୍କରଣରେ ଏକ ଅଜବ ସଂଯୋଗ ଦେଖାଦେଇଛି। ୨୦୦୭ (ଓ୍ବେଷ୍ଟଇଣ୍ଡିଜ), ୨୦୧୧ (ଭାରତ) ଓ ୨୦୧୫ (ଅଷ୍ଟ୍ରେଲିଆ) ବିଶ୍ୱକପ୍‌ରେ ପ୍ରଥମ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନଙ୍କ ଦଳ ହିଁ ଚାମ୍ପିୟନ ହୋଇଛି। ଓ୍ବେଷ୍ଟଇଣ୍ଡିଜଠାରେ ଆୟୋଜିତ ୨୦୦୭ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆନ…

ଭାରତ ସପକ୍ଷରେ ନାହିଁ ରେକର୍ଡ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତ ସପକ୍ଷରେ ରେକର୍ଡ ନାହିଁ। ଦୁଇ ଦଳ ଏପର୍ଯ୍ୟନ୍ତ ୪ ଥର ବିଶ୍ୱକପ୍‌ରେ ପରସ୍ପରକୁ ଭେଟି…

ଫେଡରର-ନାଡାଲ ସେମିଫାଇନାଲ: କୋଣ୍ଟାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି

ପ୍ୟାରିସ, ୫ା୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଦୁଇ ଷ୍ଟାର ଖେଳାଳି ସୁଇରଲାଣ୍ଡର ରୋଜର ଫେଡରର ଏବଂ ସ୍ପେନ୍‌ର ରାଫାଲ ନାଡାଲଙ୍କ ମଧ୍ୟରେ ମୁକାବିଲା ହେବ। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟରଫାଇନାଲରେ ଫେଡରର ନିଜ ଦେଶର ଷ୍ଟାନ ଓ୍ବାରିଙ୍କାଙ୍କୁ ୭-୬(୭-୪),…

ବିବାହ କରିବେ ରେସଲର ବବିତା

ନୂଆଦିଲ୍ଲୀ, ୫ା୬ (ପି.ଟି.)-ପରିବାରର ସମ୍ମତି ମିଳିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ରେସ୍‌ଲର ବବିତା କୁମାରୀ ଫୋଗତ ବିବେକ ସୁହାଗଙ୍କୁ ବିବାହ କରିବା ପକ୍କା ହୋଇଛି। ଏହି ପରିପ୍ରେକ୍ଷୀରେ ୨୯ବର୍ଷୀୟା ବବିତା ମଙ୍ଗଳବାର ତାଙ୍କ ଟୁଇଟର ପେଜ୍‌ରେ ଏକ ଫଟୋ ଶେୟାର…

୨୧ ବର୍ଷରୁ କମ୍‌ ମହିଳା ହକି: ଭାରତକୁ ଚତୁଃରାଷ୍ଟ୍ରୀୟ ଟାଇଟଲ

ଡବ୍‌ଲିନ୍‌ (ଆୟର୍ଲାଣ୍ଡ), ୫ା୬ (ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ କ୍ୟାଣ୍ଟର ଫିଜରଲାଡ୍‌ ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ଟାଇଟଲ ହାସଲ କରିଛି। ଦଳ ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଆୟର୍ଲାଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଛି। ଭାରତ…

ଆଇସିସି ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ସାଉଥାମ୍ପଟନ,୪।୬ (ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଭାରତ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ୧୩୦ କୋଟି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ନେଇ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?