ଖେଳ

୧୯ ବର୍ଷରୁ କମ୍‌ ଏସିଆ କପ୍‌: ଭାରତ-ବାଂଲାଦେଶ ଫାଇନାଲ

କଲମ୍ବୋ, ୧୨।୯- ଶ୍ରୀଲଙ୍କାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ଭାରତ ଓ ବାଂଲାଦେଶ ପରସ୍ପରକୁ ଫାଇନାଲରେ ଭେଟିବେ। ଆସନ୍ତା ଶନିବାର ସ୍ଥାନୀୟ ଆର୍‌. ପ୍ରେମଦାସ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।…

ବିରାଟ କୋହଲିଙ୍କ ଗୋଟିଏ ଟୁଇଟ୍‌, ଧୋନୀଙ୍କ ଅବସରକୁ ନେଇ ପୁଣି ଉଠିଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୯:ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତ ପାଇଁ ସୀମିତ ଓଭର କ୍ରିକେଟ ଖେଳିବେ କି ଅବସର ନେବେ? ୨୦୧୯ ବିଶ୍ୱକପରେ ଭାରତର ଅଭିଯାନ ଶେଷ ପରଠୁ ସମସ୍ତ କ୍ରିକେଟ ପ୍ରେମୀଙ୍କ ମୁହଁରେ ଏହି ପ୍ରଶ୍ନ ସର୍ବଦା ଉଙ୍କି ମାରୁଛି। ଏହାର…

ପଦ୍ମ ବିଭୂଷଣ ପାଇଁ ମେରିକମ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୨।୯- ଛ’ଥର ବିଶ୍ୱ ବିଜୟିନୀ କିମ୍ବଦନ୍ତୀ ବକ୍ସର ଏମ୍‌.ସି. ମେରିକମ୍‌ଙ୍କ ନାମକୁ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ଗୁରୁବାର କେନ୍ଦ୍ର କ୍ରୀଡ଼ା ବିଭାଗ ପକ୍ଷରୁ ସୁପାରିସ କରାଯାଇଛି। ପ୍ରଥମଥର ଲାଗି କ୍ରୀଡ଼ା ବିଭାଗ ପକ୍ଷରୁ…

ଭିଏତ୍‌ନାମ ଓପନ୍‌: ସିରିଲ, ସୌରଭ ଆଗେଇଲେ, ଶୁଭଙ୍କର ନିରାଶ

ହୋ ମି ମିନ ସିଟି (ଭିଏତ୍‌ନାମ), ୧୨।୯ (ପି.ଟି.)- ଏଠାରେ ଚାଲିଥିବା ଭିଏତ୍‌ନାମ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ସିରିଲ ବର୍ମା ଓ ସୌରଭ ବର୍ମା ବିଜୟ ସହ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କିନ୍ତୁ ଅନ୍ୟତମ ଭାରତୀୟ ଶଟ୍‌ଲର ଶୁଭଙ୍କର…

୧୧ବର୍ଷ ତଳେ ପଡିଆରେ ଚାପୁଡା ମାରି କନ୍ଦାଇଥିଲେ, ଏବେ ଜଣାଇଲେ ଶୁଭେଚ୍ଛା

ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହ ୧୧ବର୍ଷ ତଳେ ଅର୍ଥାତ୍‌ ୨୦୦୮ରେ ଆଇପିଏଲର ଏକ ମ୍ୟାଚ୍‌ରେ ପ୍ରତିପକ୍ଷ ବୋଲର ଏସ୍‌.ଶ୍ରୀସନ୍ଥଙ୍କୁ ପଡିଆରେ ଚାପୁଡା ମାରିଥିଲେ। ଏହାପରେ ଶ୍ରୀସନ୍ଥ ପଡିଆରେ ଭୋ ଭୋ ହୋଇ କାନ୍ଦିଥିଲେ। ପରେ ଅବଶ୍ୟ ହରଭଜନ ଏହି…

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ ୭ ଉଇକେଟ୍‌ରେ ବିଜୟୀ

ଥିରୁଭାନନ୍ତପୁମର, ୧୨।୯- ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ-ଏ ୭ ଉଇକେଟ୍‌ରେ ଜିତିନେଇଛି। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ଧାର୍ଯ୍ୟ ୪୮ ରନର ଛୋଟିଆ ଲକ୍ଷ୍ୟକୁ ପିଛା କରି ଘରୋଇ…

ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଦାରିଙ୍ଗବାଡି,୧୨।୯(ଡ.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶିବ ସେଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି’ ଉଦୟଗିରି ବିଧାୟକ…

ଦିନେ ପ୍ରେମିକାଙ୍କୁ ମାଡ ମାରି ଏମିତି ଅବସ୍ଥା କରିଥିଲେ, ଏବେ ମିଳିଲା ‘ନାଇଟ୍‌ହୁଡ୍‌’ ଉପାଧି

କିମ୍ବଦନ୍ତୀ ଇଂଲଣ୍ଡ କ୍ରିକେଟ ଖେଳାଳି ଜେଫ୍ରି ବୟକଟ ଓ ଆଣ୍ଡ୍ରିଉ ଷ୍ଟ୍ରସଙ୍କୁ ସମ୍ମାନଜନକ ନାଇଟ୍‌ହୁଡ ଉପାଧିରେ ସମ୍ମାନିତ କରାଯାଇଛି। ତେବେ ଜେଫ୍ରି ବୟକଟଙ୍କୁ ‘ନାଇଟ୍‌ହୁଡ’ ସମ୍ମାନରେ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି। ୧୯୯୮ରେ ଫ୍ରାନ୍ସରେ ନିଜ ଗର୍ଲଫ୍ରେଣ୍ଡ୍‌ ମାରଗ୍ରେଟ୍‌ ମୁର୍‌କୁ ମାଡ…

ଏଲିସେ ପେରୀଙ୍କ ସଫଳତା

ଆଣ୍ଟିଗୁଆ, ୧୨।୯- ବିଶ୍ୱର ତୃତୀୟ ମହିଳା କ୍ରିକେଟର୍‌ ଭାବେ ଅଷ୍ଟ୍ରେଲିଆର ଷ୍ଟାର୍‌ ଅଲ୍‌ରାଉଣ୍ଡର ଏଲିସେ ପେରୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ୧୫୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ୩ୟ ଦିନିକିଆ ମ୍ୟାଚ୍‌…

‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମ ଟ୍ରେଲରକୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର

ଅଭିନେତ୍ରୀ ସୋନମ କପୁରଙ୍କ ଅଭିନୀତ ‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମଟି କ୍ରିକେଟ ଏବଂ ଭାଗ୍ୟ ଉପରେ ଆଧାରିତ ହୋଇଥିବାରୁ ଫିଲ୍ମର ଟ୍ରେଲର ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପସନ୍ଦ ଆସିଛି। ସେ ଫିଲ୍ମର ଟ୍ରେଲରକୁ ପ୍ରଶଂସା…

ଏହି ବ୍ୟକ୍ତିଙ୍କ ପାଇଁ ସଚିନ କ୍ରିକେଟର ଭଗବାନ ପାଲଟିଥିଲେ

ରାଜ ସିଂ ଡୁଙ୍ଗୁରପୁର,କ୍ରିକେଟରେ ଏହି ନାଁଟିକୁ ହୁଏତ ବେଶି ଲୋକ ଜାଣି ନ ଥିବେ। କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ପାଇଁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଶ୍ୱ କ୍ରିକେଟର ନାଁ କମାଇଥିଲେ। ଯଦି ସେଦିନ ଡୁଙ୍ଗରପୁର ୧୬ବର୍ଷୀୟ ସଚିନଙ୍କୁ ଦଳରେ ଚୟନ…

ପାକିସ୍ତାନ ଗସ୍ତ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଆତଙ୍କବାଦୀ ଆକ୍ରମଣ ଧମକ

କଲମ୍ବୋ, ୧୨।୯ (ଏଏଫ୍‌ପି)- ଆଗାମୀ ପାକିସ୍ତାନ ଗସ୍ତ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍‌ ଦଳକୁ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି। ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌) ପକ୍ଷରୁ ବୁଧବାର ରାତିରେ ଏନେଇ ସ୍ପଷ୍ଟ କରାଯାଇଛି। ଶ୍ରୀଲଙ୍କା ବୋର୍ଡ ପକ୍ଷରୁ କୁହାଯାଇଛି କି, ଏହି ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?