Posted inଖେଳ

ଏକାଧିକ ମହିଳାଙ୍କ ସହ ସମ୍ପର୍କ ରଖିଥିବା ସ୍ବୀକାର କଲେ ରଜାକ

ନୂଆଦିଲ୍ଲୀ, ୧୮।୭- ଆଇସିସି ବିଶ୍ୱକପ୍‌ ସମୟରେ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାକୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଅଫର୍‌ କରି ଚର୍ଚ୍ଚାକୁ ଆସିଥିଲେ ପୂର୍ବତନ ପାକିସ୍ତାନ ଅଲ୍‌ରାଉଣ୍ଡର ଅବଦୁଲ ରଜାକ। ପାଣ୍ଡ୍ୟାଙ୍କୁ ପ୍ରଶିକ୍ଷଣ ଦେବା ସହ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଅଲ୍‌ରାଉଣ୍ଡର ବନାଇବାକୁ ଚାହୁଁଛନ୍ତି ବୋଲି ରଜାକ ବିଶ୍ୱକପ୍‌ ସମୟରେ କହିଥିଲେ। ଏବେ କିନ୍ତୁ ସର୍ବସାଧାରଣ ସ୍ଥାନରେ ଏକ ବିବାଦୀୟ ବୟାନ ଦେଇ ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନର ଏହି ୩୯ ବର୍ଷୀୟ ଅଲ୍‌ରାଉଣ୍ଡର।
ଏକ ଟିଭି ଶୋ’ ଅବସରରେ ରଜାକ ନିଜ ବିଷୟରେ ଏମିତି କିଛି ମତ ରଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ବିବାହ ପରେ ୫-୬ ମହିଳାଙ୍କ ସହ ସମ୍ପର୍କ ରଖିଥିବା ନେଇ ଏକ ଟିଭି ପ୍ରୋଗ୍ରାମରେ ରଜାକ ସର୍ବସମ୍ମୁଖରେ ଏହା କହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ସହ ଦେଢ଼ବର୍ଷ ଧରି ସମ୍ପର୍କ ରଖିଥିବା ଏହି ପାକିସ୍ତାନ ଭେଟେରାନ କ୍ରିକେଟର୍‌ ସ୍ବୀକାର କରିଛନ୍ତି। ବିବାହ ପୂର୍ବରୁ ଏହି ସବୁ ଘଟଣା ଘଟିଥିଲା ବୋଲି ଶୋ’ ପରିଚାଳନା କରୁଥିବା ପରିଚାଳିକା ପ୍ରଶ୍ନ କରିବାରୁ ରଜାକ ବୈବାହିକ ଜୀବନ ଆରମ୍ଭ ହେବାପରେ ଏହା ହୋଇଥିଲା ବୋଲି କହିଥିଲେ। ଏହି ଟିଭି ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ପାଣ୍ଡ୍ୟାଙ୍କୁ କାହିଁକି ପ୍ରଶିକ୍ଷଣ ଦେବାକୁ ରଜାକ ଇଚ୍ଛୁକ ଥିଲେ ତାହାର କାରଣ ଏବେ ମିଳିଯାଇଛି ବୋଲି କେତେକ ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ପୂର୍ବରୁ ଏହିଭଳି ଏକ ଟିଭି ଶୋ’ ଅବସରରେ ପାଣ୍ଡ୍ୟା ସମାନ ଧରଣର ବୟାନ ଦେଇ ବେଶ୍‌ ବିବାଦୀୟ ହୋଇଥିଲେ। ଏଥିଲାଗି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାଙ୍କୁ ବାସନ୍ଦ କରିବା ସହ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲା। ରଜାକ ପାକିସ୍ତାନ ପକ୍ଷରୁ ୪୬ ଟେଷ୍ଟ, ୨୬୫ ଦିନିକିଆ ଓ ୩୨ ଟି୨୦ ମ୍ୟାଚ୍‌ ଖେଳି ପାଖାପାଖି ସାଢ଼େ ସାତ ହଜାର ରନ୍‌ ସଂଗ୍ରହ କରିବା ସହ ୩ ଫମାର୍ଟରେ ୩୮୯ ଉଇକେଟ୍‌ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?