ଓଡ଼ିଆ ଝିଅ ଚେଲ୍‌ସିଙ୍କୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର, ସୋନା ମହାପାତ୍ର କହିଲେ ଏମିତି କଥା

ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ ଆଇଡଲ-୧୧ରେ ନଜର ଆସିଛନ୍ତି ପୁଣି ଜଣେ ଓଡିଆ ଝିଅ। ସେ ହେଉଛନ୍ତି ଚେଲ୍‌ସି ବେଉରା। ଇଶକ୍‌ଜାଦେ ଫିଲ୍ମର ‘ମେଁ ପରେଶାନ..’ ଗୀତ ଗାଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିଜ ପ୍ରତିଭା ଜରିଆରେ ସେ ଶେଷ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ତାଙ୍କ ଗୀତକୁ ଜଜ୍‌ମାନେ ପ୍ରଶଂସା କରିବା ସହ ଚେଲ୍‌ସିଙ୍କୁ ‘ଫ୍ୟୁଚର୍‌ ଷ୍ଟାର’ ଆଖ୍ୟା ଦେଇଛନ୍ତି। କେବଳ ଶୋ’ର ଜଜ୍‌ମାନେ ନୁହେଁ, ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ଦିଓ୍ବାନା ହୋଇଛନ୍ତି। ସଚିନ ନିଜ ଟୁଇଟରେ ଚେଲ୍‌ସିଙ୍କ ସହ ଶୋ’ର ଆଉ ୩ଜଣଙ୍କ ପ୍ରତିଭାର ପ୍ରଶଂସା କରିଛନ୍ତି। ଏହି ୪ଜଣ ନିଶ୍ଚିତ ଆଗକୁ ଯିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଅପରପକ୍ଷରେ ଅନ୍ୟତମ ଓଡ଼ିଆ ସିଙ୍ଗର୍‌ ସୋନା ମହାପାତ୍ର ସଚିନଙ୍କ ଟୁଇଟକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ଇଣ୍ଡିଆନ୍‌ ଆଇଡଲ୍‌ ଶୋ’ର ଜଜ୍‌ ଅନୁ ମଲିକ ଯୌନ ଉତ୍ପୀଡନ କେସ୍‌ ରହିଛି। ଏଭଳି ଶୋ’ର ପ୍ରଚାର କରୁଛନ୍ତି ସଚିନଙ୍କ ଭଳି ଜଣେ ମହାନ୍‌ ଖେଳାଳି। ଏହାସହ ଅନୁଙ୍କୁ ପଣିଥରେ ଜଜ୍‌ ଭାବେ ଆଣିଥିବାରୁ ସେ ସୋନି ଟିଭି ଉପରେ ବର୍ଷିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri