ଖେଳ

ଫୁଟ୍‌ବଲ ମ୍ୟାଚ୍‌ରେ କୁନି ପ୍ରଶଂସକଙ୍କ ଉପରେ ହେଲା କଣ୍ଢେଇ ବର୍ଷା

ଡେ କୁଇପ (ନେଦରଲାଣ୍ଡ),୧୬।୯: ଏଠାରେ ରବିବାର ଡେନ ହାଗ ଓ ଫେଇନୁର୍ଡ କ୍ଲବ ମଧ୍ୟରେ ଅନୁଷ୍ଠିତ ଇରେଡିଭାଇଜ ଲିଗ୍‌ ମ୍ୟାଚ୍‌ରେ କୁନି ଦର୍ଶକଙ୍କ ଉପରେ କଣ୍ଢେଇ ବର୍ଷା ହୋଇଛି। ଏହି ମ୍ୟାଚ୍‌ ଉପଭୋଗ କରିବା ପାଇଁ ରୋଟେର୍ଡାମ ସୋଫିଆ ଶିଶୁ ମେଡିକାଲର…

ରେକର୍ଡ: ୭ମ ଥର ଲାଗି ବ୍ରଡ୍‌ଙ୍କ ଶିକାର ହେଲେ ଓ୍ବାର୍ନର

ଲଣ୍ଡନ, ୧୫।୯- ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର ଚଳିତ ଆଶେସ ସିରିଜକୁ ନୈରାଶ୍ୟଜନକ ଭାବେ ଶେଷ କରିଛନ୍ତି। ଏଠାରେ ଚାଲିଥିବା ଅନ୍ତିମ ତଥା ୫ମ ମ୍ୟାଚ୍‌ର ୨ୟ ଇନିଂସରେ ମଧ୍ୟ ଓ୍ବାର୍ନର ବ୍ୟାଟିଂରେ ଫେଲ୍‌ ମାରିଥିଲେ। ଘରୋଇ ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ…

ଓସିଏ ଚୟନକର୍ତ୍ତାଙ୍କୁ ନ ଡ଼ାକି ଶେଷ କରିଦେଲେ ଚୟନ ପ୍ରକ୍ରିୟା

କଟକ ଅଫିସ,୧୫ା୯-୧୯ବର୍ଷରୁ କମ୍‌ ରାଜ୍ୟ ବାଳକ କ୍ରିକେଟ ଦଳର ଚୟନପ୍ରକ୍ରିୟା ସରିଗଲା ପଛେ ଚୟନକର୍ତ୍ତାଙ୍କୁ ଖୋଜା ପଡ଼ିଲାନି। ଚୟନ ପ୍ରକ୍ରିୟା ନେଇ ଥରେ ଫୋନ୍‌ କି ମେସେଜ ମଧ୍ୟ ଦିଆଗଲାନି। ଏଭଳି ସ୍ଥିତିରେ ପହଞ୍ଚିଲାଣି ରାଜ୍ୟ କ୍ରିକେଟର ସ୍ଥିତି। ରାଜ୍ୟ ଜୁନିୟର…

ତ୍ରି-ରାଷ୍ଟ୍ରୀୟ ଟି୨୦: ଆଫଗାନିସ୍ତାନକୁ ଜିତାଇଲେ ନବି

ଢାକା, ୧୫।୯- ସ୍ଥାନୀୟ ଶେର୍‌ ଇ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ଆଫଗାନିସ୍ତାନ ୨୫ ରନରେ ଘରୋଇ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଆଫଗାନିସ୍ତାନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମହମ୍ମଦ…

ପଞ୍ଚମ ଆଶେସ ଟେଷ୍ଟ: ଇଂଲଣ୍ଡ ୧୩୫ ରନରେ ବିଜୟୀ

ଲଣ୍ଡନ, ୧୫।୯- କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୩୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ୩୯୯ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଅଷ୍ଟ୍ରେଲିଆ ରବିବାର ୪ର୍ଥ ଦିବସରେ ମାଥ୍ୟୁ ଓ୍ବାଡେଙ୍କ…

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ବାତିଲ

ଧର୍ମଶାଳା, ୧୫ା୯ (ପି.ଟି.)-ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ଖେଳ ଆରମ୍ଭ ସମ୍ଭବପର ନ ଥିଲା। ମ୍ୟାଚ ଦେଖିବା ଲାଗି ଆସିଥିବା ଦର୍ଶକଙ୍କୁ ଏହା…

