Posted inଖେଳ

ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ:  ଭାରତୀୟ ମହିଳା ଦଳର ଦମଦାର ବିଜୟ

ଭୁବନେଶ୍ୱର, ୧\୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍ଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ ହକିର ମହିଳା ବିଭାଗ ମ୍ୟାଚରେ ଭାରତ ୫-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି ଫଳରେ ଭାରତର ଅଲିମ୍ପିକ୍ସ ଯୋଗ୍ୟତା ସମ୍ଭାବନା ଦୃଢ଼ୀଭୂତ ହୋଇଛି କ୍ବାଲିଫାୟର୍ସର ଦ୍ୱିତୀୟ ମ୍ୟାଚ ଶନିବାର ଅନୁଷ୍ଠିତ ହେବ ଏହି ମ୍ୟାଚର ଫଳାଫଳ ଭିତ୍ତିରେ କେଉଁ ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ ତାହା ସ୍ଥିର ହେବ ଆଗାମୀ ମ୍ୟାଚରେ ଯଦି ଆମେରିକା ସମାନ ବ୍ୟବଧାନରେ ବିଜୟୀ ହୁଏ ତେବେ ଅଲିମ୍ପିକ୍ସ ଟିକେଟ ପାଇଁ ପେନାଲ୍ଟି ଶୁଟ୍ ଆଉଟର ସହାୟତା ନିଆଯିବ ପୂରା ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ସହ ଦଳକୁ ଠିକ୍ଭାବେ ପରିଚାଳିତ କରିଥିବାରୁ ଭାରତୀୟ ଅଧିନାୟିକା ରାଣୀ ରାମପାଲ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଅତିଥିଭାବେ ଯୋଗଦେଇ ରାଣୀଙ୍କୁ ପୁରସ୍କୃତ କରିଥିଲେ
ଲିଲିମାଙ୍କଠାରୁ ଆରମ୍ଭ
ବିଶ୍ୱ ର୍ୟାଙ୍କିଙ୍ଗ୍ରେ ଭାରତ ୯ମ ଓ ଆମେରିକା ୧୩ତମ ସ୍ଥାନରେ ରହିଛି ର୍ୟାଙ୍କିଙ୍ଗ୍ରେ ନିମ୍ନରେ ଥିଲେ ହେଁ ଆମେରିକା ନିକଟ ଅତୀତରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଥିଲା ମାତ୍ର କଳିଙ୍ଗ ଷ୍ଟାଡିୟମର ଓଡ଼ିଆ ଦର୍ଶକଙ୍କ ସମର୍ଥନରେ ଭାରତୀୟ ଦଳ ଆରମ୍ଭରୁ ଉତ୍ସାହୀ ପ୍ରଦର୍ଶନ କରିଥିଲା ପ୍ରଥମ କ୍ବାର୍ଟରର ୧୫ ମିନିଟ ଖେଳ ବେଶ୍ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା ଉଭୟ ଦଳଳର ପ୍ରଦର୍ଶନ ପ୍ରାୟତଃ ସମାନ ରହିଥିଲା ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଏହି କ୍ବାର୍ଟରରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ ଦ୍ୱିତୀୟ କ୍ବାର୍ଟର ଆରମ୍ଭ ମଧ୍ୟ ଦର୍ଶନୀୟ ଥିଲା ୨୦ତମ ମିନିଟରେ ଆମେରିକାକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା ତାହା ବିଫଳ ହୋଇଥିବବେଳେ ୨୧ତମ ମିନିଟରେ ମଧ୍ୟ ଭାରତ ଏହାର ପ୍ରଥମ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିପାରି ନଥିଲା ୨୬ତମ ମିନିଟରେ ଆମେରିକା ଏବଂ ୨୭ତମ ମିନିଟରେ ଭାରତ ପେନାଲ୍ଟି କର୍ନର କନଭର୍ସନରେ ବିଫଳ ହୋଇଥିଲେ ତେବେ ୨୮ତମ ମିନିଟରେ ଭାରତକୁ ମିିଳିଥିବା ପେନାଲ୍ଟି କର୍ନରକୁ ଗୁରଜିତ କୌର ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ ହେଁ ରିବାଉଣ୍ଡ ହୋଇ ଫେରି ଆସୁଥିବା ବଲ୍କୁ ଗୋଲପୋଷ୍ଟକୁ ପଠାଇ ଓଡ଼ିଶାର ଲିଲିମାା ମିଞ୍ଜ ଭାରତକୁ ଅଗ୍ରଣୀ କରାଇଥିଲେ ଏହି ଗୋଲ ପରେ ଭାରତୀୟ ଖେଳାଳିଙ୍କ ବଡି ଲାଙ୍ଗୁଏଜରେ ପରିବର୍ତ୍ତନ ହୋଇଥିଲା ଏବଂ ଦଳ ବେଶ୍ ଉତ୍ସାହୀ ପ୍ରଦର୍ଶନ କରିିଥିଲା ଆଉ ଗୋଲ ହୋଇ ନ ପାରିବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୧-୦ ଗୋଲରେ ଅଗ୍ରଣୀ ରହିଥିଲା
ଗୁର୍ଜିତଙ୍କ ଡବଲ ଗୋଲ
ଦ୍ୱିତୀୟାର୍ଦ୍ଧରେ ପଟ ପରିବର୍ତ୍ତନରେ ମଧ୍ୟ ଭାରତୀୟ ଦଳର ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଥିଲା ଆକ୍ରମଣାତ୍ମକ ରଣନୀତିରେ ଖେଳିଥିବା ଘରୋଇ ଦଳ ୩୪ ଓ ୩୮ତମ ମିନିଟରେ ୨ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା ମାତ୍ର ତାହା ଫେଲ୍ ମାରିଥିଲା ୪୦ତମ ମିନିଟରେ ଶର୍ମିଳା ଦେବୀ ଏବଂ ୪୨ତମ ମିନିଟରେ ମଳିଥିବା ପେନାଲ୍ଟି କର୍ନରକୁ ଗୁରଜିତ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ ୪୪ତମ ମିନିଟରେ ପେନାଲ୍ଟି କର୍ନରକୁ ଭାରତୀୟ ଖେଳାଳିମାନେ ମିସ୍ କରିଥିଲେ ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୩-୦ରେ ପହଞ୍ଚତ୍ଥିଲା ୪ର୍ଥ କ୍ବାର୍ଟର ଆରମ୍ଭରେ ଅର୍ଥାତ୍ ୪୬ତମ ମିନିଟରେ ସାଲିମା ଟେଟେଙ୍କଠାରୁ ପାଇଥିବା ପାସ୍କୁ ନଭନୀତ କୌର ଫିଲ୍ଡ ଗୋଲ ଦେଇ ଭାରତର ସ୍ଥିତିକୁ ଦୃଢ଼ କରି ଦେଇଥିଲେ ଆମେରିକା ଖେଳାଳିଙ୍କ ବିପଜ୍ଜନକ ଖେଳ ଯୋଗୁ ଦଣ୍ଡ ସ୍ବରୂପ ୫୧ତମ ମିନିଟରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍ ଅଫର କରାଯାଇଥିଲା ଗୁରଜିତ ପ୍ରତିପକ୍ଷ ଗୋଲକିିପର କେଲସି ବିଙ୍ଗ୍ଙ୍କୁଚକ୍ମା ଦେଇ ଦଳ ପକ୍ଷରୁ ୫ମ ଗୋଲ ସ୍କୋର କରିଥିଲେ ଏହାର ୩ ମିନିଟ ପରେ ଅର୍ଥାତ୍ ୫୪ତମ ମିନିଟରେ ଭାରତୀୟ ଖେଳାଳିଙ୍କ ଷ୍ଟିକ୍ ଚେକ୍ ଯୋଗୁ ଆମେରିକାକୁ ପେନାଲ୍ଟି ଷ୍ଟ୍ରୋକ୍ ଦିଆ ଯାଇଥିଲା ଏହାର ସହାୟତାରେ ଇରିନ ମ୍ୟାଟସନ ଆମେରିକା ପକ୍ଷରୁଏକମାତ୍ର ସାନ୍ତ୍ୱନା ମୂଳକ ଗୋଲ ଦେବାରେ ସକ୍ଷମ ହୋଇଥିଲେ ଅମ୍ପାୟରଙ୍କ ଶେଷ ହ୍ବିସିଲ ବାଜିବା କ୍ଷଣି ଭାରତୀୟ ମହିଳା ଦଳର ଖେଳାଳିମାନ ଷ୍ଟାଡିୟମ ପରିକ୍ରମା କରି ଦର୍ଶକଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ

ଗୋଲ ସ୍କୋରର
ଭାରତ
ଲିଲିମା ମିଞ୍ଜ: ୨୮ତମ ମିନିଟ
ଶର୍ମିଳା ଦେବୀ: ୪୦ତମ ମିନିଟ
ଗୁରଜିତ କୌର: ୪୨ତମ ମିନିଟ
ନଭନୀତ କୌର: ୪୬ତମ ମିନିଟ
ଗୁରଜିତ କୌର: ୫୧ତମ ମିନିଟ
ଆମେରିକା
ଇରିନ ମ୍ୟାଟସନ: ୫୪ତମ ମିନିଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri