ଖେଳ

ଡ୍ରାଭିଡଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ମାମଲା ଖାରଜ

ନୂଆଦିଲ୍ଲୀ, ୧୫ା୧୧(ପି.ଟି.)-ରାହୁଲ ଡ୍ରାଭିଡଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର ଡି.କେ. ଜୈନ ଖାରଜ କରିଦେଇଛନ୍ତି। ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ…

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଗୋବିନ୍ଦ, ବିପ୍ଳବଙ୍କ ଅର୍ଦ୍ଧଶତକ; ଓଡ଼ିଶା ବିଜୟୀ

କଟକ ଅଫିସ,୧୫ା୧୧- ସୁରଟର ଲାଲ୍‌ଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ୍‌ରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା — ରନ୍‌ରେ ସୌରାଷ୍ଟ୍ରକୁ ପରାସ୍ତ କରିଛି। ସ୍ପିନରଙ୍କୁ ସୁହାଇଥିବା ପିଚ୍‌ରେ ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ମୁମ୍ବାଇ ଦଳରେ ପୃଥ୍ବୀ

ମୁମ୍ବାଇ,୧୫।୧୧(ପି.ଟି.)- ଡୋପ ଟେଷ୍ଟରେ ବିଫଳ ହେବା ଯୋଗୁ ୮ ମାସ ବାସନ୍ଦ ହୋଇଥିବା ଯୁବ ଭାରତୀୟ ଓପନର ପୃଥ୍ବୀ ଶ’ଙ୍କୁ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଲାଗି ଘୋଷିତ ୧୫ ଜଣିଆ ମୁମ୍ବାଇ ଦଳରେ ସାମିଲ କରାଯାଇଛି। ଆସନ୍ତା ୧୭ ତାରିଖରେ…

ଶିଶୁ ଦିବସରେ ପିଲାଦିନର ଫଟୋ ଛାଡ଼ିଲେ ବୁମ୍‌ରା

ନୂଆଦିଲ୍ଲୀ,୧୪।୧୧- ପୂରା ଦେଶରେ ଗୁରୁବାର ଶିଶୁ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ସୋସିଆଲ ମିଡିଆରେ ନିଜ ପିଲାଦିନର ଫଟୋ ଶେୟାର କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ପେସର ଯଶପ୍ରୀତ ବୁମରା। ସେ ନିଜ…

ଧାଓ୍ବନ ଶୂନ୍ୟରେ ଆଉଟ; ଦିଲ୍ଲୀକୁ ହରାଇଲା ଜମ୍ମୁ-କଶ୍ମୀର

ସୁରଟ,୧୫।୧୧(ପି.ଟି.)- ଶିଖର ଧାଓ୍ବନ ତାଙ୍କର ପ୍ରଥମ ସୟଦ ମୁସ୍ତାକ ଅଲି ଟି୨୦ ମ୍ୟାଚ୍‌ରେ ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ଦିଲ୍ଲୀକୁ ୮ ଉଇକେଟରେ ଜମ୍ମୁ-କଶ୍ମୀର ପରାସ୍ତ କରିଛି। ଏହା ଚଳିତ ଟୁର୍ନାମେଣ୍ଟରେ ଦିଲ୍ଲୀର ପ୍ରଥମ ପରାଜୟ। ନୀତୀଶ ରାଣାଙ୍କ ବିସ୍ଫୋରକ…

ମନ ଜିଣିଲେ କୋହଲି

ଇନ୍ଦୋର,୧୫।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ନିଜ ବ୍ୟାଟିଂ ପାଇଁ ନୁହେଁ ବରଂ ଭିନ୍ନ କାରଣ ଲାଗି ପ୍ରଶଂସକଙ୍କ ମନ ଜିଣିଛନ୍ତି। ହୋଲ୍‌କାର ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଉପସ୍ଥିତ ଦର୍ଶକଙ୍କୁ ସାଥୀ ଖେଳାଳି…

