ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦: ଚାପରେ ପନ୍ତ
ମୋହଲି,୧୮।୯(ପି.ଟି.)- ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହେବାରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବୁଧବାର ଦ୍ୱିତୀୟ ଦିନିକିଆରେ ପରସ୍ପରକୁ ଭେଟିବେ। ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବାରୁ…
ଅଜବ ସଂଯୋଗ: ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର
ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ କଥା ଉଠିଲେ, ସେହି ସହର କଥା ମନେପଡିଯାଏ। ସେମିତି କିଛି କ୍ରିକେଟରଙ୍କ ବିଷୟରେ ଜାଣନ୍ତୁ।…
ପୁଣି ଶତକରୁ ବଞ୍ଚିତ ହେଲେ ଗିଲ୍
ମହୀଶୂର, ୧୭।୯ (ପି.ଟି.)- ସ୍ଥାନୀୟ ଶ୍ରୀକାନ୍ତଦତ୍ତ ନରସିମା ରାଜ ଓ୍ବାଡିୟାର ଗ୍ରାଉଣ୍ଡରେ ଘରୋଇ ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ଦଳ ମଧ୍ୟରେ ଅନ୍ତିମ ତଥା ୨ୟ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଆମନ୍ତ୍ରଣ…
କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍ ଫିକ୍ସିଂ ଆଇନ ପାଇଁ ପରାମର୍ଶ
ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁର୍ନୀତି ନିବାରଣ ଶାଖା (ଏସିୟୁ) ମୁଖ୍ୟ ଅଜିତ ସିଂ ଶେଖାଓ୍ବତ। ଏହାଛଡ଼ା ବେଟିଂକୁ…
ଇଞ୍ଜିନିୟର୍, ଏମ୍ବିଏ ଡିଗ୍ରୀ ହାସଲ କରିଥିବା ଏହି ବୋଲରଙ୍କୁ ଡରନ୍ତି ବ୍ୟାଟ୍ସମ୍ୟାନ୍
ଭାରତୀୟ କ୍ରିକେଟ ଦଳର ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନଙ୍କ ଆଜି ୩୩ତମ ଜନ୍ମଦିବସ। କ୍ରିକେଟରେ ଅନେକ ବ୍ୟାଟ୍ସମ୍ୟାନ୍ଙ୍କ ନିଦ ହଜାଉଥିବା ଅଶ୍ୱିନ୍ ଜଣେ ଉତ୍ତମ ଛାତ୍ର ଥିଲେ। ସେ ଆଇଟିରେ ଇଞ୍ଜିନିୟରିଂ ପାସ୍ କରିଥିବାବେଳେ ଏମ୍ବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଏହାପରେ…
ରେସ୍ଲିଂ ବିଶ୍ୱ ଚାମ୍ପିୟନଶିପ୍: ଭିନେଶ୍ଙ୍କ ଟାଇଟଲ୍ ଆଶା ମଉଳିଲା
ନୁର୍-ସୁଲତାନ (କାଜାଖସ୍ତାନ), ୧୭।୯ (ପି.ଟି.)- ଏଠାରେ ଚାଲିଥିବା ରେସ୍ଲିଂ ବିଶ୍ୱ ଚାମ୍ପିୟନଶିପ୍ରେ ଷ୍ଟାର୍ ଭାରତୀୟ ମହିଳା ରେସ୍ଲର ଭିନେଶ ଫୋଗତଙ୍କ ଟାଇଟଲ୍ ଜିତିବା ଆଶା ମଉଳି ଯାଇଛି। ମଙ୍ଗଳବାର ଅନୁଷ୍ଠିତ ମହିଳା ୫୩ କିଗ୍ରା ବିଭାଗର ଏକ ବାଉଟ୍ରେ ଫୋଗତ୍ ଡିଫେଣ୍ଡିଂ…
ସ୍କଟ୍ଲାଣ୍ଡର ରେକର୍ଡ ଟି୨୦ ବିଜୟ
ଲଣ୍ଡନ, ୧୭।୯ (ଏଏଫ୍ପି)- ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍ରେ ସ୍କଟ୍ଲାଣ୍ଡ୍ ୫୮ ରନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ସ୍କଟ୍ଲାଣ୍ଡ ଓପନର୍ ଜର୍ଜ ମୁନ୍ସୀ ଓ କେଏଲ୍ କୋଏଟଜର୍ଙ୍କ ମଧ୍ୟରେ ଓପନିଂ ଯୋଡ଼ିରେ ୨୦୦ ରନର…
ଚାଇନା ଓପନ୍: ସାତ୍ତ୍ୱିକ-ଅଶ୍ୱିନୀଙ୍କ ଦମ୍ଦାର ବିଜୟ
ଚାଙ୍ଗ୍ଝୋଉ (ଚାଇନା), ୧୭।୯ (ପି.ଟି.)- ଦଶ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମିକ୍ସଡ୍ ଡବଲ୍ସରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାନ୍କିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ଦମ୍ଦାର ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି।…
ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ କ୍ରିକେଟର୍
ନୂଆଦିଲ୍ଲୀ,୧୭।୯: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ମୋଦିଙ୍କ ଜନ୍ମଦିନ ପାଇଁ ଦଳମତ ନିର୍ବିଶେଷରେ ପ୍ରାୟ ଅଧିକାଂଶ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହିକ୍ରମରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟର୍। ଭାରତୀୟ ଅଧିନାୟକ ବିରାଟ…
ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍:ଦ୍ୱିତୀୟ ଦିନରେ ମର୍ନିଂ କ୍ଲବ ବିଜୟୀ
ଭବାନୀପାଟଣା,୧୭।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍ର ୨ୟ ଦିବସ ସୋମବାର ମ୍ୟାଚ୍ରେ ମର୍ନିଂ କ୍ଲବ ବିଜୟୀ ହୋଇଛି। ମର୍ନିଂ କ୍ଲବ ବନାମ ଇଣ୍ଡିଆନ କ୍ଲବ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ…
ମୟଙ୍କ ବୈଦ ଏଣ୍ଡୁରୋମାନ ଟ୍ରାଇଥଲନ ଶେଷ କରିବାରେ ପ୍ରଥମ ଭାରତୀୟ
ନୂଆଦିଲ୍ଲୀ, ୧୭ | ୯- ଏଣ୍ଡୁରୋମାନ ଟ୍ରାଇଥଲନ ଶେଷ କରିବାରେ ପ୍ରଥମ ଭାରତୀୟ ହେବାର ସୌଭାଗ୍ୟ ଲାଭ କରିଛନ୍ତି ମୟଙ୍କ ବୈଦ। ଏହି ବିରଳ ସଫଳତା ହାସଲ କରିବାରେ ସେ ବିଶ୍ୱର ୪୪ତମ ଏବଂ ଏସିଆର ପ୍ରଥମ ବ୍ୟକ୍ତି। ଇଂଲଣ୍ଡରୁ ଫ୍ରାନ୍ସ…
ଡବଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍ :ବାର୍ଟିଙ୍କ ନିକଟତର ହେଲେ ପ୍ଲିସ୍କୋଭା
ପ୍ୟାରିସ, ୧୭ | ୯(ଏଏଫପି)- ସୋମବାର ପ୍ରକାଶିତ ଡବଲ୍ୟୁଟିଏ(ଓମେନ୍ସ ଟେନିସ ଆସୋସିଏଶନ) ର଼୍ୟାଙ୍କିଙ୍ଗ୍ରେ ଆଶ୍ଲେ ବାର୍ଟିଙ୍କ ନିକଟତର ହୋଇଛନ୍ତି କାରୋଲିନା ପ୍ଲିସ୍କୋଭା। ଅଷ୍ଟ୍ରେଲିଆର ବାର୍ଟି ଶୀର୍ଷସ୍ଥାନ ବଜାୟ ରଖିଥିଲେ ହେଁ ଦ୍ୱିତୀୟ ସ୍ଥାନରେଥିବା ପ୍ଲିସକୋଭା ପଏଣ୍ଟ ବ୍ୟବଧାନ ହ୍ରାସ କରିବାରେ ସକ୍ଷମ…