ବସ୍‌ କଣ୍ଡକ୍ଟରଙ୍କ ପୁଅ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ହିରୋ – ଅଙ୍କୋଲେକର

ନୂଆଦିଲ୍ଲୀ,୧୫।୯(ପିଟି): ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଫାଇନାଲ ଦେଖିବା ଲାଗି ମୁମ୍ବାଇରେ ବସ୍‌ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ବୈଦେହୀ ଅଙ୍କୋଲେକର ଶନିବାର ଛୁଟି ନେଇଥିଲେ। କିନ୍ତୁ ତାଙ୍କ ଘରେ ଥିବା କେବୁଲରେ ଖେଳ ଚ୍ୟାନେଲ ନ ଥିଲା, ଯାହା…

ଭାଙ୍ଗିଲେ ୬୧ ବର୍ଷର ରେକର୍ଡ

ଚଳିତ ୫ ମ୍ୟାଚ୍‌ବିଶିଷ୍ଟ ଆଶେସ ସିରିଜରେ ବ୍ୟାଟିଂରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଓ୍ବାର୍ନର ମୋଟ୍‌ ୧୦ ଇନିଂସରୁ ୯୫ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିରେ ୬୫ ରନର ଏକ ଅର୍ଦ୍ଧଶତକୀୟ ଇନିଂସ ସାମିଲ ରହିଛି। ଇନିଂସ ପିଛା ତାଙ୍କ ଆଭରେଜ…

ଆଡଭାନୀଙ୍କୁ ୨୨ତମ ବିଶ୍ୱ ଟାଇଟଲ

ମାଣ୍ଡଲେ(ମିଆଁମାର), ୧୫।୯(ପି.ଟି.)- ଭାରତୀୟ ବିଲିୟାଡର୍‌ସ ତାରକା ପଙ୍କଜ ଆଡଭାନୀ ରେକର୍ଡ ୨୨ତମ ବିଶ୍ୱ ଟାଇଟଲ ହାସଲ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଆଇବିଏସ୍‌ଏଫ୍‌ ବିଶ୍ୱ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ରେ ସେ ଚାମ୍ପିୟନ ହୋଇଛନ୍ତି। ଚାମ୍ପିୟନଶିପ୍‌ର ୧୫୦- ଅପ୍‌…

ଓ୍ବାଲିନ୍‌ଙ୍କୁ ହରାଇଲେ ଫ୍ୟୁରି

ଲାସ୍‌ ଭେଗାସ, ୧୫ା୯ (ଏପି)- ଜଜ୍‌ମାନଙ୍କ ସର୍ବସମ୍ମତି ନିଷ୍ପତ୍ତି ଭିତ୍ତିରେ ସ୍ବିଡେନ୍‌ର ଓଟୋ ଓ୍ବାଲିନ୍‌ଙ୍କ ବିପକ୍ଷ ବକ୍ସିଂ ମୁକାବିଲାରେ ବିଜୟ ଲାଭ କରିଛନ୍ତି ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରୀ। ଏଥିସହିତ ସେ ଲାଇନଲ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି।…

ଇଞ୍ଜିନିୟରରୁ ପ୍ରସିଦ୍ଧ କ୍ରିକେଟର ହୋଇଥିଲେ ଏହିସବୁ ଭାରତୀୟ ଖେଳାଳି

ବିଶିଷ୍ଟ ଇଞ୍ଜନିୟର ତଥା ଭାରତରତ୍ନ ଏମ. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ସେପ୍ଟେମ୍ବର ୧୭କୁ ସମଗ୍ର ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ଏହି ଦିବସରେ କିଛି ପ୍ରସିଦ୍ଧ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଇଞ୍ଜିନିୟରିଂ ଛାଡି କ୍ରିକେଟରେ କ୍ୟାରିୟର୍‌ ଗଢିଥିଲେ।…

ଭିଏତ୍‌ନାମ ଓପନ୍‌ ବ୍ୟାଡମିଣ୍ଟନ: ସୌରଭ ଚାମ୍ପିୟନ

ହୋ ଚି ମିନ୍‌ ସିଟି,୧୫।୯ (ପି.ଟି.)- ଭାରତୀୟ ଯୁବ ବ୍ୟାଡମିଣ୍ଟନ ତାରକା ସୌରଭ ବର୍ମା ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ ୭୫,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଭିଏତ୍‌ନାମ ଓପନ୍‌ ବିଡବ୍ଲ୍ୟୁଏଫ୍‌ ଟୁର ସୁପର ୧୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?