ବିରାଟ କୋହଲିଙ୍କ ଶରୀରରେ ଏହିସବୁ ନାଁରେ ରହିଛି ଟାଟୁ

ଆଜିକାଲି ଶରୀରରେ ଟାଟୁ କରିବା ଏକ ଫ୍ୟାଶନ୍‌ରେ ପରିଣତ ହୋଇଗଲାଣି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ସେ ଶରୀରରେ ଅନେକ ଟାଟୁ କରିଛନ୍ତି। ପ୍ରଥମେ ସେ ଭଗବାନ ଶିବଙ୍କ ଟାଟୁ କରିଥିଲେ। ପରେ ସେ…

ପୁଣି ଚମକିଲେ ଦୀପକ; ୟୁପିକୁ ହରାଇଲା ରାଜସ୍ଥାନ

ଥିରୁଭାନନ୍ତପୂରମ,୧୪।୧୧(ପି.ଟି.)- ଚମତ୍କାର ଫର୍ମରେ ଥିବା ମିଡିଅମ ପେସର ଦୀପକ ଚହରଙ୍କ ଯୋଗୁ ରାଜସ୍ଥାନ ଗୁରୁବାର ଅନୁଷ୍ଠିତ ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଉତ୍ତର ପ୍ରଦେଶ(ୟୁପି)କୁ ହରାଇ ଦେଇଛି। ଗ୍ରୁପ ବି’ର ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା…

ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ରାହାନେ

ନୂଆଦିଲ୍ଲୀ,୧୪।୧୧- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଆଇପିଏଲର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବେ। ଅଦଳବଦଳ ପ୍ରକ୍ରିୟାର ଅନ୍ତିମ ଦିନ ରାହାନେଙ୍କ ସମ୍ପର୍କରେ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଦିଲ୍ଲୀ ଦଳରେ ସାମିଲ ହେବାରେ…

ସୋଏବ ଅଖତର ଶେୟାର କଲେ ଦ୍ୱିତୀୟ ପୁଅର ଫଟୋ, ଏମିତି କହିଲେ ହରଭଜନ ସିଂ

ଭାରତ ଏବଂ ପାକିସ୍ତାନ ଖେଳାଳିମାନେ କେବଳ ପଡିଆରେ ନୁହେଁ, ପଡିଆ ବାହାରେ ମଧ୍ୟରେ ପରସ୍ପର ଟିପ୍ପଣୀ ଦେବା ଦେଖାଯାଏ। ଏହା ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ପାକିସ୍ତାନ ପୂର୍ବତନ ପେସ୍‌ ବୋଲର ସୋଏବ୍‌ ଅଖତର ଦ୍ୱିତୀୟଥର ପିତା ହେବାର ସୌଭାଗ୍ୟ ଲାଭ…

ଏକ ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ୍‌

ଲାହୋର, ୧୪।୧୧ (ପି.ଟି.)- ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ପାକିସ୍ତାନକୁ ଟେଷ୍ଟ କ୍ରିକେଟ୍‌ ଫେରିଛି। ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଡିସେମ୍ବରରେ ପାକିସ୍ତାନ ଗସ୍ତରେ ଆସି ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଗୁରୁବାର ସମ୍ମତି ପ୍ରକାଶ କରିଛି। ଏହି ସିରିଜ…

ହଂକଂ ଓପନ୍‌: କ୍ୱାର୍ଟରରେ ଶ୍ରୀକାନ୍ତ

ହଂକଂ, ୧୪।୧୧ (ପି.ଟି.)- ଭାରତୀୟ ସଟ୍‌ଲର କିଡାମ୍ବୀ ଶ୍ରୀକାନ୍ତ ଏଠାରେ ଚାଲିଥିବା ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ହଂକଂ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଅନ୍ୟତମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌.ଏସ୍‌. ପ୍ରଣୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?