Posted inଖେଳ

ସିନ୍ଧୁ କ୍ୱାର୍ଟରଫାଇନାଲରେ

ଜାକର୍ତ୍ତା, ୧୮ା୭ (ପି.ଟି.)- ଭାରତର ଟପ୍‌ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଇଣ୍ଡୋନେସିଆନ ଓପନ୍‌ ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ସେ ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଅଣ ସିଡ୍‌ ତଥା ଡେନମାର୍କର ମିଆ ବ୍ଲିଚଫିଲ୍‌ଡେଟ୍‌ଙ୍କୁ ୨୧-୧୪, ୧୭-୨୧, ୨୧-୧୧ରେ ହରାଇ ଦେଇଛନ୍ତି। ବିଶ୍ୱର ଏହି ୧୩ ନମ୍ବର ଖେଳାଳିଙ୍କ ବିପକ୍ଷରେ ସିନ୍ଧୁଙ୍କ ତୃତୀୟ ବିଜୟ। ଭାରତୀୟ ଷ୍ଟାର ଖେଳାଳି ଏହା ପୂର୍ବରୁ ଇଣ୍ଡିଆନ ଓପନ୍‌ ଏବଂ ସିଙ୍ଗାପୁର ଓପନରେ ବ୍ଲିଚଫିଲ୍‌ଡେଟ୍‌ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲେ। ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ସିନ୍ଧୁ ମାଲେସିଆର ସୋନିଆ ଚେ କିମ୍ବା ଜାପାନର ତଥା ତୃତୀୟ ସିଡ୍‌ ନୋଜୋମି ଓକୁହାରାଙ୍କ ସହିତ ମୁକାବିଲା କରିବେ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାକ୍‌ ଶେଟ୍ଟି ଦ୍ୱିତୀୟ ରାଉଣ୍ଡରେ ସ୍ଥାନୀୟ ଯୋଡ଼ି ମାର୍କସ ଫର୍ନାଲ୍‌ଡି ଗିଡେଅନ୍‌ ଏବଂ କେଭିନ୍‌ ସଞ୍ଜୟ ସୁକାମୁଲ୍‌ଜୋଙ୍କଠାରୁ ୧୫-୨୧, ୧୪-୨୧ ଗେମ୍‌ରେ ପରାସ୍ତ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

ଟିମ ଇଣ୍ଡିଆରେ ବୈଭବ ସୁର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ପକ୍କା? ବହୁ ଆଗରୁ ଫ୍ୟାନ ହୋଇସାରିଛନ୍ତି କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୮।୫: ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଶେୟାର କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ…

ମାତ୍ର ୩ ଶବ୍ଦରେ ଜବାବ ଦେଲେ ବୈଭବ

ନୂଆଦିଲ୍ଲୀ,୨୮।୫: IPL 2026 ଏଲିମିନେଟର ମ୍ୟାଚ ସମୟରେ ସମଗ୍ର ବିଶ୍ୱ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଚମତ୍କାରିତା ଦେଖିଥିଲା। ବୈଭବ ମାତ୍ର 29 ବଲରେ 97 ରନ କରିଥିଲେ,…

Vaibhav Suryavanshi Car Collection: ଲାଇସେନ୍ସ ବିନା ମଧ୍ୟ, ବୈଭବଙ୍କ ପାଖରେ ରହିଛି ବହୁ ମୂଲ୍ୟବାନ କାର କଲେକ୍ସନ, ଦାମ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୨୮।୫: ବର୍ତ୍ତମାନ କ୍ରିକେଟ ଜଗତରେ କେବଳ ଗୋଟିଏ ନାମ ପ୍ରାଧାନ୍ୟ ବିସ୍ତାର କରୁଛି, ଏବଂ ସେହି ନାମଟି ଆଉ କାହାରି ନୁହେଁ ବରଂ ୧୫ ବର୍ଷୀୟ ବାମହାତୀ…

ଆଉଟ୍‌ ହେବା ପରେ କାହାକୁ ଗାଳି ଦେଲେ ବୈଭବ ସୂର୍ଯ୍ୟବଂଶୀ? ଚମକାଉଛି Video

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ୨୦୨୬ର ଏଲିମିନେଟର୍‌ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ରାଜସ୍ଥାନର ବିଜୟର ହିରୋ ସାଜିଛନ୍ତି ୧୫…

ବୈଭବ ସୂର୍ଯ୍ୟବଂଶୀ ନଂ-୧, ଟପ୍‌-୫ ଦୌଡ଼ରୁ ବାହାରିଲେ କୋହଲି, ଓରେଞ୍ଜ କ୍ୟାପ କବ୍‌ଜା କରିନେଲେ…

ନୂଆଦିଲ୍ଲୀ, ୨୮।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଶେଷ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପହଞ୍ଚିଛି, ଏବଂ ଦ୍ୱିତୀୟ ଫାଇନାଲିଷ୍ଟ…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

IPL ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ସବୁ ଦଳର ଖେଳାଳି…

ନୂଆଦିଲ୍ଲୀ,୨୭।୫: IPL 2026 ଲିଗ ମାର୍ଚ୍ଚ ୨୮ରେ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟ ଏବେ ଏହାର ଦ୍ୱିତୀୟ ମାସ ସମାପ୍ତ ହେବାକୁ ଯାଉଛି। ଏହି ସିଜିନ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri